ଲୋକନୃତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ: ବିଇଓ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟର ମହତ୍ତ୍ଵ ଉପରେ କହିଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭ ସ୍ୱାଗତିକା ବିଶ୍ଵାଳ, ଶୁଭଶ୍ରୀ ପ୍ରଧାନ, ପ୍ରିୟଦର୍ଶିନୀ ବେହେରା, ଜ୍ୟୋତ୍ସ୍ନାରାଣୀ ରାୟ, ଶ୍ରେୟା ଶତପଥୀ, ସୋନାଲି ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କୃତ କରିଥଲେ। ଆସନ୍ତା ୨୭ତାରିଖ ଶୁକ୍ରବାର ଦିନ ୧୧ଟା ସମୟରେ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଛାତ୍ରୀମାନେ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ  ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ।

Related posts