ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ଓ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ ଏକ ସୁନ୍ଦର ଜୀବନଶୈଳୀ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ…

Read More

ଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ପ୍ରଚାର ପ୍ରସାର କରିବ ସଚେତନତା ରଥ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟ୍ସ ମିଶନ ଆନୁକୁଲ୍ୟରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥକୁ ଉଦଘାଟନ କଲେ ଜିଲ୍ଲାପାଳ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଉଦ୍ଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସଂଗେ ସଂଗେ ଏହାର ସୁପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକରୀ, ସହକାରୀ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ମାଣ୍ଡିଆ MSP କୁଇଣ୍ଟାଲ ପିଛା ୧୩,୮୪୬/- ଧାର୍ଯ୍ୟ କରାଯାଇଛି । ଉକ୍ତ ୫ଗୋଟି…

Read More

ଦଶପଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ଦୂର୍ଗାବଜାର ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବୈଠକ କରିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ୍ ଅନ୍ତର୍ଗତ ପାଣ୍ଡରାସିଙ୍ଗି ଠାରେ ପହଞ୍ଚିଥିଲେ। ସେଠାରେ ବିଜେପି ନେତ୍ରୀ ଇନ୍ଦୁମତି ନାୟକ, ବିଜେପିର ରାଜ୍ୟ ପରିଷଦ ସଦସ୍ୟ ତଥା ବିଜେପି ନେତା ମନୋଜ କୁମାର ବେହେରା, ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ସଦସ୍ୟ ରାଘବ ମଲ୍ଲିକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ଶହ ଶହ କର୍ମୀ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ବିରାଟ ଶୋଭାଯାତ୍ରାରେ ଆସି ମଧ୍ୟଖଣ୍ଡ ଠାରେ ପହଞ୍ଚିଥିଲେ। ମଧ୍ୟଖଣ୍ଡ ଠାରେ ବିଜେପି…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡା ମାନପୁରରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପଞ୍ଚିରିଡା ସ୍ଥିତ ବାଲୁଙ୍କେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରା ଯାଇ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ରାଉତ, ଶୁଭେନ୍ଦୁ ଶେଖର ପରିଡ଼ା, ବଣ୍ଟୁ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ କ୍ରୀଡ଼ା ମସାଲ ଧରି ବିଦ୍ୟାଳୟ ପଡିଆକୁ ଆସିଥିଲେ। ସେଠାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ କ୍ରୀଡ଼ା ମସାଲକୁ ସ୍ବାଗତ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। ତତ୍ପରେ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ରାଉତ ଓ ଶୁଭେନ୍ଦୁ ଶେଖର ପରିଡ଼ାଙ୍କ ପରିଚାଳନା ରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା।…

Read More

ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ପକ୍ଷରୁ ସଚେତନତା ସଭା ଏବଂ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ପିପିଲି ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ଗାଁ ପାଳିଟେକନିକ ଅଧ୍ୟକ୍ଷ ସୂର୍ଯ୍ୟମଣୀ ସାହୁ, ସମ୍ନାନୀତ ଅତିଥି ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଭୁ ଭୂଷଣ ମିଶ୍ର, ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏବଂ ବିଦ୍ୟାଳୟ ଅଭିଭାବକ କମିଟି ବିକ୍ରମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ। ଏହି ଅବସରରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର…

Read More

ଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ

ନନ୍ଦିଘୋର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ ହୋଇଯାଇଛି। କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଦଘାଟନୀ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ଭୁବନେଶ୍ଵର ଲ’ କଲେଜର ଅଧ୍ୟକ୍ଷ ଡ.ଗିରୀଶ ରଂଜନ ସାହୁ, ସମାଜସେବୀ ତଥା ଜ୍ଞାନାଲୋକ ଟ୍ରଷ୍ଟ ଭୁବନେଶ୍ଵରର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ସାହୁ, ପରିବେଶ ପ୍ରେମୀ ସୁବାଷ ଚନ୍ଦ୍ର ନାୟକ ଓ ପରିବେଶବିତ୍ କବି ଡ.ସୁରେଶ ଚନ୍ଦ୍ର ବରାଡ଼। ବିଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Read More

