ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ଗ୍ରାମ ପଞ୍ଚାୟତ ଜୟମଙ୍ଗଳପ୍ରସାଦ ଗ୍ରାମର ବାଉରୀବନ୍ଧୁ ଗୁରୁଙ୍କ ପୁତ୍ର ନିରଞ୍ଜନ ଗୁରୁ ଭାରତୀୟ ସେନାବାହିନୀରେ କାର୍ଯ୍ୟକରି ଆଜି ଅବସର ନେଇଛନ୍ତି। ଆଜକୁ ୨୪ବର୍ଷ ଧରି ସେବା କରିବା ପରେ ଅବସର ନେଇ ନିଜ ଗ୍ରାମକୁ ଫେରି ଆସିଛନ୍ତି । ବାଲୁଗାଁ ଅଞ୍ଚଳର ଜଣାଶୁଣା ସମାଜସେବୀ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଜବାନଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନିରଞ୍ଜନ ଗାଁରେ ପହଞ୍ଚିବା ପରେ ବାଜା ବଜାଇ ବାଣ ଫୁଟାଇ ଗ୍ରାମରେ ମିଷ୍ଟାନ୍ନ ବଣ୍ଟନ କରି ଏକ ଶୋଭାଯାତ୍ରା ବାହାରି ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଜୟ ନାୟକ, ପ୍ରଫୁଲ୍ଲ କୁମାର ସାହୁ, ଶରତ ଜୁଝାର ସିଂ, ପ୍ରଭାତ ଦ୍ଵାରୀଙ୍କ ସମେତ ଗ୍ରାମର ବହୁ ଯୁବକ ସାମିଲ ହୋଇଥିଲେ। ଏଭଳି ନିଆରା ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହିତ ନୂତନ ଯୁବପିଢ଼ିଙ୍କୁ ଦେଶ ସେବାରେ ସମର୍ପିତ କରିବାରେ ସହାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାର୍ଯ୍ୟକ୍ରମ ଶେଷରେ ବସନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
