ଲୋକ ନୋଡ଼ାଲ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡା ମାନପୁରରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପଞ୍ଚିରିଡା ସ୍ଥିତ ବାଲୁଙ୍କେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରା ଯାଇ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ରାଉତ, ଶୁଭେନ୍ଦୁ ଶେଖର ପରିଡ଼ା, ବଣ୍ଟୁ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ କ୍ରୀଡ଼ା ମସାଲ ଧରି ବିଦ୍ୟାଳୟ ପଡିଆକୁ ଆସିଥିଲେ। ସେଠାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ କ୍ରୀଡ଼ା ମସାଲକୁ ସ୍ବାଗତ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। ତତ୍ପରେ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ରାଉତ ଓ ଶୁଭେନ୍ଦୁ ଶେଖର ପରିଡ଼ାଙ୍କ ପରିଚାଳନା ରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତି ଯୋଗୀତାରେ ଆଜି୧୦୦ ମିଟର ଦୌଡ଼, ୨୦୦ ମି ଦୌଡ଼, ମ୍ୟୁଜିକ ଚେୟାର, ଅଖା ଦୌଡ଼, ଧିର ସାଇକେଲ ଚାଳନା, ଡିସକସ ଫିଙ୍ଗା, ଭାଲ ଫିଙ୍ଗା ଆଦି ୨୮ଟି ଇଭେଣ୍ଟ ସବଜୁନିଅର, ଜୁନିଅର, ସବସିନିଅର ଓ ସିନିଅର ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଶିକ୍ଷକ ମାନସ ରଞ୍ଜନ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ଅଶୋକ ମହାପାତ୍ର ଓ ଶିକ୍ଷୟିତ୍ରୀ ମାଳତୀ ଦେଈ, ମାଳତୀ ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts