ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତ ୨୦୧୭ରୁ ନୟାଗଡ଼ ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଅଦ୍ୟାବଧି ଅନେକ ଗୁଡ଼ିଏ ଦାବି ପୂରଣ ହୋଇ ପାରିନାହିଁ ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ। କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ…
Read MoreYear: 2024
କବି ଓ ସାହିତ୍ୟିକ ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳୀ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଖ୍ୟାତନାମା ଆସୁକବି, ସାହିତ୍ୟିକ, ସାମ୍ୱାଦିକ, ସ୍ତମ୍ବକାର, ଜନପ୍ରିୟ ରାଜନେତା ତଥା ସମାଜସେବୀ ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବାଉଁଶିଆ ରଘୁନାଥପୁର ଶାସନସ୍ଥିତ ଆଶ୍ରୟ ର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଦାସକାଠିଆ ଓ ପାଲା ମାଧ୍ୟମରେ ବନ୍ଦନା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଗୌରାଙ୍ଗ ପ୍ରଧାନଙ୍କ ଜୀବନ ଶୈଳୀ ଉପରେ ବିଭିନ୍ନ କବି ତାଙ୍କର ନିଜ ନିଜର କବିତା ଆବୃତ୍ତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଆଶ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ପ୍ରଫେସର ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ,…
Read Moreସମୁଦ୍ରରେ ବୁଡ଼ି ଦୁଃସାହସିକତାର ପରିଚୟ ଦେଲେ ରଣପୁର ମାଟିର ପୁଅ
➡️ ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ। ➡️’ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’ ବୋଲି କହିଲେ ଗିରିଜା ରଣପୁର, (ନୟାଗଡ଼ ଦର୍ପଣ): ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଗାଁମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ…
Read Moreନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୋଗର ନିବାରଣ ପାଇଁ ସଚେତନତା ରାଲି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳେ ବିଭିନ୍ନ ରୋଗର ନିବାରଣ ପାଇଁ ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ ମି. ସମୟରେ ଏହି ରାଲି ମ୍ୟୁନିସ୍ପାଲ୍ କାର୍ଯ୍ୟାଳୟରୁ ବାହାରିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ନିଜ ଓ ନିଜ ପରିବାର ପାଇଁ ବର୍ଷାଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ସେହିପରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦିନବନ୍ଧୁ ଗୁରୁ, କାଉନସିଲର ମଞ୍ଜୁ ଗୁମାନ ସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବନମାଳି…
Read More“ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟର ବିଦ୍ୟାଳୟରେ ଗତ ୨୨ ତାରିଖରୁ ଚାଲୁ ରହିଛି ଶିକ୍ଷା ସପ୍ତାହ ପାଳନ। ଏ ଅବସରରେ ଶିକ୍ଷଣସାମଗ୍ରୀ ଦିବସ, ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦିବସ,କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ୍ ପ୍ରୋତ୍ସାହନ ଦିବସ, ଇକୋକ୍ଲବ୍ ତଥା ପୋଷଣ ଦିବସ ଏବଂ ଗୋଷ୍ଠୀ ସଂପୃକ୍ତି ଦିବସ ପାଳନ କରାଯିବା ପାଇଁ ନିର୍ଦ୍ଦେଶନାମା ରହିଛି। ଆଜି ଷଷ୍ଠ ଦିବସରେ ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ଉଦ୍ଧବ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପାଳିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ “ମାଆ ପାଇଁ ଗଛଟିଏ”। ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜ ନିଜର ମାଆମାନଙ୍କ ସହ ମିଶି ବିଦ୍ୟାଳୟ ହତା ମଧ୍ୟରେ ବୄକ୍ଷରୋପଣ କରିଥିଲେ।ସ୍ଥାନୀୟ ସରପଞ୍ଚ…
