ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ମିନି ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁସାରେ ଲୋଧାଚୁଆ ପଞ୍ଚାୟତ ଅଧିନସ୍ଥ ବଗଲ ଗ୍ରାମର ହରିହର ପ୍ରଧାନ(୭୦) ସୋମବାର ଅପରାହ୍ନ ସମୟରେ ଲୋଧାଚୁଆ ପଞ୍ଚାୟତକୁ ରାସନ ନେବାକୁ ଆସିଥିଲା ବେଳେ ରାସନ ନେଇ ପଞ୍ଚାୟତ ଅଫିସରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ରାଜସୁନାଖଳାରୁ ରଣପୁର ଆଡେ ଆସୁଥିବା ଏକ ବିଦେଶୀ ମଦ ବୋଝେଇ ମିନିଟ୍ରକ ଗାଡ଼ି ନମ୍ବର OD-02-AA-4771 ବୃଦ୍ଧ ହରିହରଙ୍କୁ ସମୁଖ ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ହରିହର କିଛି ଦୁର ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ତେବେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ସଙ୍ଗେସଙ୍ଗେ ତାଙ୍କୁ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ…
Read MoreYear: 2021
ନୟାଗଡର ଏକ ମନୋରମ ପର୍ଯ୍ୟଟନ କ୍ଷେତ୍ର ସାତକୋଶିଆ
ନୟାଗଡ଼ ଓ ଅନୁଗୋଳ ଜିଲ୍ଲାର ସିମାନ୍ତ ଅଞ୍ଚଳ ଗଣିଆ ବ୍ଲକର ମହାନଦୀରେ ଥିବା ସାତକୋଶିଆ ଗଣ୍ଡ, ମଗର ଓ ଘଡିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ । ଏତଦ୍ ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ ଓ ଗଣ୍ଡ ଅଞ୍ଚଳରେ ଚାତକ, ମାଛରଙ୍କା, ହଂସରାଳି, କଣ୍ଟିଆ, ଭାଲିଆଖାଇ, ଚକୁଆଚକୋଇ ଓ ବ୍ରାହ୍ମଣୀଟକ ଆଦି ରଙ୍ଗବେରଙ୍ଗର ପକ୍ଷୀଙ୍କ କଳରବରେ ଏଠାକାର ସ୍ଥାନ ହୋଇଉଠେ ଚଳଚଞ୍ଚଳ । ସେହିପରି ଗଣ୍ଡରେ ନୌକା ବିହାର ଓ ପାହାଡ଼ ଚଢ଼ିବାର ସୁବିଧାସହ ବିସ୍ତୀର୍ଣ୍ଣ ବାଲୁକାରାଶିରେ ବଣଭୋଜି କରିବାର ମଜା ନିଆରା । ଏଠାରେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ନୌକା ବିହାରର ସୁବିଧା ଥିଲେ ମଧ୍ୟ ସବୁବେଳେ ସମ୍ଭବ ନଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ସୁବିଧା କରାଗଲାଣି । ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଅନ୍ୟତମ ବାଇଶପଲ୍ଲୀ ସଂରକ୍ଷିତ ଅଭୟାରଣ୍ୟ ଅପରୂପା ପ୍ରାକୃତିକ ଶୋଭାରାଜି, ଘଞ୍ଚବନାନୀ,…
Read Moreଯାହାକୁ ନେଇ ନୟାଗଡ଼ ମାଟି ଆଜି ବିଶ୍ଵ ବିଦିତ: ସେ ହେଲେ ଖଣ୍ଡପଡାର ପଠାଣି ସାମନ୍ତ
ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତ ଉତ୍କଳ ଜନନୀଙ୍କର ସର୍ବଶ୍ରେଷ୍ଠ ତଥା ଯୋଗ୍ୟତମ ସନ୍ତାନ ଅଟନ୍ତି । ୧୮୩୫ଖ୍ରୀ.ଅ.