ନୟାଗଡର ସମୂହ ଅନୁଷ୍ଠାନ ମିଶି ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ହରିହର ମିଶ୍ରଙ୍କୁ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ଶିକ୍ଷାବିତ୍, କବି, ନାଟ୍ୟକାର, ଔପନ୍ୟାସିକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ନୟାଗଡର ସମସ୍ତ ସାହିତ୍ୟ, ସାମାଜିକ, ସାଂସ୍କୃତିକ ଓ ନାଟ୍ୟ ଅନୁଷ୍ଠାନ ମିଶି ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚରେ ନାଟ୍ୟଧାରାର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ନୟାଗଡ଼ ସାହିତ୍ୟ କଳା ସଂସ୍କୃତି ପରିଷଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁସାହିତ୍ୟିକା ତଥା ତଥାସ୍ତୁର ସଭାନେତ୍ରୀ ବସିରନ୍ ବିବି ଓ ତୃତୀୟ ନୟନର ସଂପାଦକ ନାଟ୍ୟକାର ବିଶ୍ଵନାଥ ମହାପାତ୍ର ଉପସ୍ଥିତ ଥିଲେ।

ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ‘ନିଃସ୍ବାର୍ଥ’ର ସଂପାଦକ ଅରୁଣ ମହାନ୍ତି, ମୈତ୍ରୀ ଯୁବ ସଂସଦ ସଂପାଦକ ପ୍ରଦୀପ କୁମାର୍ ସାହୁ, ସୁଧା ସାଂସ୍କୃତିକ ଅନୁଷ୍ଠାନର ଆବାହକ ଡ. ଆଶୁତୋଷ ମିଶ୍ର, ସମାଜସେବୀ ଦାମୋଦର ସାହୁ, ଅଞ୍ଜନା ସାହିତ୍ୟ ସଂସଦର ସମ୍ପାଦିକା ଗୀତାଞ୍ଜଳି ମହାପାତ୍ର, ପରମ୍ପରା ସଂପାଦକ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ, କଳା ସାହିତ୍ୟ ସଂସ୍କୃତି ସଂସଦର ଉପସଭାନେତ୍ରୀ ନୀଳିମା ନନ୍ଦ, ମା ଫାଉଣ୍ଡେସନ୍ର ଆବାହକ ରଞ୍ଜନ ରଶ୍ମୀ ଜେନା, ଆର୍ଟ ପଏଣ୍ଟ ସଂପାଦକ ବିଜୟାନନ୍ଦ ମହାପାତ୍ର, ସେତୁବନ୍ଧ ସମ୍ପାଦିକା ଉଷା ମିଶ୍ର ଓ ଭାରତ ବିକାଶ ପରିଷଦର ପ୍ରାକ୍ତନ ସଚିବ ଅନାଦି ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁସାହିତ୍ୟିକ ଗୋଦାବରୀଶ ମିଶ୍ର, ଡ. କୈଳାସ ବାଣ୍ଠ, ଡ.ବାନାମ୍ବର ପୃଷ୍ଟି, ଆଇନଜୀବୀ ରଞ୍ଜିତ ଦାଶ, ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ, କବି କମଳ ଦାସ, ସରୋଜ ସାହୁ, ସଂଘମିତ୍ରା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ନାୟକ, ଲକ୍ଷ୍ମୀପ୍ରିୟା ଦାସ, ବ୍ୟଙ୍ଗକବି ଘରବୁଡ଼ା ପ୍ରତାପ ସାହୁ, ମଞ୍ଚକଳାକାର ଦେବେନ୍ଦ୍ର ପରମଗୁରୁ, ନିରଞ୍ଜନ ମିଶ୍ର, କବି ଗୋପୀନାଥ ପରିଡ଼ା ପ୍ରମୁଖ ସ୍ୱର୍ଗତ ଆତ୍ମାଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ହରିହର ମିଶ୍ରଙ୍କ କବିତା ପାଠ କରିଥିଲେ। କବି ଶେଖ୍ ଅବଦୁଲ୍ ଖାଲିକ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମୈତ୍ରୀ ସଂପାଦକ ପ୍ରଦୀପ କୁମାର୍ ସାହୁ ଧନ୍ୟବାଦ ଦେଇଥିଲେ।

Related posts