ନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା ଗ୍ରସ୍ତ। ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟି ପଡିଲା କାର। ଖୋର୍ଦ୍ଧା ଜିଲ୍ଲା କପାସିଆ ଠାରେ ଘଟିଛି ଏହି ଘଟଣା। ତେବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସାମାନ୍ୟ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଉପ ଜିଲ୍ଲାପାଳ। କାରର ବେଗ ସାଧାରଣ ଥିବା ବେଳେ ହଠାତ ଭାରସାମ୍ୟ ହରାଇଥିଲା କାର। ତେବେ କାରରେ ରହିଥିଲେ ଉପଜିଲ୍ଲାପାଳ। ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ତେବେ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିବା ସୂଚନା ମିଳିଛି।

Read More

ନଭେମ୍ବର ୧୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ଘେରିବ ଆଦିବାସୀ ଅଧିକାର ମଞ୍ଚ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ବିଭିନ୍ନ ଆଦିବାସୀ ପଲ୍ଲୀର ଶତାଧିକ ଆଦିବାସୀ ମୁଖିଆ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶାଳିଆଝରି ଗାଁରେ ମିଳିତ ସଭାକରି କାଜୁ ଜମି ଉପରେ ଆଦିବାସୀମାନଙ୍କର ପାରମ୍ପରିକ ଓ ନୀତିଗତ ଅଧିକାର ସହିତ ଘରଡିହ,ଜଙ୍ଗଲ ଜମି ଅଧିକାର ପାଇଁ ନଭେମ୍ବର ୨୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ମାଳ ଅଞ୍ଚଳରେ ପାରମ୍ପରିକ ଅଧିକାରୀ ଗରିବ ପ୍ରଜାଙ୍କୁ ଜଙ୍ଗଲ ଜମିରୁ ବେଦଖାଲ କରି ବନ ଉନ୍ନୟନ ନିଗମ କାଜୁ ରୋପଣ କରି ଏହିଫସଲକୁ ଶାଗ ମାଛ ଦରରେ ମାଫିଆ ମାନଙ୍କ ହାତକୁ ଟେକିଦେଇ ମାଟିର ମଣିଷ ମାନଙ୍କ ସହ ପ୍ରତାରଣା କରୁଛି। 110ହେକ୍ଟର କାଜୁ ଜମିକୁ ମାତ୍ର…

Read More

ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ। ଏହି କାର୍ଯ୍ୟକ୍ରମ ସହ ଓଡ଼ିଶା ମିଲେଟସ୍‌ ମିଶନ ପ୍ରତିଯୋଗୀତା ମଧ୍ୟ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସପି ରାହୁଲ ଜୈନ ପ୍ରମୂଖ ଉପସ୍ଥିତ ରହିଥିଲେ । ସୁରଭି ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ…

Read More

ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦.୧୦.୨୦୨୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ୍ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ। ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥୁଲା। କାହିଁକି ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ୍ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ। କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍. ଅଫିସରଙ୍କ ଘଟଣାରେ ଏଭଳି ତତ୍‌ପରତା ଦେଖାଇବାର ନଜିର ଅଛି କି…

Read More

ପିଆଜ ଦରବୃଦ୍ଦି ପାଇଁ ନବୀନ-ମୋଦି ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ

ସରଣକୂଳ,(ନୟାଗଡ଼ ଦର୍ପଣ): ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ମାତ୍ରାଧିକ ଦରବୃଦ୍ଦି ପାଇଁ ହାଣ୍ଡିଶାଳ ଉପରେ ଚଡକ ପକାଇଥିବା ବିଜେଡି ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ଶରଣକୂଳ ଲଡ଼ୁବାବା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳାଙ୍କୁ କେଜି ପ୍ରତି ୩୦ ଟଙ୍କା ଦରରେ ପିଆଜ ବିକ୍ରି କରି ମହିଳାମାନେ ଅଭିନଵ ପ୍ରତିବାଦ କରାଯାଇଥିଲା। ୨୩ ବର୍ଷରେ ନବୀନ ସରକାର ରାଜ୍ୟରେ ପିଆଜ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନପାରିବା ଏବଂ ପିଆଜର ଅଭାବ ଦୂର କରାଇବାରେ ବିଫଳ ନବୀନ ମୋଦି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ। ପିଆଜ ଦରବୃଦ୍ଦି ବିରୁଦ୍ଧରେ ବିକ୍ଷୋଭ ପାଇଁ ସାଧାରଣ ଖାଉଟି ମଧ୍ୟ ସମର୍ଥନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଡିସିସି ମେଡ଼ିଆ ବିଭାଗ ସଂଯୋଜକ…

