ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାରପଲ୍ଲୀ ଗ୍ରାମର ନଟବର ସେନାପତିଙ୍କ ପୁଅ ଭଗବାନ ସେନାପତି (୫୭) ନିଜ ସ୍ତ୍ରୀ, ଦୁଇ ପୁଅଙ୍କ ସହ ଦିନ ମଜୁରିଆ ଏବଂ କିଛି ଚାଷ କରି ପରିବାର ପୋଷଣ କରିଥାନ୍ତି। ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ଭଗବାନ ସେନାପତି ଆଖୁ କିଆରିକୁ ଯାଇଥିବା ବେଳେ ଜଙ୍ଗଲରୁ ଆସିଥିବା ବାରହା ହଠାତ୍ ଭଗବାନଙ୍କୁ ଆକ୍ରମଣ କରିଥିଲା। ଭଗବାନ ତଳେ ପଡିଯିବାରୁ ଭଗବାନଙ୍କ ଗୋଡ଼କୁ ବାରହା କାମୁଡି ଚାଲିଥିଲା। ଭଗବାନ ଜୀବନ ବିକଳରେ ଚିତ୍କାର କରିବା ଦ୍ଵାରା ଗ୍ରାମର କିଛି ଲୋକ ଶବ୍ଦ ଶୁଣି ବିଲକୁ ଧାଇଁ ଆସିବା ଦ୍ଵାରା ବାରହାଟି ଚାଲିଯାଇଥିଲା।ସେଠାରୁ ଭଗବାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ଗାଡି ଭଡ଼ା କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।…
Read MoreYear: 2024
ନୟାଗଡ଼ରେ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର କୃଷ୍ଣଚନ୍ଦ୍ର କ୍ଳବ ସଭା ଗୃହରେ ଚଳିତ ସେପ୍ଟେମ୍ବର ୨୧ ତାରିଖରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସି.ପି.ଆଇ.(ଏମ୍)ର ତିରୋହିତ ସର୍ବଭାରତୀୟ ମହାସଚିବ କମ୍ରେଡ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଶତାଧିକ ପ୍ରଗତିଶୀଳ ବୁଦ୍ଧିଜୀବୀ, ଦଳୀୟ କର୍ମୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଥମେ ୟେଚୁରୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ ପୂର୍ବକ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସୀତାରାମ ୟେଚୁରୀଙ୍କ ପ୍ରଖର ରାଜନୈତିକ ପାଣ୍ଡିତ୍ୟ, ସମୁଜ୍ଜ୍ଵଳ ଶୈକ୍ଷିକ କ୍ୟାରିୟର, ସମୟୋପଯୋଗୀ କୌଶଳଗତ ସିଦ୍ଧାନ୍ତ, ପ୍ରଗତିଶୀଳ ଚିନ୍ତା – ଚେତନାର ଦିଗଦର୍ଶକ ଭାବରେ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢେଇ ପରିଚାଳନା କରିବାରେ ୟେଚୁରୀ ଥିଲେ ଭାରତରେ ଅଦ୍ୱିତୀୟ ନେତା ବୋଲି ଏହି ସଭାରେ ବ୍ୟକ୍ତ କରିଥିଲେ ସି.ପି.ଆଇ. ଏମ୍ ରାଜ୍ୟସ୍ତରୀୟ ନେତା ଦୁଷ୍ମନ୍ତ ଦାସ। ଭାରତର ଏଭଳି ଏକ ରାଜନୈତିକ…
Read Moreକେସି କ୍ଲବର ସାଧାରଣ ପରିଷଦ ବୈଠକ, ଆୟୋଜିତ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୂରାତନ ତଥା ଅଗ୍ରଣୀ ଅନୁଷ୍ଠାନ କେସି କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ କ୍ଲବର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନ କରାଯିବା ସହିତ ଏହା ଉପରେ ସଦସ୍ୟ ମାନେ ଆଲୋଚନା କରି ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। କ୍ଲବର ପଶ୍ଚିମ ପାର୍ଶ୍ଵରେ ସିଡ଼ିଘର ନିର୍ମାଣ ସହିତ ଉପରେ ଏକ ଡର୍ମୀଟୋରି ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। ଏହା ସହିତ ଆଗାମୀ ଦିନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କ୍ଳବ ପକ୍ଷରୁ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି କ୍ଲବର ଉନ୍ନତି ପାଇଁ ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ଉପ ସଭାପତି…
Read Moreଏସିଡି ଆକ୍ରମଣ, ନିରାକରଣ, କ୍ଷତିପୂରଣ ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଆଇନ ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ଯକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ବାବଧାନରେ, ନୟାଗଡ ପୋଲିଶ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଏସିଡ ଆକ୍ରମଣ, ନିରାକରଣ, କ୍ଷତିପୂରଣ ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସମାଧାନ ଉପରେ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଭବେଶ କୁମାର ନାୟକ ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ସହିତ କାର୍ଯକ୍ରମ ଆରମ୍ଭ ହୋଇଥିଲା । ବରିଷ୍ଠ ଦେୱାନୀ ବିଚାରପତି ସତ୍ୟବ୍ରତ ରଣା, ଜାତୀୟ ଆଇନ ସେବା ପ୍ରାଧିକରଣ ବ୍ୟବସ୍ଥା, ଅତିରିକ୍ତ ଜିଲ୍ଲା ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା, ଏସିଡ୍ ଆକ୍ରମଣ, ନିରାକରଣ ଏବଂ ଦଣ୍ଡ ବ୍ୟବସ୍ଥା ଏବଂ…
