ନୟାଗଡ଼ରେ ‘ବିକଶିତ ଭାରତ ଯୁବ ସଂସଦ’ ନଭେମ୍ବର ୬ରେ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଉପରେ ହେବ ଆଲୋଚନା, ଯୋଗଦେବେ ୧୫୦ ଯୁବ ପ୍ରତିଯୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୟାଗଡ଼ରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ରହିଛି ‘One Nation, One Election’ (ଏକ ରାଷ୍ଟ୍ର, ଏକ ନିର୍ବାଚନ)। ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତାମତ, ବିଚାରଧାରା ଓ ଯୁକ୍ତିପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି…

Read More

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ସ୍ଥିତ କେ.ସି. କ୍ଲବ୍‌ ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟ ସୁପରିଟେଣ୍ଡେଣ୍ଟ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ସାଇବର କ୍ରାଇମ୍‌ ଡିଏସ୍‌ପି ଶ୍ରୀ ଭାବଗ୍ରାହୀ ରାଉତ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ମିତବ୍ୟୟିତା, ସଞ୍ଚୟ ଓ ଆର୍ଥିକ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ଦୈନନ୍ଦିନ ଜୀବନରେ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇ ସଞ୍ଚୟ ଅଭ୍ୟାସ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ଡିଜିଟାଲ୍‌ ଯୁଗରେ ଅନଲାଇନ୍‌ ଆର୍ଥିକ କାରବାର ସମୟରେ ସାଇବର ଠକେଇରୁ ସତର୍କ ରହିବା ସହିତ ନିଜର ଆର୍ଥିକ ତଥ୍ୟ ଓ ବ୍ୟାଙ୍କିଙ୍ଗ୍‌ ସୂଚନାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ପୋଷ୍ଟାଲ…

Read More

ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗୁଜରାଟର ବନାସକାଣ୍ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ଯୋଗ୍ୟ ହିତାଧିକାରୀମାନଙ୍କୁ ପିଏମ କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ନୟାଗଡ଼ର ପଞ୍ଚାୟତ ସମିତି ସଭାଗୃହଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ବାଚସ୍ପତିଙ୍କ ପ୍ରତିନିଧି ଶ୍ରୀ ନିର୍ମଳ କୁମାର ମତଗଦସିଂ, ଜିଲ୍ଲାପାଳ ମଧୁମିତା ରଥ, କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲାର ମୁଖ୍ୟ ବୈଜ୍ଞାନିକ ଡ. ଅନିଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯକ୍ରମରେ…

Read More