ରେ ପୌଷ କୃଷ୍ଣାଷ୍ଟମୀ ଦିନ ଖଣ୍ଡପଡ଼ାଗଡ଼ର ସାମନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ଏହି ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀଙ୍କ ଦୀର୍ଘ ଦୁଇ ଦଶନ୍ଧିର ଉତ୍ସର୍ଗୀକୃତ ସାଧନାର ସର୍ବଶ୍ରେଷ୍ଠ କୃତି ହେଉଛି ‘ସିଦ୍ଧାନ୍ତଦର୍ପଣ’ ଗ୍ରନ୍ଥ, ଯାହା ମୂଳତଃ ସଂସ୍କୃତ ଭାଷାରେ ଲେଖାଯାଇଛି । ଏହି ଗ୍ରନ୍ଥରେ ସର୍ବମୋଟ୍ ୨୫୦୦ଟି ଶ୍ଳୋକ ରହିଛି ଓ ଏଥିରେ ଜ୍ୟୋତିଷଶାସ୍ତ୍ର, ଭୂଗୋଳ, ଖଗୋଳ, ଭୂପ୍ରମାଣବାଦ, ଭୂସ୍ଥିରତାବାଦ, ଗ୍ରହସ୍ଫୁଟ, ଚନ୍ଦ୍ରସୂର୍ଯ୍ୟଙ୍କ ଗତି, ଅୟନାନ୍ତ, ଆଦି ବହୁ ବିଷୟରେ ଆଲୋଚନା ରହିଛି । ଏହିଗ୍ରନ୍ଥ ପ୍ରକୃତରେ ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ସଂସ୍କୃତ ସାହିତ୍ୟ ଓ ବ୍ୟାକରଣର ଏକ ଅପୂର୍ବ ସଂଗମ ଅଟେ । ୧୮୯୯ ଖ୍ରୀ.ଅ.ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ‘ସିଦ୍ଧାନ୍ତ…
Read Moreକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଘୁମୁସର ରାଜବଂଶରେ ଜନ୍ମଲାଭ କରିଥିବା ଉପେନ୍ଦ୍ରଭଞ୍ଜ ୧୭୦୩ ଖ୍ରୀ.ଅ.ରେ ନିଜର ପିତା ନୀଳକଣ୍ଠ ଭଞ୍ଜଙ୍କ ସହ ନୟାଗଡ଼ ରାଜାଙ୍କ ଆଶ୍ରୟ ଗ୍ରହଣ କରି ମାଳିସାହି ଗ୍ରାମରେ ଖମାରବାଡ଼ି ପାଇ ଆଜୀବନ ବାସ କରିଥିଲେ । ନୟାଗଡ଼ର ସାହିତ୍ୟିକ ବାତାବରଣ ଭିତରେ ସେ ସାରସ୍ୱତ ସାଧନାରେ ନିମଗ୍ନ ହୋଇ ଜଣେ ମହାକବିରେ ପରିଣତ ହୋଇପାରିଥିଲେ । ନୟାଗଡ଼ ରାଜା ତାଙ୍କୁ ନୟାଗଡ଼ ଦରବାରର ପାରମ୍ପରିକ ବୀରବର ଉପାଧି ପ୍ରଦାନ କରିଥିଲେ । ଏଠି ରହି ଉପେନ୍ଦ୍ରଭଞ୍ଜ ରଚନା କରିଥିଲେ- ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ ଆଦି ପ୍ରସିଦ୍ଧ ଗ୍ରନ୍ଥ । ସେଥିପାଇଁ କୁହାଯାଏ – ଘୁମୁସର ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇଛି; ମାତ୍ର ନୟାଗଡ଼ ହିଁ କବି ସମ୍ରାଟଙ୍କୁ ସୃଷ୍ଟି କରିଛି ।
Read Moreବନ୍ଧୁକ ନିର୍ମାଣ ସରଞ୍ଜାମ ସହ ଜଣେ ଗିରଫ, ବନ୍ଧୁକ ଜବତ
ରଣପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ କନ୍ଧନୟାଗଡ଼ ଗ୍ରାମର ଜଗଦିଶ ମହାରଣାଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ନିର୍ମାଣ ସରଞ୍ଜାମ ଜବତ କରିଛି। ଚାନ୍ଦପୁର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କେରେଣ୍ଡାଟାଙ୍ଗି ଅଞ୍ଚଳରେ ଜଗଦିଶ ମହାରଣା ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଦେଖା ଯାଇଥିଲା । ପୁଲିସ ତାକୁ ସେଠାରୁ କାବୁ କରିବା ପରେ ସେ ତା’ ଦୋକାନରେ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଥିଲା । ତା’ଠାରୁ ସମସ୍ତ ନିର୍ମାଣ ସରଞ୍ଜାମ ଏବଂ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
Read Moreଜିଲ୍ଲା ଶାନ୍ତି କମିଟି ବୈଠକକୁ ଆସିଲାନି ଗୁଡୁପାଙ୍ଗି ଗ୍ରାମ
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ୁପାଙ୍ଗୀ ଏବଂ ଏହାର ପାଶ୍ୱର୍ବର୍ତ୍ତି ୧୭ଟି ଗ୍ରାମ ମଧ୍ୟରେ ଦୀର୍ଘ ଦିନରୁ ଏକ ଗ୍ରାମ୍ୟ ରାସ୍ତାକୁ ନେଇ ଲାଗିରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏହି ଶାନ୍ତି କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକକୁ ୧୭ଟି ଗ୍ରାମର ପ୍ରତିନିଧିମାନେ ଆସିଥିବା ବେଳେ ଗୁଡ଼ୁପାଙ୍ଗୀ ଗ୍ରାମ ପକ୍ଷରୁ କେହି ଆସି ନଥିଲେ । ସୂଚନା ଯୋଗ୍ୟ ଯେ ଗୁଡ଼ୁପାଙ୍ଗୀ ଗ୍ରାମ ମଧ୍ୟଦେଇ ଯାଇଥିବା ଏକ ଗ୍ରାମ୍ୟରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖର ୧୭ଟି ଗ୍ରାମ ଏବଂ ଗୁଡ଼ୁପାଙ୍ଗୀ ମଧ୍ୟରେ ଦୀର୍ଘ ଦିନରୁ ଏହି ରାସ୍ତା ଉପରେ ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗୀ ଗ୍ରାମ…
