ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ ତମ ବନମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକର କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବନପାଳ ସରିତା ବରାଳ,ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଓଡ଼ିଶା ଭାରତ ସ୍କାଉଟ ଗାଇଡ୍ ର ରାଜ୍ୟ ସଂଯୋଜକ ରବିନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା,ବନରକ୍ଷୀ ମାନସରଞ୍ଜନ ମିଶ୍ର, ଦିପ୍ତିମୟୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ନାୟକ ଯୋଗଦେଇଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ ଉପରେ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମସ୍ତେ ବୃକ୍ଷ ଧରି ବିଭିନ୍ନ ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା କରିଥିଲେ।ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମର ସମାଜସେବୀ ପ୍ରଶାନ୍ତ ପାତ୍ର ଏବଂ ଶିକ୍ଷକ ତ୍ରିଲୋଚନ ମହାଙ୍କୁଡ଼ଙ୍କ ଉପସ୍ଥିତିରେ ସନ୍ଧିପଥର ଠାକୁରାଣୀ ପ୍ରାଙ୍ଗଣରେ, ବଉଳ, ଆମ୍ବ, ପଣସ, କୃଷ୍ଣଚୂଡ଼ା, ଚନ୍ଦନ, ଅଁଳା ଓ ଅଶୋକ ଇତ୍ୟାଦି ମୋଟ ୬୦ଟି ଗଛ ଲଗାଯାଇଥିଲା।ମୋସ୍କୁଲର ସଭାପତି ସବିତା ନାୟକ ଉତ୍କଳମଣି ସେବାସଂଘର ସମ୍ପାଦକ ବସନ୍ତ କୁମାର ଆଲଟିଆ ନିଲମ୍ ପ୍ରିୟଦର୍ଶିନୀ ସହଯୋଗ କରିଥିଲେ।ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts