ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକର ୨୨ ଟି ପଞ୍ଚାୟତ ରୁ ୩୧୪ ଜଣ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗରେ ୧୪୧ ଜଣ , କର୍ଣ୍ଣ ବିଭାଗରେ ୮୭ ଜଣ, ବସ୍ ପାସ ୭ ଜଣ, ଆଖି ବିଭାଗରେ ୪୩ ଜଣ, ବିକୃତ ମସ୍ତିଷ୍କ ଓ ଶିକଲିନ ୩୦ ଜଣ, କୃତିମ ଅଙ୍ଗ ୦୬ ଜଣ ନାମ ପଞ୍ଜିକରଣ କରିଥିଲେ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ବାସୁଦେବ ନାୟକ, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଆଦିପତି କଅର,ଏ ବିଡ଼ିଓ ସ୍ବଦେଶ ରଞ୍ଜନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।ନୂଆଗାଁ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱର୍ଣ୍ଣ ସାରିକା ଜେନା, , ଜିପିଓ ସାଧୁଚରଣ ସାହୁ,ରଘୁନାଥ ସାହୁ ପ୍ରମୁଖ ଅଧିକାରୀ ମାନେ କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା ରେ ସହଯୋଗ କରିଥିଲେ।ଦଶପଲ୍ଲା ବିଧାୟକ ହୁଇଲ ଚେୟାର ବଣ୍ଟନ କରିଥିଲେ।ଏହି ଶିବିରରେ ୨୨ ଟି ପଞ୍ଚାୟତ ର ଜନ ପ୍ରତିନିଧି ଉପସ୍ଥିତ ଥିଲେ।

