ଏସିଡି ଆକ୍ରମଣ, ନିରାକରଣ, କ୍ଷତିପୂରଣ ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଆଇନ ସଚେତନତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ଯକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ବାବଧାନରେ, ନୟାଗଡ ପୋଲିଶ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଏସିଡ ଆକ୍ରମଣ, ନିରାକରଣ, କ୍ଷତିପୂରଣ ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସମାଧାନ ଉପରେ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଭବେଶ କୁମାର ନାୟକ ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ସହିତ କାର୍ଯକ୍ରମ ଆରମ୍ଭ ହୋଇଥିଲା । ବରିଷ୍ଠ ଦେୱାନୀ ବିଚାରପତି ସତ୍ୟବ୍ରତ ରଣା,  ଜାତୀୟ ଆଇନ ସେବା ପ୍ରାଧିକରଣ ବ୍ୟବସ୍ଥା, ଅତିରିକ୍ତ ଜିଲ୍ଲା ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା, ଏସିଡ୍ ଆକ୍ରମଣ, ନିରାକରଣ ଏବଂ ଦଣ୍ଡ ବ୍ୟବସ୍ଥା ଏବଂ ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ୨୦୧୭ ମସିହା ପୀଡ଼ିତା କ୍ଷତିପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ।

ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ବାଇଁ ସଚେତନତା ସଭାର ଉପଦେୟତା, ଡି.ଏସ.ପି. ସୁକାନ୍ତ କୁମାର ପାତ୍ର, ଏସିଡ୍ ଆକ୍ରମଣ ଏତଲା କ୍ରମେ ପୋଲିସର ଭୂମିକା, ମେଡ଼ିକାଲ ଅଫିସର ଡଃ ଅଜିତ୍ କୁମାର ନାଥ ଏସିଡ୍ ଆକ୍ରମଣର ନିଦାନ ବ୍ୟବସ୍ଥା ଏବଂ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ଭାରତୀୟ ଜାତୀୟତା ବାକ୍ଷ୍ୟା କରିଥିଲେ । ବରିଷ୍ଠ ଅଇନଜୀବି ରମେଶ ଚନ୍ଦ୍ର ମହାରଣା ପ୍ରବାସୀ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଚିତରଞ୍ଜନ ରାଉତ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ଉପରେ ବର୍ଣ୍ଣନା କରିଥିଲେ। ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଉପରୋକ୍ତ ସମସ୍ୟା ଓ ଆଇନଗତ ସହାୟତା ଦର୍ଶାଇଥିଲେ । ଅଧକ୍ଷ ଭବେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷଣ ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଓ ନୟାଗଡ଼ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ । ଗ୍ରାମୀଣ ଆଇନ ସେବା ସହାୟତା କର୍ମୀ ଏବଂ ପୋଲିସ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।

Related posts