ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ସୋରଡ଼ା ନିକଟରେ ବିଳମ୍ବିତ ରାତିରେ ଏକ କାର ନଂ OD 15 S 0874 ଭୁବନେଶ୍ୱରରୁ ବୀର ମହାରାଜପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇ ସୋରଡ଼ା ନିକଟରେ ଏକ ଗଛରେ ପିଟି ଦେଇଥିଲା। ଗାଡ଼ିରେ ବେଲୁନ ବାହାରିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡିକୁ ଜବତ କରି ନୂଆଗାଁ ଥାନାକୁ ଆଣିବା ସହ କେସ ନଂ ୧୪୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
Read MoreYear: 2024
ନୟାଗଡ଼ରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନର କାର୍ଯ୍ୟାଳୟ ଠାରେ ସୋହମ ସଂଗଠନ, ଭାରତ ବିକାଶ ପରିଷଦ, ଅମୂଲ୍ୟ ଫାଉଣ୍ଡେସନ ଓ ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ମିଳିତ ଆନୁକୁଲ୍ୟରେ ନଯାଗଡର ବିଶିଷ୍ଠ ସମାଜସେବୀ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଅଛି। ଏଥିରେ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଅମୂଲ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଆଇନଜୀବୀ ମଧୁସ୍ମିତା ଲେଙ୍କା, ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ସଂଯୋଜକ ସୁକାନ୍ତ ଚୌଧୁରୀ ଅଙ୍ଗଦାନର ଇତିହାସ ଓ ଏହାର ଉପଯୋଗୀତା, ମନୁଷ୍ୟକୁ ନୂତନ ଜୀବଦାନ ପ୍ରଦାନରେ ଏହାର ଭୂମିକା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ସନ୍ତୋଷ କୁମାର ସାହୁ, ଗୋସ୍ଵାମୀ ଦାସ, ସାରସ୍ଵତ ବିଭୁପାଦ, ଅଜୟ କୁମାର ପଟ୍ଟନାୟକ, ପବିତ୍ର ମୋହନ ସାହୁ, ସୂର୍ଯ୍ୟକାନ୍ତ ରଥ…
Read Moreନୟାଗଡ଼ ପୁଲିସକୁ ବଡ଼ ସଫଳତା, ନୟାଗଡ଼ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ପ୍ରତ୍ୟେକ ଥାନାରେ ହୋଇଥିବା ସଫଳତା ସମ୍ପର୍କରେ ସୁଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଉଛି ଜଣେ ପୁଲିସ୍ ବାବୁ ଚାନ୍ଦା ଆଦାୟ କରି ସସ୍ପେଣ୍ଡ ହେବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଓଡ଼ଗାଁ ଥାନାରେ କଦଳୀବନ୍ଧ ଗ୍ରାମର କାଳୁ ପ୍ରଧାନ ଚାନ୍ଦା ଆଦାୟ ନିମନ୍ତେ ଏକ ଅଭିଯୋଗ କରିଥିଲେ ପୁଲିସ ବାବୁ ତାଙ୍କୁ ୫ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଅଭିଯୁକ୍ତ ପୁଲିସ ବାବୁ ଦିଲ୍ଲୀପ କୁମାର ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ନୂଆଗାଁ ଥାନା ପକ୍ଷରୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ଜଣଙ୍କୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା…
