ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା ଉତ୍ସବ ଏମିତି ଏକ ପ୍ରୟାସ ଯେଉଁ ଉତ୍ସବ ସମାଜରେ ସେବା ଭାବନା ପାଇ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୨ପାଞ୍ଚ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ ଥିବା ଲୋକଙ୍କୁ ରାସନ, ଲୁଗା, ଚପଲ, ଛତା ଆଦି ବିଭିର୍ଣ୍ଣ ପ୍ରକାର ସେବା ଯୋଗାଇଥିଲେ। ଜିଲ୍ଲାର ଛାମୁଣ୍ଡିଆ ଓ ମାର୍ଦାବାଡ଼ି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇଥିବା ବେଳେ ଏହି ଅବସରରେ ଅଙ୍ଗଦାନ ପାଇଁ ବିଭିର୍ଣ୍ଣ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହା ପରେ ପରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶାସରକାରଙ୍କ ସଂସ୍କୃତି ବିଭାଗ, ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କ୍ରମରେ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବର ଉଦଯାପନୀ ଉତ୍ସବ ଓଡ଼ଗାଁ ରଘୁନାଥ ଜିଉଙ୍କ ନାଟ ମଣ୍ଡପଠାରେ ମହାସମାରୋହରେ ସମାପିତ ହୋଇଯାଇଛି। ଏହି ଉଦଯାପନୀ ସଭାରେ ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ପରିବେଶବିତ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ,ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ସେବା ସମିତି ସଦସ୍ୟ ପରମେଶ୍ୱର ସାହୁ, ଗୁଲସନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଭୂପ୍ରସାଦ ଦାଶ ସଂଯୋଜନା କରିଥିଲେ କରିଥିଲେ। ପରେ ପରେ ଓଡ଼ଗାଁ ଆତ୍ମା ଓ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଆତ୍ମା ଅଧକ୍ଷ୍ୟଙ୍କ ସମେତ ଓଡ଼ଗାଁ ବ୍ଲକ କୃଷି ଅଧିକାରୀ ଯୋଗଦେଇଥିଲେ। ଶେଷରେ ସରକାରଙ୍କ ସଂସ୍କୃତି ବିଭାଗ ସହଭାଗୀତାରେ ଓଁ ଶ୍ରୀ ଦୃଷ୍ଟିହୀନ ଲୋକସଂଗୀତ ଅନୁଷ୍ଠାନ, ଶିଳ୍ପୀ କଳା ନିକେତନ ଓ ଅନ୍ୟାନ୍ୟ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ସଦସ୍ୟ ଗୁଲସନ କୁମାର ଦାସ,ସୋମ୍ୟା ସ୍ୱୟଂପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ରଂଜନ ନନ୍ଦ ଯୁଧିଷ୍ଠିରବେହେରା, କରଣ ବଡତିଆ, ପପୁ ନାୟକ, ରଂଜନ ବେହେରା, ରାଜେନ୍ଦ୍ର ଜେନା, ଅଂଶୁମାନ ସେଠି, ଚିନ୍ମୟ ପ୍ରସାଦ ବେହେରା, ଗୋପାଳ ଚନ୍ଦ୍ର ସାହୁ, କାହ୍ନା ସାହୁ, ସଂଜୟ ସ୍ୱାଇଁ, ସିଦ୍ଧାନ୍ତ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ଅମିତ କୁମାର ସାହୁ, ଶୁଭାଶିଷ ନାୟକ, ସାଇନା, ସ୍ନେହା ପ୍ରୟାଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ।

Related posts