କଣ୍ଟିଆମ୍ବା ଗାଁରେ ନିଆଁ ଲାଗି ଦୁଇ ପରିବାରର ୩ବଖରା ଘର ଭସ୍ମୀଭୂତ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବହୁଳ ପାରାଢୀପି ପଂଚାୟତ କଣ୍ଟିଆମ୍ବା ଗାଁ’ରେ ଆଜି ଦିବା ୩ଟା ସମୟରେ ଆକସ୍ମିକ ଭାବେ ନିଆଁ ଲାଗି ବିଚିକା ମଳିକ, ମିନକେତନ ମଳିକଙ୍କ ତିନି ବଖରା ଘରର ସମସ୍ତ ଆସବାବପତ୍ର ସହ ସୁନା, ରୂପା, ଦରକାରୀ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁଶାନ୍ତ କୁମାର ନାୟକ, ବିଭୁତି ଭୁଷଣ ପ୍ରଧାନ ଓ ଭଗବାନ ସାହୁ ପହଂଚି ଦୁଇ ପରିବାରଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। ସେହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି ।

Read More

ରଣପୁରରେ ଓଡ଼ିଶା ଗୋତିମୁକ୍ତି ଅଭିଯାନର ସାଧାରଣ ଅଧିବେଶନ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ):- ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ଆଜି ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରଘୁ ଦିବାକର ଭବନ ରଣପୁର ପରିସରରେ ଆୟୋଜିତ ଏହି ବୈଠକରେ ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଗୋତିମୁକ୍ତି ଅଭିଯାନର ରାଜ୍ୟ ସଭାପତି ସୁରେଶ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଜାତି ଦୃଷ୍ଟିରୁ ପୁରୁଷାନୁକ୍ରମେ ଵର୍ତନ ପ୍ରତି ବଦଳରେ ଉଚ୍ଚ ଜାତିର ସେବା କରି ଆସୁଥିବା ରଜକ ଏବଂ ବାରିକ ଜାତିର ଗୋତି ଶ୍ରମିକମାନଙ୍କୁ ଗୋତି ଶ୍ରମିକ ଉଚ୍ଛେଦ ଆଇନ- ୧୯୭୬ ବଳରେ ଥଇଥାନ କରିବା ସହ ସମସ୍ତଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ…

Read More

“ଅନନ୍ୟା ଫାଉଣ୍ଡେସନ” ତରଫରୁ ଦଶପଲ୍ଲାରେ ମାସ୍କ ବଣ୍ଟନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରେ ୭୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କରୋନା ଯୋଦ୍ଧା ତଥା ଦଶପଲ୍ଲା ଥାନାର ପୋଲିସ ଭାଈ ଭଉଣୀଙ୍କୁ ମାସ୍କ୍ ବଣ୍ଟନ କରାଯାଇଥିଲା। ପରେପରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ ବଣ୍ଟନ ଓ କରୋନା ସଚେତନତା କରାଯାଇଥିଲା। ସୂଚନାଯୋଗ୍ୟ, ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ପର୍ଯ୍ୟନ୍ତ ୫୦୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାସରିଛି। ତାହା ପୁଣି ସର୍ଜିକାଲ୍ ନୁହେଁ, ହାତ ତିଆରି କପଡ଼ା ମାସ୍କ। ଯାହାକୁ ଅନନ୍ୟା ଫାଉଣ୍ଡେସନର ମହିଳା ଗୋଷ୍ଠୀ ସିଲେଇ ଜାରି ରଖିଛନ୍ତି। ଆଗକୁ ଏଭଳି ଜନହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।

Read More

ଦଶପଲ୍ଲା ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃତଙ୍ଗ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଡଙ୍କାରିସାହି ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଧୋବାବୁରେଇ ଠାରୁ ରାଇଗାଡ଼ିଆ ପଯ୍ୟନ୍ତ ବୃତଙ୍ଗ ନଦୀର ବାମ ପାର୍ଶ୍ଵ ବନ୍ଧର ସୁରକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଛାମୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ପରେ କୁମ୍ଭୀରଖଣି ଠାରେ କ୍ଲବ ଘରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଛାମୁଣ୍ଡିଆ ଠାରେ କ୍ଲବ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ…