Read Moreଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲେ ଶିକ୍ଷକ ଦମ୍ପତି
ଓଡ଼ଗାଁ: ଓଡଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୂ୍ରୁ ପଞ୍ଚାୟତର ପୋଡ଼ାସାହି ଗ୍ରାମର ନୂଆସାହିରେ ୨୨ପରିବାରଙ୍କ ୩୫ବଖରା ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏଇ ବିପତ୍ତି ସମୟରେ ନୟାଗଡ଼ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଯଥା ସମ୍ଭବ ସାହାଯ୍ୟର ହାତ ବଢ଼େଇ ଛନ୍ତି କିଏ ଶୁଖିଲା ଖାଦ୍ୟ ବିତରଣ କରୁଛନ୍ତି ତ ଆଉ କିଏ ରନ୍ଧା ଖାଦ୍ୟ ଆଉ କିଏ ପୋଷାକ ବିତରଣ କରଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ଗାଁର ଶିକ୍ଷକ ଦମ୍ପତି ଯଥା ପ୍ରହଲ୍ଲାଦ ବେହେରା ଓ ତାଙ୍କ ସହଧର୍ମିଣୀ ଦମୟନ୍ତୀ ଦାସ ଅଗ୍ନୀବିପନ୍ନ ପରିବାରଙ୍କୁ ଚାଉଳ, ଆଳୁ, ଚପଲ, ପିଲାଙ୍କ ଡ୍ରେସ, ଲୁଗା, ଲୁଙ୍ଗି ଗାମୁଛା ସହିତ ୨୨୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।
Read Moreଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କି ନାଇଁ କରୋନା ଟିକା: ଲକ୍ଷଣରୁ ଜାଣନ୍ତୁ
କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟିକା ଆପଣଙ୍କ ଶରୀରରେ କାମ ଦେଉଛି। କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଖୁବ୍ ଦ୍ରୁତ ଗତିରେ କାମ କରୁଛି। ଯାହା କି ଏକ ଭଲ ଲକ୍ଷଣ ବୋଲି ଆମେରିକାର ମହାମାରୀ ଏକ୍ସପର୍ଟ କହିଛନ୍ତି। କିଛି ଲୋକଙ୍କ ଶରୀରରେ ପ୍ରଥମ ଡୋଜ୍ ପରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଉ କିଛିଙ୍କ ଠାରେ ଦ୍ଵିତୀୟ…
Read Moreକରୋନା କବଳରୁ ରକ୍ଷା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୀପଦାନ
ଓଡ଼ଗାଁ: କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକର କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ମୋହନ ସାହୁ, ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ, ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା, ବସନ୍ତ କୁମାର ବିଶୋଇ, ମହାଦେବ ମାଝି, ପବିତ୍ର ମୋହନ ସାହୁ, କିଶୋର…
Read Moreନୟାଗଡ଼ ଇତିହାସ
ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ । ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ…
Read More