ନୟାଗଡ଼: ନୟାଗଡ଼ ଜିଲ୍ଲା ପାଇଁ ଏକ ଖୁସି ଖବର। ଜନ ସାଧାରଣଙ୍କ ସେବା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ବ୍ୟବସ୍ଥାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା କରାପଯାଇଛି । ଏଥିସହିତ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥାର ଭିତ୍ତି ରଖାଯାଇଛି । ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପସ୍ଥିତ ରହିଥିଲେ । ଏଥି ସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ…
Read MoreYear: 2021
ଡିଜିଟାଲ ପ୍ଲାଟଫର୍ମରେ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ପାଳିତ
ନୟାଗଡ଼:- (ନୟାଗଡ଼ ଦର୍ପଣ) ଆଧୁନିକ ଗଳ୍ପ ଓ ଉପନ୍ୟାସର ଏଯାବତ୍ ଅପ୍ରତିଦ୍ୱନ୍ଦୀ ସମ୍ରାଟ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତଥାସ୍ତୁ ଆନୂକୂଲ୍ୟରେ ଭର୍ଚୁଆଲ ଦ୍ୱାରା ଆୟୋଜିତ ହୋଇଅଛି। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି କ୍ଷେତ୍ରରେ ଫକୀର ମୋହନ ସେନାପତିଙ୍କ ଅବଦାନ ଓଡ଼ିଆ ଜାତି ପାଇଁ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରଷ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ତଥା କବି, କଥାକାର, ସ୍ତମ୍ଭକାର ଶତ୍ରୁଜିତ୍ ସମ୍ମାନିତ ବକ୍ତା ଭାବେ ଫକୀରମୋହନ ସେନାପତିଙ୍କ ସାହିତ୍ୟ,ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୃଷୀକେଶ ଦାଶ, ସୁଧୀର ମହାପାତ୍ର, ଶରତ ଚନ୍ଦ୍ର…
Read Moreନୟାଗଡ଼ର ଗର୍ବ ଓ ଗୌରବ ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ
ନୟାଗଡ଼/ଓଡ଼ଗାଁ: (ନୟାଗଡ଼ ଦର୍ପଣ) ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶ୍ବର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ଭୂମୀରେ ସୁନାର ଫସଲ ଫଳାଇ ଚର୍ଚ୍ଚାକୁ ଆସିଥିଲେ । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ଅଞ୍ଚଳର ଏକର ଏକର ଚାଷ ଜମି ଅନୂର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ଟାଙ୍ଗରା ପାଲଟିଥିଲା । ଲୋକମାନେ…
Read Moreବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୂଆଗାଁ: (ନୟାଗଡ଼ ଦର୍ପଣ) ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆବଶ୍ୟକତା ବର୍ଣ୍ଣନା କରିଥିଲେ । ତତ୍ ସହିତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଏବଂ ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ସମାଜସେବୀ ଦାମୋଦର ସାହୁ, ବିଜେଡ଼ି ସଭାପତି ସନାତନ…
Read Moreସମାଜସେବୀଙ୍କ ଦ୍ଵାରା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ
ନୟାଗଡ଼ ସହର ଡିଆରଡିଏ ରୋଡ଼ରେ ଥିବା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ୪୦ ହଜାର, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ୩୦ ହଜାର, ନୟାଗଡ଼ ମୁନିସପାଲଟିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ୩୦ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି । “ସମର୍ପଣ” ପରିଚାଳନା କମିଟିର ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ଶ୍ରୀଧର ସାହୁ ଉପସ୍ଥିତ ରହି ଏହି ସହାୟତା ରାଶିକୁ ଗ୍ରହଣ କରିବା ସହ ଏହି ଅର୍ଥ “ବୃଦ୍ଧାଶ୍ରମ”ର ପରିଚାଳନା ଏବଂ ଉନ୍ନତି କରଣ କାର୍ଯ୍ୟରେ ବିନିଯୋଗ ହେବ ବୋଲି କହିଛନ୍ତି।
Read Moreସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ରକ୍ତଦାନ ଶିବିର
ନୂଆଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଦେଖାଦେଇଛି। ଏଣୁ, ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତାଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ଅବସରରେ ମଙ୍ଗଳବାର ମହୀତମା ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ କୋଭିଡ କଟକଣା ନିୟମ ଅନୁଯାୟୀ ରକ୍ତ ସଂଗ୍ରହ କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୨୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଆଜିର ଏହି ଶିବିରକୁ ନୟାଗଡ଼ ଜିଲ୍ଲାର ବିଶିଷ୍ଠ ସମାଜସେବୀ ଦାମୋଦର…
Read Moreଓଡ଼ଗାଁରେ ଦେୱାନୀ ସହକାରୀ ‘ଦୌରାଜଜ୍’ କୋର୍ଟ ଉଦଘାଟିତ
ଓଡ଼ଗାଁ: (ନୟାଗଡ଼ ଦର୍ପଣ) ଓଡ଼ଗାଁ ଏନ.ଏ.ସି.ରେ ଥିବା କୋର୍ଟ ପରିସରରେ ଆଜି ଭର୍ଚୁଆଲ ମାଧ୍ୟମରେ ନୂତନ ‘ଦୌରାଜଜ’ କୋର୍ଟ ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଡ଼ଃ ଏସ-ମୁରଲୀଧରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଓଡ଼ଗାଁ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାରପତି ଡ଼ଃ ବି.ଆର.ଷଡ଼ଙ୍ଗୀ ଓ ଵିଚାରପତି ପ୍ରମୋଥ ପଟ୍ଟନାୟକ ନିମନ୍ତ୍ରୀତ ଅତିଥିଭାବେ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ଗାଁ କୋର୍ଟର ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ଯୋଗଦେଇଥିବା ବେଳେ ନବ ନିଯୁକ୍ତ ଜଜ ଶିଭାଶିଷ ଗିରି, କନିଷ୍ଠ ବିଭାଗ ଦେୱାନୀ ମାଜିଷ୍ଟ୍ରେଟ ଅପୂର୍ବ ରାୟ ଓ ନ୍ୟାୟଧୀଷ ସୁଧାବାଇ ଅଗ୍ରୱାଲ ଉପସ୍ଥିତ ଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ସମ୍ମାନ ଜଣାଇ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁ ଓ…
Read Moreଜୁମ ଆପରେ ଦଶପଲ୍ଲା ବିଧାୟକଙ୍କ ବୈଠକ
ଦଶପଲ୍ଲା: (ନୟାଗଡ଼ ଦର୍ପଣ) ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନେଇ କୋରୋନା ମହାମାରୀକୁ କିଭଳି ପ୍ରତିହତ ମୁକାବିଲା କରାଯିବ ଏନେଇ ଏକ ଭର୍ଚୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଯୋଗଦେଇ ଲୋକମାନଙ୍କୁ କିଭଳିଭାବେ ସଚେତନ କରାଯିବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବ ସହ କୋରୋନା ସମୟରେ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ଦୂର କରାଯିବ ଏବଂ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ମାନକରି କିଭଳି ରକ୍ତ ଅଭାବକୁ ଦୂର କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।
Read More୧୦୦ଟି ବେଡ଼ ଅଧିକ ସହ ନିର୍ମାଣ ହେବ ୬ ମହଲା କୋଠା
ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସୂର୍ଯ୍ୟ ସିଦ୍ଧାନ୍ତ ରଥ
ନୟାଗଡ଼: (ନୟାଗଡ଼ ଦର୍ପଣ) ନୟାଗଡ଼ ସହରର ଛାୟାପଥ ଲେନରେ ରହୁଥିବା ଦୂରଦୁରା ଗ୍ରାମର ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ସୁପୁତ୍ର ତଥା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସୂର୍ଯ୍ୟ ସିଦ୍ଧାନ୍ତ ରଥ ପିଏଚଡି ଗବେଷଣା ପାଇଁ ( phD) ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା ୨୦-୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ଜିଲ୍ଳା ପାଇଁ ଗର୍ବ ଆଣିଛନ୍ତି। ପିଲାଟି ଦିନରୁ ଜଣେ ମୋଧାବି ଛାତ୍ର ଭାବେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ଶ୍ରୀମାନ ରଥଙ୍କ ଏହି ସଫଳତା ନିଶ୍ଚୟ ଅନ୍ୟ ମାନଙ୍କ ପ୍ରେରଣା ହେବ। ‘ନୟାଗଡ଼ ଦର୍ପଣ’ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରୁଛି।
Read More