ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟ୍ସ ମିଶନ ଆନୁକୁଲ୍ୟରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥକୁ ଉଦଘାଟନ କଲେ ଜିଲ୍ଲାପାଳ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଉଦ୍ଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସଂଗେ ସଂଗେ ଏହାର ସୁପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକରୀ, ସହକାରୀ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ମାଣ୍ଡିଆ MSP କୁଇଣ୍ଟାଲ ପିଛା ୧୩,୮୪୬/- ଧାର୍ଯ୍ୟ କରାଯାଇଛି । ଉକ୍ତ ୫ଗୋଟି ସଚେତନତା ରଥ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ତଥା ଓଡ଼ଗାଁ, ନୂଆଗାଁ, ଗଣିଆ, ଦଶପଲ୍ଲା, ଏବଂ ଭାପୁର ବ୍ଲକର ବିଭିନ୍ନ ଗ୍ରାମ ଓ ଗ୍ରାମ ପଞ୍ଚାୟତ ଗୁଡିକରେ ଭ୍ରମଣକରି କୃଷକ ମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ପ୍ରଚାର ପ୍ରସାର କରିବ।