Read More

ମଙ୍ଗଳ ଗ୍ରହରେ ଶୁଣା ଯାଉଥିଲା ଏକ ଅଦ୍ଭୁତ ଶବ୍ଦ

ନାସା ଦ୍ୱାରା ପ୍ରେରିତ ଇନସାଇଟ ଲେଣ୍ଡର ତା ଦେହରେ ଖଚିତ ଥିବା ଏକ ସିସ୍‍ମୋମିଟର ଦ୍ୱାରା ରେକଡିଂ କରାଯାଇଥିବା ଏକ ଅଦ୍ଭୁତ ଶବ୍ଦକୁ ପ୍ରକାଶିତ କରିଛି ଯାହା ଖାଲି କାନଦ୍ୱାରା ମଣିଷ ପକ୍ଷରେ ଶୁଣିବା ସମ୍ଭବ ନୁହଁ । ଏହାର ଗତିକୁ ବଢାଇ ପ୍ରସେସିଂ କଲାପରେ ହେଡ୍‍ଫୋନରେ ଶୁଣି ହେଉଛି । ଏହି ସିସମୋମିଟରକୁ ଫ୍ରାନ୍ସର ସ୍ପେସ ଏଜେନ୍ସି ସିଏନଇଏସ ନାସାକୁ ପ୍ରଦାନ କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଧୀର ଗତିରେ ପବନ ବହୁଥିଲେ ବି ତାକୁ ରେକଡିଂ କରି ପାରୁଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଙ୍ଗଳ ଗ୍ରହରେ ସଂଗଠିତ ହେଉଥିବା ଭୂମିକମ୍ପ ସଂପର୍କରେ ସୂଚନା ଏକତ୍ରିତ କରିବା । ଯଦ୍ୱାରା ଏହି ଗ୍ରହର ଭୂଗର୍ଭ ସଂପର୍କରେ ଜାଣିହେବ । ଯେତେବେଳେ ଏହାର ରୋବୋଟିକ ଆର୍ମ ସାହାଯ୍ୟରେ ସିସମୋମିଟରକୁ ମଙ୍ଗଳ ପୃଷ୍ଠ…

Read More

୪୮୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପୁଲିସ୍ ଜନୈକ କଫ ସିରଫ୍ ବ୍ୟବସାୟୀକୁ ଗିରଫ କରିବା ବହୁ ପରିମାଣର କଫ ସିରଫ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟ ତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରାଯାଇଥିବା ବେଳେ ଓଡ଼ଗାଁ ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Read More

ଅବଶୋଷରେ ଅବଶେଷ

ସୁଦୂର ନ୍ୟୁଜଲାଣ୍ଡର ଅକଲାଣ୍ଡ ସହରରେ ରହୁଥିବା ଆମ ନୟାଗଡ଼ର ପୁଅ ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ପଠାଇଥିବା ଏକ କବିତା ‘ଅବଶୋଷରେ ଅବଶେଷ’ କଳା ମଚ ମଚ ରାତିଛାତିରେ ଜୁଇ, ମନରେ ତାତିହାଲୁକା ପବନରେ ଖେଳୁଚି ବଳକା ନିଶ୍ୱାସପଂହରୁଛି ଧାସକୁହୁଳୁଛି ସଂକୁଲୁଛିଯୁଇକାଠର ଶେସାଂସଆକାଶଟା ଅନେଇଚି କି ଘୁମେଇଚିଧୂଁଧୂଳିୟା ତ ଚାରିପାଖେପ୍ରଶ୍ୱାସ ଠଂଉ ନିଶ୍ୱାସ ଭାରି ରାହା ରୋକେ | ହଁ ତାଜା ଶବଟାଏ ଜଳୁଚି ; ନିଁଆତାକୁ ଗିଳୁଚିକାହାର ଆତ୍ମୀୟ ନିଜସ୍ୱ କାହା ସମ୍ବଳ ସର୍ବସ୍ବଲୁହର ବନ୍ୟାରେ ଉବୁଟୁବୁ ଜ୍ଞାତିସ୍ମୃତି ସାଉଁଟି ସାହସ ବାଣ୍ଟନ୍ତିଦବିଲା ଦବିଲା ମନ ଥକାହରା ମସ୍ତିସ୍କ ଛଟପଟ ଛାତିସମ୍ପର୍କ ଶିକୁଳିକଡ଼ି ହତଚକିତ କୋଳାହଳ ବାକିକାଲିର କଇଂ କଇଂ ନେହୁରା ଆଇସିୟୁ ଭିତରେପିପିଇ କିଟ ପିନ୍ଧା ଦେବଦୁତ ପାଖରେଆଜି କିନ୍ତୁ ଏକଦମ ଚୁପ ପରତ୍ମାର ନିର୍ଦେଶରେଶରୀର ତା ବଦଳୁଚି ଆତ୍ମାରେସେଲ୍ଫି ତତ୍ପର ହସ ମୁଁହ ସ୍ଥିର…

Read More

ଫୁଲେଇ ମାଉସୀ

ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କ କବିତା ‘ଫୁଲେଇ ମାଉସୀ’ ଆମ ଗାଁ ଦାଣ୍ଡରେ ସାଙ୍ଗ ସାଥି ମେଳେଖେଳୁ ଥିଲି ଦିନେ କାଗଜ ଡ଼ଙ୍ଗାର ଖେଳଆମ ଗାଁ କୃଷକ ଗହୀର ବିଲରେନିରେଖି ଅନାଏ ବାଜିଲାଣି କେତେ ବେଳ ଆମ ଗାଁ ନନା କାଶତଣ୍ଡୀ ବଣେଖୋଜି କାଟୁଥିଲା କୁଶସାରୁ ଗଛ ମୂଳେ ବେଙ୍ଗ ରାଜା ବସିଗରବେ ଫୁଲାଏ ନିଶ ଆମ ଗାଁ ଗହୀର ପଙ୍କ ଗlଡ଼ିଆରେଫୁଟୁଥିଲା କେତେ କଇଁବରଷାରାଣୀ ତା ମୁକୁଳା କେଶରେଯତନେ ଥିଲା ତ ନାଇ ରଙ୍ଗୁଆ ମାଟି ର ପଙ୍କକାଦୁଅରେଖେଳୁଥିଲି କେତେ ଖେଳବୋଉ ବାଢୁଥିଲା ତତଲା ଭାତକୁବାଉଁଶପତିରୀ ଝୋଳ ବରଷାରାଣୀ ମୋ ଫୁଲେଇ ମାଉସୀକଲା ଯେଉଁ ଦିନ ରୋଷଭୁଶୁଡ଼ି ପଡିଲା ଦଦରା କୁଡିଆଦିନା ମା ‘ହେଲା ଶେଷ ପ୍ରକୃତି ମାଆ ର ଗେହ୍ଲାଝିଅ ପରାମନେ ଭରୁ ଯେତେ ରୋଷସଂସାର ତା ପାଇଁ ଝୁରି ମରେ ପରାକରିଛି ସଭିଙ୍କୁ ବଶ…

Read More

ଜିଲ୍ଲା ପ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟରଙ୍କ ପ୍ରଥମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନୟାଗଡ,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଅଧିନସ୍ତ ୯ଗୋଟି ଶାଖାରେ ୧୪୨ ପ୍ୟାକ୍ସରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ମାନଙ୍କର ପ୍ରଥମ ବୈଠକ ଭୈରବୀ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି । କୃପାସିନ୍ଦୁ ଭଟ୍ଟଙ୍କ ସଭାପତିତ୍ୱରେ ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନର ଆବଶ୍ୟକତା ଏବଂ କାର୍ଯ୍ୟକ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟକରିବା ଓ ଉଚିତ ପାରିଶ୍ରମିକ ପାଇବାରେ ସଂଗଠନରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନେ ବୈଠକରେ ଯୋଗ ଦେଇ ନୟାଗଡ଼ ଜିଲ୍ଲା ଫ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟର ୟୁନିୟନ ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

Read More

ଦିନରେ ଲଣ୍ଠନ ଧରି ଧାରଣାରେ ବସିଲେ କାଶୀନାଥ

ନୟାଗଡ,(ନୟାଗଡ ଦର୍ପଣ):- ଜମି ମଧ୍ୟସ୍ଥିଙ୍କ ଠାରୁ ଟଙ୍କା ଫେରିବାକୁ ଅଭିନବ ପ୍ରତିବାଦ । ଦିନ ବେଳେ ଲଣ୍ଠନ ଧରି ମଧ୍ୟସ୍ଥିଙ୍କ ଘର ସାମ୍ନାରେ ଧାରଣାରେ ବସିଲେ କାଶୀନାଥ । ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସହର ଟାଉନ ଥାନା ଅନ୍ତର୍ଗତ ସିନ୍ଦୁରିଆ ପଞ୍ଚାୟତର ରତନପୁର ଗାଁରେ । ଏହି ଗାଁର ଜାଗାବାଡ଼ି ବ୍ୟବସାୟ କରୁଥିବା ମଧ୍ୟସ୍ଥି ଲକ୍ଷ୍ମୀଧର ବର୍ଦ୍ଧନଙ୍କ ଘର ସାମ୍ନାରେ ଲଣ୍ଠନ ଧରି ବସିଛନ୍ତି ମାନଧାତାପୁର ଗାଁର କାଶୀନାଥ ମିଶ୍ର। ଗତ ୫ ବର୍ଷ ତଳେ କାଶୀନାଥ ଏକ ଘର ବାରି ଜାଗା କିଣିବା ପାଇଁ ଲକ୍ଷ୍ମୀଧରଙ୍କୁ ୭ଲକ୍ଷ ଟଙ୍କା ଦେଇଥିଲେ ଏବଂ ମଧ୍ୟସ୍ଥି ଲକ୍ଷ୍ମୀଧର ମଧ୍ୟ ଜାଗା ମାଲିକଙ୍କ ଜମିକୁ କାଶୀନାଥଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ l ମାତ୍ର ରେଜିଷ୍ଟ୍ରର କିଛି ଦିନ ପରେ ଦାଖଲ ଖାରଜ ସମୟରେ ଏକ…

Read More