ଭାରତ ବିକାସ ପରିଷଦ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ଭାରତ ବିକାସ ପରିଷଦ, ଏଚ.ଡି.ଏଫ୍.ସି. ବ୍ୟାଙ୍କ, ଇନ୍ଫୋସିଟୀ ଶାଖାର ସହଯୋଗରେ ପି.ଟି.ଏସ. ରୋଡ଼ସ୍ଥିତ ଏହାର କାର୍ଯ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଓ ଡାକ୍ତର ଦେବିଦତ୍ତ ମିଶ୍ର ପ୍ରଦୀପ ପ୍ରଜ୍ବଳନକରି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରୁ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ଘନଶ୍ୟାମ ସାହୁ ପରିଚାଳନା କରିଥିଲେ। ଏଥିରେ ରାଜଶ୍ରୀ ପଟେଲ, ସୁବଳ ଚନ୍ଦ୍ର ବେହେରା, ଝିଲିମିଲି ସାହୁ, ଅରୁଣ କୁମାର ମହାନ୍ତି, ସଙ୍ଗୀତା ପଟ୍ଟନାୟକ, ଚିନ୍ମୟ ପୃଷ୍ଟି, ପ୍ରଦୀପ କୁମାର ସାହୁ, ଦିଗମ୍ବର ମହାପାତ୍ର, ଐଶ୍ୱର୍ଯ୍ୟା ପଟ୍ଟନାୟକ, ସମ୍ବିତ ଭଟ୍ଟ, ଦିପ୍ତ୍ତୀମୟୀ ପ୍ରିୟଦର୍ଶିନୀ, ବିଜୟ…

Read More

‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜୋନସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ଜୋନ୍ ସ୍ତରୀୟ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହିତ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ସଙ୍ଗୀତଧାରାର ଆଭିମୁଖ୍ୟ ଏବଂ ପ୍ରତିଯୋଗିତାର ନିୟମାବଳୀ ତଥା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉଦଘାଟନୀ ସଭାରେ ଅନ୍ୟତମ ଅତିଥି ଭାବେ ସମାନ୍ତ ଚନ୍ଦ୍ରଶେଖର ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ରଥ ଯୋଗଦାନ କରିଥିବା ବେଳେ ସମ୍ପାଦକ…

Read More

ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ପଡିଆରେ ମା’ ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଷ୍ଟଦିବଶୀୟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଡିସେମ୍ବର ୧୬ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି କ୍ଳବର ସଭାପତି ରାଜା ପଟ୍ଟନାୟକ ଓ ସମ୍ପାଦକ ମାନସ ପ୍ରୀତମ ସୂଚନା ପ୍ରଦାନ କରିଛନ୍ତି। ପୁରୁଣା ସହରର ବହୁ ବ୍ୟକ୍ତି ଏବଂ ଯୁବ ଖେଳାଳୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିବସ ଖେଳରେ କୋମଣ୍ଡ ଭଲିବଲ ଆସୋସିଏସନ ଏବଂ ଭାଟସାହି ଭଳିବଲ ଆସୋସିଏସନ ମଧ୍ୟରେ ଖେଳ ହୋଇଥିବା ଜଣାପଡ଼ିଛି।

Read More

ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଓଡ଼ଗାଁ ସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରକୁ ପରିଭ୍ରମଣ କରିଥିଲେ।କେନ୍ଦ୍ରର ପରିଚାଳକ ବିଭୁ ଭୂଷଣ ମିଶ୍ର, ପ୍ରଶିକ୍ଷିକା ପୁଷ୍ପାଞ୍ଜଳି ରାଉତ ଏବଂ ନାରାୟଣ ଉଚ୍ଚ…

Read More