ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଶିକ୍ଷକ ପ୍ରଶିକ୍ଷକ ଦୀପକ ବେହେରା ଯୋଗଦେଇ ସ୍ଵଚ୍ଛତା କଣ, ସ୍ଵଚ୍ଛତାର ଅର୍ଥ ଛାତ୍ରଛାତ୍ରୀଙ୍କୁ କହିବା ସହ ଛାତ୍ରଛାତ୍ରୀମାନଙ୍କ ସ୍ଵଚ୍ଛତା ଉପରେ ଛୋଟ ଛୋଟ ପ୍ରୟାସ ଦେଶକୁ ସ୍ଵଚ୍ଛତା ଦିଗରେ ଆଗେଇ ନେଇଥାଏ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ, କୋରଡ଼ା ପଞ୍ଚାୟତ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଖଣ୍ଡୁଆଳ, ନୂଆଗାଁ ହାଇସ୍କୁଲ୍ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ମହତ୍ତ୍ୱ…
Read MoreYear: 2024
ଲୋକନୃତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ: ବିଇଓ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟର ମହତ୍ତ୍ଵ ଉପରେ କହିଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭ ସ୍ୱାଗତିକା ବିଶ୍ଵାଳ, ଶୁଭଶ୍ରୀ ପ୍ରଧାନ, ପ୍ରିୟଦର୍ଶିନୀ ବେହେରା, ଜ୍ୟୋତ୍ସ୍ନାରାଣୀ ରାୟ, ଶ୍ରେୟା ଶତପଥୀ, ସୋନାଲି ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କୃତ କରିଥଲେ। ଆସନ୍ତା…
Read Moreସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ କଲେଜ ମାନଙ୍କରେ “ସୁଭଦ୍ରା” ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି। ଏନେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୁଭଦ୍ରା ମହିଳା ସଶକ୍ତି କରଣ ପାଇଁ ଏକ ମାଧ୍ୟମ” ଉକ୍ତ ବିଷୟ ବସ୍ତୁକୁ ନେଇ ବକ୍ତୃତା, ଚିତ୍ରାଙ୍କନ, ମୁରୂଜ, ଚିତ୍ରତ୍ତୋଳନ ଆଦି ପ୍ରତିଯୋଗୀତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ସ୍ମିତା ସ୍ବାଇଁ, ନିବେଦିତା ସାହୁ ଓ ବୈଶାଳୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
Read Moreନୟାଗଡ଼ରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତି ଯୋଗିତା ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ (ଫଲ୍କ ଡ୍ୟାନ୍ସ) ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାର ୮ଟି ବ୍ଲକରେ ଥିବା ବିଦ୍ୟାଳୟର ୪୭ ଜଣ ପ୍ରତି ଯୋଗୀ ଯୋଗ ଦେଇଥିଲେ। ବ୍ରଜେନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟ କିଶୋର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଆଗେଇ ନେଥିବାବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଂଗୀତ ସଂଯୋଜକ ଗୋପୀନାଥ ସେଠୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ନୟାଗଡ଼ ବ୍ଲକର ଲାଠିପଡ଼ା ହାଇସ୍କୁଲ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ…
Read Moreସ୍ଵଚ୍ଛତା ହିଁ ସେବା ୧୬୦ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌରପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଆଜି ୧୬୦ଜଣ ସଫେଇ କର୍ମଚାରୀ ଓ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପଣ୍ଡୁସର, ଶରଣକୁଳ, ମହୀପୁର, ନୟାଗଡ ଡାକ୍ତରଖାନାରୁ ଡାକ୍ତରମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମାକାନ୍ତ ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଜୟ କୁମାର ବାହିନୀପତି, ପୌରଉପାଧ୍ୟାକ୍ଷ ଗୁରୁପ୍ରସାଦ ଜେନା ଅତିଥିଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। କାଉନସିଲର ଲଷ୍ମୀଧର ମହାପାତ୍ର, ଜାନକୀବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ, ସ୍ଵଂୟପ୍ରଭା ମିଶ୍ର, ଶର୍ମିଲା ପ୍ରଧାନ, ଅଖିଳ କୁମାର ସ୍ୱାଇଁ, ଗଦାଧର ଜେନା, ରୁଦ୍ରପ୍ରସନ୍ନ ରଥ ଉପସ୍ଥିତ ରହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ। କାଯ୍ୟକ୍ରମକୁ ନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ପରିଚାଳନା କରିଥିଲେ। ସେ ତାଙ୍କ ବକ୍ତବ୍ୟ ରଖିଥିଲେ…
