ଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ…

Read More

ଇଟାମାଟିରେ ବିଶ୍ୱ କବିତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ,…

Read More

ତିନିଦିନରେ ପହଞ୍ଚିଲା ଆମରଣ ଅନଶନ, ଭେଟିଲେ ବିଧାୟକ ଏବଂ ତହସିଲଦାର

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ତିନିଦିନରେ ଏନ ଏ ସି ଦାବିରେ ଅନଶନ। ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବି ନେଇ ତିନିଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ମଙ୍ଗଳବାର ଠାରୁ ଚାଲିଥିବା ଏହି ଅନଶନ କୁ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସାମାଜିକ କର୍ମୀ, ଯୁବବର୍ଗ, ବରିଷ୍ଠ ନାଗରିକ ସାମ୍ବାଦିକ ସମର୍ଥନ ଜଣାଇଛନ୍ତି। ଆଜି ଦିନସାରା ଅନଶନସ୍ଥଳ ରେ ଭିଡ଼ ଲାଗି ରହିଛି। ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିତରେ ସରକାର ଙ୍କ ପ୍ରତି ଆକ୍ରୋଶ ତଥା ପ୍ରତିବାଦ ର ସ୍ୱର ମଜବୁତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ…

Read More

ରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ

ରାଜସୁନାଖଳା, (ନୟାଗଡ଼ ଦର୍ପଣ): ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଦୁଇ ଦିନ ଧରି ଅବ୍ୟାହତ ରହିଛି ଅନଶନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରା ଯାଇ ନ ଥିବାରୁ ଆମରଣ ଅନଶନ ରେ ବସି ରହିଛନ୍ତି ଯୁବ ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ରାଜ୍ୟ ସରକାର ଦୁଇ ଦୁଇ ଥର ରାଜ୍ୟର ଅନେକ ସ୍ଥାନକୁ ଏନ ଏ ସି ମାନ୍ୟତା ଦେଇଥିଲେ। ମାତ୍ର ଜିଲ୍ଲାର ଦ୍ୱିତୀୟ ବୃହତମ ସହରାଞ୍ଚଳ ରାଜସୁନାଖଳା କୁ ଏହି ମାନ୍ୟତା ରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଶରଣକୁଳ ଏବଂ ବୋଲଗଡ଼ ଭଳି କମ ସହରାଞ୍ଚଳ ସ୍ଥାନକୁ ଏହି ମାନ୍ୟତା ମିଳିଥିବା ବେଳେ ରାଜସୁନାଖଳା କୁ କାହିଁକି ଉପେକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଆର୍ତତ୍ରାଣ। ଏନେଇ…

Read More

ବିଶ୍ୱ ବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା ଆବଶ୍ୟକ- ଡ. ମୁଳେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅଠାଇଶ ତମ ଆଭାସୀ ଅନୁବାଦ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ” ଅନୁବାଦ କକ୍ଷ” ରେ ବକ୍ତାଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଲେଖକ , ଅନୁବାଦକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ତଥା ଭାରତର ପାସପୋର୍ଟ ମ୍ୟାନ ଡ. ଜ୍ଞାନେଶ୍ୱର ମନେହର ମୁଳେ। ମରାଠି, ହିନ୍ଦୀ,ଇଂରାଜୀ, ସଂସ୍କୃତ, କନ୍ନଡ଼,ଜାପାନୀ,ଋଷିୟାନ୍ ଓ ପଞ୍ଜାବୀ ଭାଷାରେ ବିଶେଷ ଜ୍ଞାନ ଥିବା ଡ.ମୁଳେ ବିଭିନ୍ନ ରାଷ୍ଟ୍ରରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରିଛନ୍ତି। ଅନୁବାଦ କେବଳ ଭାଷା ପାଇଁ ନୁହେଁ ବରଂ ଦେଶ ଓ ବିଶ୍ଵ ପାଇଁ କାର୍ଯ୍ୟ କରିଥାଏ। ବିଶ୍ଵର ସଂସ୍କୃତି,ପରମ୍ପରା, ସାହିତ୍ୟ,କଳା ଆଦିର ବାହାକ ହେଉଛି ଅନୁବାଦକ। ଭାରତ ପରି ଏକ ବହୁଭାଷୀ ଦେଶରେ ଅନୁବାଦ ବେଶ ଗୁରୁତ୍ଵ ରଖେ। ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା…

Read More

ସାଧାରଣ ନିର୍ବାଚନ:ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍‌ବେଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ମେ’ ମାସ ୨୦ ଏବଂ ୨୫ ତାରିଖରେ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା କାର୍ଯ୍ୟ ସମାପନ ହୋଇଛି । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼,ଦଶପଲ୍ଲା,ରଣପୁର ଏବଂ ଖଣ୍ଡପଡ଼ା ପାଇଁ ସମୁଦାୟ ୯୩୭ଟି ବୁଥ୍ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥ୍ ପାଇଁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୁଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଏଥି ମଧ୍ୟରୁ ମହିଳା ମାନଙ୍କ ପାଇଁ ୧୨୦ଟି ପିଙ୍କ୍ ବୁଥର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ ସୁରକ୍ଷା କର୍ମୀ,ଜଣେ ବିଏଲଓଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ପୂର୍ବରୁ ପ୍ରଚଳିତ…

Read More

ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରୀ

ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଚୋରୀ ଅଭିଯୋଗ ଭାପୁର, (ନୟାଗଡ଼ ଦର୍ପଣ): ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରୀ । ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଚୋରୀ ଅଭିଯୋଗ। ବିଳମ୍ୱିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟିନେଲେ ଦୁର୍ବୃତ୍ତ। ନୟାଗଡ ଜିଲ୍ଲା ଫତେଗଡ ଥାନା ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଚୋରୀ କରିଥିବା ସୂଚନା ମିଳିଛି। ଚୋରୀ କରି ଦୁର୍ବୃତ୍ତ ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ସକାଳୁ ମନ୍ଦିର ପୂଜାରୀ…

Read More

ଖୁବଶୀଘ୍ର ଓଡଗାଁର ବିଭିନ୍ନ ଅଞ୍ଚଳରେ 4G ମୋବାଇଲ ସେବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହେଉଅଛି। ସେହି ସ୍ଥାନ ମାନଙ୍କରେ ସ୍ୱଚ୍ଛ, ଅବାଧ ଭୋଟ ହେବାପାଇଁ ମୋବାଇଲ ସେବା ନିତ୍ୟାନ୍ତ ଆବଶ୍ୟକ। ଏହା ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୪-ଜି ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଏସଏନଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଆଦିବାସୀ ଇଲ୍ଲାକାର ଲୋକମାନେ ଉପକୃତ ହେବେ। ନୟାଗଡ଼ ଜିଲ୍ଲାରେ ଏଭଳି ୮୭ଟି ଗାଁରେ ଏହି ସେବା ପହଞ୍ଚିବ ବୋଲି ଜଣାପଡିଛି। ଏହି କ୍ରମରେ ଓଡ଼ଗାଁ ବ୍ଲକର ୫ଗୋଟି ଗାଁ ଏହି ତାଲିକାରେ ସ୍ଥାନ ପାଇଛି। ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସେବା ପହଞ୍ଚି ପାରିନଥ‌ିବାରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନ ଥ‌ିବା ଅସୁବିଧାର ଶିକାର ହେଉଥିଲେ। ସେହିପରି ଲୋକମାନେ କୌଣସି ଜରୁରୀକାଳୀନ…

Read More

ରାତି ଅଧରେ ଚଢ଼ାଉ କଲେ ନୟାଗଡ ତହସିଲଦାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥ‌ିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୋରମ ବୋଝଇ ସ୍ବରାଜ ଟ୍ରାକ୍ଟର ନମ୍ବର (OD 25F 8348) ଓ ଜେସିବି ନମ୍ବର (OD 33A 5539) ଉଭୟ ଗାଡିକୁ ଇଟାମାଟି ଥାନାକୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିଲା ଏହା ସହିତ ଗୋଟିଏ ମାଙ୍କଡା ବୋଝେଇ ଟ୍ରକ ନମ୍ବର (OR 02 BE 9827)କୁ…

Read More

ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ କେନ୍ଦ୍ର ସରକାର ତାଳଚେର- ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ୫ଟି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ। ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଶରଣକୁଳ, ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି…

Read More