ଭାରତ ବିକାସ ପରିଷଦ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ଭାରତ ବିକାସ ପରିଷଦ, ଏଚ.ଡି.ଏଫ୍.ସି. ବ୍ୟାଙ୍କ, ଇନ୍ଫୋସିଟୀ ଶାଖାର ସହଯୋଗରେ ପି.ଟି.ଏସ. ରୋଡ଼ସ୍ଥିତ ଏହାର କାର୍ଯ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଓ ଡାକ୍ତର ଦେବିଦତ୍ତ ମିଶ୍ର ପ୍ରଦୀପ ପ୍ରଜ୍ବଳନକରି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରୁ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ଘନଶ୍ୟାମ ସାହୁ ପରିଚାଳନା କରିଥିଲେଏଥିରେ ରାଜଶ୍ରୀ ପଟେଲ, ସୁବଳ ଚନ୍ଦ୍ର ବେହେରା, ଝିଲିମିଲି ସାହୁ, ଅରୁଣ କୁମାର ମହାନ୍ତି, ସଙ୍ଗୀତା ପଟ୍ଟନାୟକ, ଚିନ୍ମୟ ପୃଷ୍ଟି, ପ୍ରଦୀପ କୁମାର ସାହୁ, ଦିଗମ୍ବର ମହାପାତ୍ର, ଐଶ୍ୱର୍ଯ୍ୟା ପଟ୍ଟନାୟକ, ସମ୍ବିତ ଭଟ୍ଟ, ଦିପ୍ତ୍ତୀମୟୀ ପ୍ରିୟଦର୍ଶିନୀ, ବିଜୟ କୁମାର ସାହୁ, ଅନିଲ କୁମାର ଷଡଙ୍ଗୀ, ଦିଲ୍ଲୀପ କୁମାର ଦାସ, ଖିରୋଜିନି ବିଶୋଇ, ଭାଗିରଥି ମହାପାତ୍ର, ସୀତାରାମ ପ୍ରଧାନ, ମାନସ କୁମାର ପଣ୍ଡା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବାବେଳେ ଭାରତ ବିକାସ ପରିଷଦର ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାଶ, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ, ସେବା ସଚିବ ଦୁର୍ଯ୍ୟୋଧନ ସାହୁ, ସଂସ୍କାର ସଚିବ ଅଜୟ କୁମାର ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ୟ ଏବଂ ନୟାଗଡ ରକ୍ତଭଣ୍ଡାରର ଅଜୟ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ

Related posts