Read More

ବିଜେଡି ଯୁବ ସଭାପତି ରମେଶ ସାହୁ(ବାଙ୍କ)ଙ୍କ ସ୍ମୃତିରେ କାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡ଼ିର ତୁଙ୍ଗନେତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା l କେବଳ ବିଜେଡି ନୁହେଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ର ନେତାମାନେ ଶୋକବ୍ୟକ୍ତ କରିଛନ୍ତି ସ୍ବର୍ଗତ ରମେଶଙ୍କ ପାଇଁ l କାରଣ ରମେଶ ଥିଲେ ସମସ୍ତଙ୍କର ପ୍ରିୟ ମଣିଷ l କେବଳ ଗୋଟିଏ ଦଳ ଭିତରେ ସୀମିତ ନ ଥିଲା ତାଙ୍କର ବ୍ୟକ୍ତିତ୍ୱ l ସମସ୍ତଙ୍କୁ ଆପଣାର କଲାଭଳି ମଣିଷଟି ଆଜି ସମୟର ସ୍ରୋତ ଭିତରେ ନିରବୀ ଯାଇଛି ସତ ହେଲେ ତାଙ୍କର ଅମ୍ଲାନ ସ୍ମୃତି ଆଜି ବି ଗୁଞ୍ଜରିତ ହେଉଛି l ରମେଶଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେରେ ଯେମିତି ଖେଳି ଯାଇଛି ଶୋକର ଛାୟା l ଯିଏ ଏଖବର ପାଇଛି ସିଏ ମନେ ପକାଇବାକୁ ବାଧ୍ୟ ହୋଇଛି ମିଷ୍ଟଭାଷି ରମେଶଙ୍କ ଅମାୟିକ…

Read More

ଭିଜିଲାନ୍ସ ସପ୍ତାହ ଓ କଳା ଉତ୍ସବ ପ୍ରତିଯୋଗୀତା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଭାଗ ନେଇଥିଲେ। ସେହି ପରି ବ୍ଲକର ୭ଟି ବିଦ୍ୟାଳୟର ୧୪ ଜଣ ଛାତ୍ର ଛାତ୍ରୀ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ସୁଚିଶ୍ମିତା ପରିଡ଼ା, ସତ୍ୟ କୁମାର ସାହୁ,ଦୀପାଞ୍ଜଳୀ ପରିଡ଼ା, ରୁଦ୍ର ନାରାୟଣ ଦାସ, ଲକ୍ଷ୍ମୀଧର ସାହୁ, ମୋନାଲିସା ରାଉତ, ସଙ୍ଗୀତା ପ୍ରଧାନ, ରଶ୍ମିତା ପରିଡ଼ା ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତାରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ସେହି ପରି ସୁଚିତ୍ରା ବେହେରା, ପ୍ରତୀକ୍ଷା ପ୍ରିୟଦର୍ଶନି, ସ୍ଵଂୟପ୍ରଭା ସାହୁ, ଚିତ୍ତରଞ୍ଜନ ସେଠି, ଶିବାନୀ ପ୍ରଧାନ ପ୍ରମୁଖ କଳା ଉତ୍ସବରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ପ୍ରତିଯୋଗୀତାରେ ବିଚାରପତି…

Read More

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନୀଳାଦ୍ରିପୁର କ୍ଲଷ୍ଟର ସି ଆର ସି ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିମାଞ୍ଚଳ ସେନାପତି,ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ସି ଆର ସି ସି ଧୀରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ବେହେରା,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା, ନବକ୍ରିଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ଦାସ ଙ୍କୁ ଉତ୍ତରୀୟ,ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା…

Read More

ଭୀମଭୋଇ ସାମର୍ଥ୍ୟ ଶିବିର ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକର ୨୨ ଟି ପଞ୍ଚାୟତ ରୁ ୩୧୪ ଜଣ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗରେ ୧୪୧ ଜଣ , କର୍ଣ୍ଣ ବିଭାଗରେ ୮୭ ଜଣ, ବସ୍ ପାସ ୭ ଜଣ, ଆଖି ବିଭାଗରେ ୪୩ ଜଣ, ବିକୃତ ମସ୍ତିଷ୍କ ଓ ଶିକଲିନ ୩୦ ଜଣ, କୃତିମ ଅଙ୍ଗ ୦୬ ଜଣ ନାମ ପଞ୍ଜିକରଣ କରିଥିଲେ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ବାସୁଦେବ ନାୟକ, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଆଦିପତି କଅର,ଏ ବିଡ଼ିଓ…

Read More

ନୟାଗଡ଼ ଶ୍ରୀ ଶ୍ଯାମ୍ ସୋରୁମରେ ଭୟାବହ ଅଗ୍ନିକାଣ୍ଡ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ରୁ ଉର୍ଦ୍ଧ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି। ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ, ନୂଆଗାଁ,…

Read More