Read Moreସମର୍ପଣ ବୃଦ୍ଧାଶ୍ରମରେ ଫଳ ବାଣ୍ଟିଲେ ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ…
Read Moreସମୟ ଚକରେ ରଣପୁର ମହାବିଦ୍ୟାଳୟ
ଆଜି ମନେପଡେ ସେଇ ସୁନେଲୀ ଅତୀତର କଥା। କେଡେବେଗି ସେଇ ଦିନ ଗୁଡ଼ିକ କାଳ ଖଣ୍ଡରେ ଲୀନ ହୋଇଗଲା। ୧୯୭୮ ମସିହା ଜୁଲାଇ ମାସ ୨୭ ତାରିଖ ଦିନ ରଣପୁର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଜି ଜୁଲାଇ ୨୭,୨୦୨୪କୁ ୪୬ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏମିତିକା ହିସାବ କଲେ ମନ୍ଦାକିନୀ ନଦୀରେ କେତେ କେତେ ଜଳରାଶି ପ୍ରବାହିତ ହୋଇ ସାରିଛି ତାର ପ୍ରମାଣ ନିଜେ ସ୍ଵୟଂ ସେଇ ମନ୍ଦାକିନୀ ନଦୀ ହିଁ ଦେଇ ପାରିବ। ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ରହିଥିବା ମଣିନାଗ ପାହାଡ ତା’ର ସୁଖଦୁଃଖର ମୁକାସାକ୍ଷୀ ପରି ପ୍ରତ୍ୟୟ ହୁଏ। ୯.୫୨ଏକର ପରିମିତ ଜମିର ପରିସୀମା ବା ଚଉହଦୀକୁ ଜାବୁଡି ଧରି ନୀରବ ଓ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କାର୍ଯ୍ୟରେ ଜଡ଼ିତ ରହି ରଣପୁର ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇ…
Read Moreଉଦଯାପିତ ହେଲା ପଞ୍ଚଦିବସୀୟ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଗତ ୫ଦିନ ଧରି ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା ପ୍ରାଥମିକ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗତ ୨୨ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରି ଇଂରାଜୀ ଶିକ୍ଷା କ୍ଷେତ୍ରରେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଭାଷା ପ୍ରଶିକ୍ଷଣ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ବରିଷ୍ଠ ପ୍ରଶିକ୍ଷକ ଗଦାଧର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବିରଞ୍ଚି ନାରାୟଣ…
Read Moreସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା ଉତ୍ସବ ଏମିତି ଏକ ପ୍ରୟାସ ଯେଉଁ ଉତ୍ସବ ସମାଜରେ ସେବା ଭାବନା ପାଇ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୨ପାଞ୍ଚ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର…
Read Moreମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଏବଂ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଉପରେ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ, ଡେଙ୍ଗୁ , ଡାଇରିଆ ଏବଂ ଜାତୀୟ କୃମିନାଶକ ଦିବସ ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ଷା ଋତୁରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଇତ୍ୟାଦି ରୋଗ ଅତି ସହଜରେ ଉଚ୍ଚ ହାରରେ ବ୍ୟାପିଥିବାରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ସ୍ୱାସ୍ଥ୍ୟ ବିଭାଗ ଲୋଡ଼ିଥିଲେ । ଗରମ ରନ୍ଧା ଖାଦ୍ୟ ଖାଇବା, ମଶାରି ଟାଙ୍ଗି ଶୋଇବା, ଘର ଚାରିପାଖ ଅଳିଆ ଆବର୍ଜନା ମୁକ୍ତ କରିବା, ସାତ ଆଠଦିନ ଧରି ଗୋଟିଏ ଜାଗାରେ ପାଣି ଜମାକରି ନ ରଖିବା ଇତ୍ୟାଦି ଉପରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବନମାଳି ପ୍ରଧାନ କହିଥିଲେ। ସେ ସୂଚନା ଦେଇଥିଲେ ଯେ, ଗ୍ରାମାଂଚଳରେ ସମସ୍ତ…
Read More