ନୟାଗଡରେ ମେଡିକାଲ କଲେଜ ଏବଂ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଗଣଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଛି। ସମାଜ ସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ଗଣଧାରଣାରେ ସର୍ବଶ୍ରୀ କମ୍ରେଡ ବିଶ୍ଵନାଥ ମହାପାତ୍ର, ଆଇନଜୀବୀ ରଣଜିତ ଦାସ, ଆଇନଜୀବୀ ପ୍ରତାପ ନନ୍ଦ, ସାମ୍ବାଦିକ ରାମକୃଷ୍ଣ ରଥ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କମ୍ରେଡ ଗୋଲକ ମୁଦୁଲି, ପରିବେଶବିତ ସୁକାନ୍ତ ଚୌଧୁରୀ, ଡ଼ ନିର୍ମଳ ସୁରଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ତତ ସହିତ ଏ ଗଣ ଧାରଣାରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ସାମିଲ ହୋଇଥିଲେ। ନୟାଗଡ଼ ଜିଲ୍ଲାର ଆଖ ପାଖ ପାଞ୍ଚଟି ଜିଲ୍ଲାର ଛାତ୍ର ଛାତ୍ରୀ ଶିକ୍ଷା ପାଇଁ ନୟାଗଡ଼କୁ ନିର୍ଭର କରୁଛନ୍ତି। ନୟାଗଡ଼ ଏବେ ଶିକ୍ଷାର ପ୍ରାଣ କେନ୍ଦ୍ର ପାଲଟିଛି। ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବେଳେ ଏହାକୁ ଅଣଦେଖା କରାଯାଉଛି।

ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ବହୁ ପୂର୍ବରୁ ଦାବି ହୋଇ ଆସୁଛି। ଦୁଇଟି ଦାବି ନେଇ ଗଣ ଧାରଣା ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ। ଜିଲ୍ଲାର ପ୍ରତ୍ୟକ ବ୍ଳକରେ ଗଣ ଧାରଣା କରାଯାଇ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ଏବଂ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜନ ସାଧାରଣଙ୍କୁ ଉକ୍ତ ଆନ୍ଦୋଳନରେ ସାମିଲ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ମିଳିଛି।

Related posts