Read Moreଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ…
Read More+୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ଏହି ଶିବିରକୁ ଗତ ୧୦ ତାରିଖରେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଟ୍ରେନର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଦୀର୍ଘ ୭ଦିନ ଧରି ଚାଲିଥିଲା । ସେପ୍ଟେମ୍ବର ୧୬ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳର ସଂଯୋଜିକା ଅଧ୍ୟାପିକା ସସ୍ମିତା ନାୟକ, ସଭ୍ୟା ଅଧ୍ୟାପିକା ସ୍ମିତା ସ୍ବାଇଁ ଓ ଅଧ୍ୟାପିକା ନିବେଦିତା ସାହୁଙ୍କ ଉପସ୍ଥିତିରେ ଉଦ୍ଯାପନୀ ହୋଇଥିଲା । ଏହି ଶିବିରରେ ଛାତ୍ରୀମାନେ ସାମ୍ପ୍ରତିକ ପ୍ରତିକୁଳ ପରିସ୍ଥିତିରେ କିପରି ନିଜର ସୁରକ୍ଷା କରିପାରିବେ ସେଥିପାଇଁ ବିଭିନ୍ନ ଆତ୍ମରକ୍ଷା କୌଶଳ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା।
Read Moreମଡେଲ ଡିଗ୍ରୀ କଲେଜରେ ଇଂରାଜୀ ସମ୍ମାନ ଖୋଲିବା ଓ ଖେଳପଡ଼ିଆ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ (ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପଞ୍ଚିଡ଼ାସ୍ଥିତ ଶିବ ଶକ୍ତି ଏଣ୍ଟରପ୍ରାଇଜେସକୁ ପରିଭ୍ରମଣ କରିଥିଲେ। ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତାରେ ବିଭିନ୍ନ ପ୍ରକାର…
Read Moreନୂଆଗାଁ ପଞ୍ଚାୟତ ରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ, ବରିଷ୍ଠ ବ୍ୟକ୍ତି ଭିକାରୀ ସାସମଲ୍, ମାମାନି ପ୍ରଧାନ, ସମାଜ ସେବୀ ରାଜ କିଶୋର ପ୍ରଧାନ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ଅଞ୍ଚଳର ବରିଷ୍ଠ ବ୍ୟକ୍ତି, ମହିଳା ଯୋଗଦେଇ ନିଜ ଘରକୁ ସଫା ରଖିବା ସହ ଚାରିପାଖ ସଫା ସୁତୁରା ରଖିବି, ପ୍ଲାଷ୍ଟିକ ଓ ପଲ୍ ଥିନର ବ୍ୟବହାର କମ କରିବା ପାଇଁ ସଚେତନ କରାଇବି, ପାଇବା ପାଣି ଓ ଖାଦ୍ୟକୁ ଘୋଡାଇ ରଖିବି, ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳି ପାଳନ କରିବି ଆଦି ଶପଥ…
Read Moreସାରା ଦିନର ପ୍ରମୁଖ ଖବର
🎡 ଆସୁଛି ଦୁର୍ଗାପୂଜା, ସରିନି କଟକ ଚଣ୍ଡୀ ମନ୍ଦିରର ନବୀକରଣ: ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ। 🎡 ପୁଣି ଫେରିବ ଏକକ ନିର୍ବାଚନ ପରମ୍ପରା । ସାରା ଦେଶରେ ଗୋଟିଏ ସମୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। 🎡 ଦେଶରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ଭୟ ବଢାଇଲା ମଙ୍କିପକ୍ସ ସଂକ୍ରମଣ । ୯ ଦିନ ଭିତରେ ଦେଶରେ ଚିହ୍ନଟ ହେଲେ ଦ୍ୱିତୀୟ ସଂକ୍ରମିତ। 🎡 ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ: ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ। 🎡 ନିଦ ଭାଙ୍ଗୁ ଭାଙ୍ଗୁ ମୋବାଇଲ ଦେଖା ବିପଦର କାରଣ ହୋଇପାରେ, ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଂଚାଇଥାଏ ଏହି ବଦଭ୍ୟାସ। 🎡 ଇ-କେୱାଇସି ଯାଞ୍ଚ ବେଳେ ଧରାପଡୁଛନ୍ତି ଅଯୋଗ୍ୟ ହିତାଧିକାରୀ। ଚିହ୍ନଟ ହେଲେଣି ୨୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀ।…
Read More