ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ଜିଲ୍ଲା ସଂଘ ସଦସ୍ୟ ମାନଙ୍କ ପାଇଁ ପରିଚୟ ପତ୍ର ତିଆରି କରିବା ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଶିବରାମ ମହାପାତ୍ର, ଜୟେନ୍ଦ୍ର ବେହେରା, ଲଷ୍ମୀଧର ସାହୁ, ସୁରେନ୍ଦ୍ର ପ୍ରଧାନ, ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଭାସିନୀ ନନ୍ଦ, ଏମ. ଔରଙ୍ଗଜେବ, ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ, ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ
December 18, 2024 Jajati Comments Off on ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର...