ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅଧିକାରୀମାନଙ୍କ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ମାସିକ ରାଜସ୍ବ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ,ଉପ ଜିଲ୍ଲାପାଳ, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ରାଜସ୍ୱ ମାମଲା ଗୁଡିକର ମାସିକ ପ୍ରଗତି ବିବରଣୀ ଉପରେ ଆଲୋକପାତ କରାଯାଇଥିଲା। ଏହା ସହିତ ORTPS Act , ବସୁନ୍ଧରା ଯୋଜନା ର ଅଗ୍ରଗତି, ରାଜସ୍ବ ଆଦାୟ, OPLE, Mutation, Ex-gratia, pension care, ଇତ୍ୟାଦି ବିଷୟରେ ସାମୁହିକ ଆଲୋଚନା କରାଯାଇଥିଲା। ସମସ୍ତ ରାଜସ୍ବ ଅଧିକାରୀମାନେ ସମୟବର୍ତ୍ତି ହୋଇ ସମସ୍ତ କାର୍ଯ୍ୟରେ ତପ୍ତରତା ପ୍ରକାଶ କରିବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବୈଠକର ପରିଚାଳନା PPT ମାଧ୍ୟମରେ ହୋଇଥିଲା।

Related posts