ଦଶପଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ଦୂର୍ଗାବଜାର ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବୈଠକ କରିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ୍ ଅନ୍ତର୍ଗତ ପାଣ୍ଡରାସିଙ୍ଗି ଠାରେ ପହଞ୍ଚିଥିଲେ। ସେଠାରେ ବିଜେପି ନେତ୍ରୀ ଇନ୍ଦୁମତି ନାୟକ, ବିଜେପିର ରାଜ୍ୟ ପରିଷଦ ସଦସ୍ୟ ତଥା ବିଜେପି ନେତା ମନୋଜ କୁମାର ବେହେରା, ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ସଦସ୍ୟ ରାଘବ ମଲ୍ଲିକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ଶହ ଶହ କର୍ମୀ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ବିରାଟ ଶୋଭାଯାତ୍ରାରେ ଆସି ମଧ୍ୟଖଣ୍ଡ ଠାରେ ପହଞ୍ଚିଥିଲେ।

ମଧ୍ୟଖଣ୍ଡ ଠାରେ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଚନ୍ଦନ ରାଉତ, ପୁର୍ବତନ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସାଧାରଣ ସଂପାଦକ ବସନ୍ତ କୁମାର ମହାନ୍ତି, ସଦସ୍ୟ ଚିତ୍ତରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ସାମଲ ମହୋଦୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ବାଇକ ରାଲୀ ବାହାରି ଦଶପଲ୍ଲା ଦୁର୍ଗାବଜାର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଉକ୍ତ କର୍ମକର୍ତ୍ତା ବୈଠକରେ ଯୋଗଦେଇ କେନ୍ଦ୍ର ସରକାର ତଥା ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହିତ ଏଥିନେଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ତଥା ମଣ୍ଡଳ, ବୁଥ୍, ଓ ପଂଚାୟତର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ରୁଦ୍ଧଦ୍ଵାର ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଆଗାମୀ ନିର୍ବାଚନ ୨୦୨୪ ନିମନ୍ତେ ଦୁର୍ନୀତି ଗ୍ରସ୍ତ ଓ ଭ୍ରଷ୍ଟାଚାର ବିଜୁ ଜନତା ଦଳକୁ ଓଡ଼ିଶାରୁ ହଟାଇବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥଲେ। ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ନୟାଗଡ଼ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବସନ୍ତ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ହୃଷିକେଶ ବେହେରା ଓ ପୁର୍ବତନ ସଭାପତି ସନ୍ୟାସୀ ନାୟକ, ରାଜ୍ୟ ବିଜେପି ଯୁବ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ବିଜେପିର ବହୁ ବରିଷ୍ଠ ନେତା ମଞ୍ଚରେ ଉପସ୍ଥିତ ଥିଲେ ।

Related posts