Read Moreନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ନିଲମ୍ବିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ପଣ୍ଡା ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁଯାୟୀ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଜ୍ଞାତ ସାରରେ କନିଷ୍ଠ କିରାଣୀ ସୁଧାଂଶୁ ପୂଜା ଆଡଭାନ୍ସ ପାଇଁ ଶିକ୍ଷକ ମାନଙ୍କ ଠାରୁ ୧୦୦ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏନେଇ ଶିକ୍ଷକମାନେ ଟଙ୍କା ଦେଉଥିବା କନିଷ୍ଠ କିରାଣୀ ଟଙ୍କା ମାଗିଥିବା ଏକ ଭିଡିଓ ଭାଇରଲ୍ ହୋଇଥିଲା। ଏହି ଘଟଣା ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଜାଣିବା ପରେ ଅଫିସ ଅର୍ଡର ନଂ ୮୨୬୪ ରେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ବିଇଓଙ୍କୁ ପଚାରିବାରୁ ତାଙ୍କ ଅଜ୍ଞାତସାରରେ ଏଭଳି ଘଟଣା ହୋଇଥବା ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ…
Read Moreଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ଆସନ୍ତା ଅକ୍ଟୋବର ୧ତାରିଖରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକମାନଙ୍କୁ ସ୍ବାଗତ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୧ତାରିଖରେ ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ। ଏହି ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସହ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଯୋଗ ଶିବିର, ସ୍ଵାସ୍ଥ୍ୟ ଶିବିର ଇତ୍ୟାଦି ଆୟୋଜନ କରାଯିବ । ପ୍ରତ୍ୟେକ ବ୍ଲକରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଶିବିରକୁ ଆଣିବା ପାଇଁ ଗାଡ଼ିର ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକମାନଙ୍କର ବିଚାରାଧ୍ଵନ ଥିବା ପରିଚୟ ପତ୍ର ଗୁଡ଼ିକୁ…
Read Moreନୟାଗଡର ସମୂହ ଅନୁଷ୍ଠାନ ମିଶି ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ହରିହର ମିଶ୍ରଙ୍କୁ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ଶିକ୍ଷାବିତ୍, କବି, ନାଟ୍ୟକାର, ଔପନ୍ୟାସିକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ନୟାଗଡର ସମସ୍ତ ସାହିତ୍ୟ, ସାମାଜିକ, ସାଂସ୍କୃତିକ ଓ ନାଟ୍ୟ ଅନୁଷ୍ଠାନ ମିଶି ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚରେ ନାଟ୍ୟଧାରାର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ନୟାଗଡ଼ ସାହିତ୍ୟ କଳା ସଂସ୍କୃତି ପରିଷଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁସାହିତ୍ୟିକା ତଥା ତଥାସ୍ତୁର ସଭାନେତ୍ରୀ ବସିରନ୍ ବିବି ଓ ତୃତୀୟ ନୟନର ସଂପାଦକ…
Read Moreଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅଧିକାରୀମାନଙ୍କ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ମାସିକ ରାଜସ୍ବ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ,ଉପ ଜିଲ୍ଲାପାଳ, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ରାଜସ୍ୱ ମାମଲା ଗୁଡିକର ମାସିକ ପ୍ରଗତି ବିବରଣୀ ଉପରେ ଆଲୋକପାତ କରାଯାଇଥିଲା। ଏହା ସହିତ ORTPS Act , ବସୁନ୍ଧରା ଯୋଜନା ର ଅଗ୍ରଗତି, ରାଜସ୍ବ ଆଦାୟ, OPLE, Mutation, Ex-gratia, pension care, ଇତ୍ୟାଦି ବିଷୟରେ ସାମୁହିକ ଆଲୋଚନା କରାଯାଇଥିଲା। ସମସ୍ତ ରାଜସ୍ବ ଅଧିକାରୀମାନେ ସମୟବର୍ତ୍ତି ହୋଇ ସମସ୍ତ କାର୍ଯ୍ୟରେ ତପ୍ତରତା ପ୍ରକାଶ କରିବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବୈଠକର ପରିଚାଳନା…
Read Moreଉତ୍କଳ ସାମ୍ବାଦିକ ସଂଘ ରଣପୁର ଶାଖା ବୈଠକ
ଭାଇଚାରା ବୃଦ୍ଧିରେ ସଂଘ ସହାୟକ ହେବ, ୧୦ ସାମ୍ବାଦିକ ସଂଘରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଅଧିନସ୍ଥ ରଣପୁର ଶାଖା ବୈଠକ ରଣପୁର କ୍ଷୁଦ୍ର ଜଳସେଚନ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ରଣପୁର ଶାଖାକୁ ସକ୍ରିୟ କରିବା, ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଅନୀଲ କୁମାର ପଣ୍ଡା ସଂଘର ନୀତି ଓ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରଣପୁର ବ୍ଲକରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସାହୁ, କ୍ରିଷ୍ଣାଚନ୍ଦ୍ର ଘଡ଼େଇ, ରିନା…
Read More