Read Moreମାଛିପଡ଼ା ବିଦ୍ୟାଳୟରେ ମାଡ଼ ଘଟଣା, ୬ନାବାଳକ ଥାନାରେ ଅଟକ, ଏସପିଙ୍କ ତୀକ୍ଷ୍ଣ ନଜର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ଦୁଇ ଛାତ୍ରଙ୍କୁ କ୍ଳାସରୁମରୁ ଟାଣି ଆଣି ନିର୍ଧୁମ ମାଡ଼ ଦେଇଛନ୍ତି କିଛିଯୁବକ। ସୁଚନା ମୁତାବକ ଗତ ୨୪ତାରିଖରେ ଉକ୍ତ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଯାହାକୁ ନେଇ ସମାଧାନ କରିବା ନିମନ୍ତେ ନିଷ୍ପତି ହୋଇଥିଲା। କିନ୍ତୁ ଉକ୍ତ ଘଟଣାକୁ ନେଇ ସ୍କୁଲ ପରିଷରରେ ଦେଖାଯାଇଛି ତୁମୁଳ କାଣ୍ଡ । ଏପରି ମାଡ଼ ଦେଇଛନ୍ତି ଯେ ଦୁଇ ଛାତ୍ର ବର୍ତମାନ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ସଦର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏତଲାନୁସାରେ ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ବେଲବଣି ଗ୍ରାମର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକ ଓ…
Read Moreଅବସର ପରେ ଯବାନଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ଗ୍ରାମ ପଞ୍ଚାୟତ ଜୟମଙ୍ଗଳପ୍ରସାଦ ଗ୍ରାମର ବାଉରୀବନ୍ଧୁ ଗୁରୁଙ୍କ ପୁତ୍ର ନିରଞ୍ଜନ ଗୁରୁ ଭାରତୀୟ ସେନାବାହିନୀରେ କାର୍ଯ୍ୟକରି ଆଜି ଅବସର ନେଇଛନ୍ତି। ଆଜକୁ ୨୪ବର୍ଷ ଧରି ସେବା କରିବା ପରେ ଅବସର ନେଇ ନିଜ ଗ୍ରାମକୁ ଫେରି ଆସିଛନ୍ତି । ବାଲୁଗାଁ ଅଞ୍ଚଳର ଜଣାଶୁଣା ସମାଜସେବୀ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଜବାନଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନିରଞ୍ଜନ ଗାଁରେ ପହଞ୍ଚିବା ପରେ ବାଜା ବଜାଇ ବାଣ ଫୁଟାଇ ଗ୍ରାମରେ ମିଷ୍ଟାନ୍ନ ବଣ୍ଟନ କରି ଏକ ଶୋଭାଯାତ୍ରା ବାହାରି ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଜୟ ନାୟକ, ପ୍ରଫୁଲ୍ଲ କୁମାର ସାହୁ, ଶରତ ଜୁଝାର ସିଂ,…
Read Moreନୟାଗଡରେ ମେଡିକାଲ କଲେଜ ଏବଂ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଗଣଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଛି। ସମାଜ ସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ଗଣଧାରଣାରେ ସର୍ବଶ୍ରୀ କମ୍ରେଡ ବିଶ୍ଵନାଥ ମହାପାତ୍ର, ଆଇନଜୀବୀ ରଣଜିତ ଦାସ, ଆଇନଜୀବୀ ପ୍ରତାପ ନନ୍ଦ, ସାମ୍ବାଦିକ ରାମକୃଷ୍ଣ ରଥ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କମ୍ରେଡ ଗୋଲକ ମୁଦୁଲି, ପରିବେଶବିତ ସୁକାନ୍ତ ଚୌଧୁରୀ, ଡ଼ ନିର୍ମଳ ସୁରଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ତତ ସହିତ ଏ ଗଣ ଧାରଣାରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ସାମିଲ ହୋଇଥିଲେ। ନୟାଗଡ଼ ଜିଲ୍ଲାର ଆଖ ପାଖ ପାଞ୍ଚଟି ଜିଲ୍ଲାର ଛାତ୍ର ଛାତ୍ରୀ ଶିକ୍ଷା ପାଇଁ ନୟାଗଡ଼କୁ ନିର୍ଭର କରୁଛନ୍ତି। ନୟାଗଡ଼ ଏବେ ଶିକ୍ଷାର ପ୍ରାଣ କେନ୍ଦ୍ର ପାଲଟିଛି। ଜିଲ୍ଲା ସଦର ମହକୁମାରେ ଅବସ୍ଥିତ…
Read Moreଓଡ଼ିଆ ନାଟକ ଓ ଚଳଚିତ୍ରର ମହାନ କଳାକାର ଶରତ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ମଂଚ ନାଟକର ଜଣେ ସମର୍ପିତ ନିର୍ଦ୍ଦେଶକ ଓ ଅଭିନେତା ଭାବେ ଶରତ ମାଝି ଓଡ଼ିଶାର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀଙ୍କ ଅତି ପ୍ରିୟ ମଣିଷ ଥିଲେ।ସରକାରୀ ଚାକିରୀରୁ ଅବସର ନେବାପରେ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ର ସଭାପତି ଭାବେ କାର୍ଯ୍ୟ କରୁଥିଲେ।ନାଟକ ବ୍ୟତିତ ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଅନେକ ଅଭିନୟ କରି ଜଣେ ଉଚ୍ଚକୋଟୀର କଳାକାର ଭାବେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଥିଲେ। ନୟାଗଡ଼ ନାଟକ କ୍ଷେତ୍ରରେ ଶରତ ମାଝିଙ୍କ ଅବଦାନ ଅବିସ୍ମରଣୀୟ।୨୦୦୫ ମସିହାରୁ ନୟାଗଡର କଳାକାରମାନଙ୍କୁ ନେଇ ତାଙ୍କ ପ୍ରୟାସରେ ଗଠିତ ହୋଇଥିଲା ‘ଚମତ୍କାର’ ନାଟ୍ୟ ଅନୁଷ୍ଠାନ। ତାଙ୍କ ନିର୍ଦ୍ଦେଶନାରେ ଗୋଇଠା ବାବା, ସର୍ପ ଯଜ୍ଞ,ମକଦ୍ଦମା ଆଦି ସଫଳ ନାଟକ ମଂଚସ୍ଥ ହୋଇଥିଲା। ଆଜି ନୟାଗଡ଼ ନାଟକର ଯେଉଁ ସମୃଦ୍ଧି ହୋଇପାରିଛି ସେଥିରେ ଶରତ ମାଝିଙ୍କ ଅବଦାନ ଯଥେଷ୍ଟ ଥିଲା…
Read Moreନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…
Read Moreବିଶିଷ୍ଟ ନାଟ୍ୟକାର ଶରତ ମାଝିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ଟିଭି, ସିନେମା ଏବଂ ମଞ୍ଚ ଅଭିନେତା,ନାଟ୍ୟକାର ତଥା ପ୍ରତିଶ୍ରୁତିବଦ୍ଧ ନାଟ୍ୟ ବ୍ୟକ୍ତିତ୍ବ ଶରତ ମାଝିଙ୍କ ଆକସ୍ମିକ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ଚମତ୍କାର, ନାଟ୍ୟଧାରା ଏବଂ ଶ୍ରୀ ସୃଜନ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ସୃଜନ ଅଧ୍ୟକ୍ଷ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ,ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ନାଟ୍ୟଧାରା ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ରଜନୀକାନ୍ତ ମହାପାତ୍ର, ରାକେଶ ଦାସ,ସୁରେନ୍ଦ୍ର ସାହୁ,ଶରତ ଆଚାର୍ଯ୍ୟ ପ୍ରମୁଖ ସ୍ବର୍ଗତ ଶରତ ମାଝିଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ତଥା ଦକ୍ଷ ଅଭିନେତା…
Read Moreରୋଟାରୀ କ୍ଲବର ୩୫ତମ ଅଧିଷ୍ଠାନ ଉତ୍ସବ, ଦାୟିତ୍ୱ ଗ୍ରହଣ କଲେ ନୂତନ ସଭାପତି, ସମ୍ପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବର ୩୫ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ରୋଟାରୀ କ୍ଳବର ପୂର୍ବତନ ସଭାପତି ଆରିଫ ଖାନ, ପୂର୍ବତନ ସମ୍ପାଦକ ଶ୍ରୀଧର ସାହୁ ରୋଟାରୀ ଦ୍ବାରା କରାଯାଉଥିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ। ଆଜିର ଏହି ଅଧିଷ୍ଠାନ ଉତ୍ସବରେ ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ଭାବେ ଶିକ୍ଷାବିତ ଅବିନାଶ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ। ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନୂତନ ସଭାପତି ଓ ସମ୍ପାଦକ…
Read More