ନୟାଗଡ,(ନୟାଗଡ ଦର୍ପଣ):- ଜମି ମଧ୍ୟସ୍ଥିଙ୍କ ଠାରୁ ଟଙ୍କା ଫେରିବାକୁ ଅଭିନବ ପ୍ରତିବାଦ । ଦିନ ବେଳେ ଲଣ୍ଠନ ଧରି ମଧ୍ୟସ୍ଥିଙ୍କ ଘର ସାମ୍ନାରେ ଧାରଣାରେ ବସିଲେ କାଶୀନାଥ । ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସହର ଟାଉନ ଥାନା ଅନ୍ତର୍ଗତ ସିନ୍ଦୁରିଆ ପଞ୍ଚାୟତର ରତନପୁର ଗାଁରେ । ଏହି ଗାଁର ଜାଗାବାଡ଼ି ବ୍ୟବସାୟ କରୁଥିବା ମଧ୍ୟସ୍ଥି ଲକ୍ଷ୍ମୀଧର ବର୍ଦ୍ଧନଙ୍କ ଘର ସାମ୍ନାରେ ଲଣ୍ଠନ ଧରି ବସିଛନ୍ତି ମାନଧାତାପୁର ଗାଁର କାଶୀନାଥ ମିଶ୍ର। ଗତ ୫ ବର୍ଷ ତଳେ କାଶୀନାଥ ଏକ ଘର ବାରି ଜାଗା କିଣିବା ପାଇଁ ଲକ୍ଷ୍ମୀଧରଙ୍କୁ ୭ଲକ୍ଷ ଟଙ୍କା ଦେଇଥିଲେ ଏବଂ ମଧ୍ୟସ୍ଥି ଲକ୍ଷ୍ମୀଧର ମଧ୍ୟ ଜାଗା ମାଲିକଙ୍କ ଜମିକୁ କାଶୀନାଥଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ l ମାତ୍ର ରେଜିଷ୍ଟ୍ରର କିଛି ଦିନ ପରେ ଦାଖଲ ଖାରଜ ସମୟରେ ଏକ ସିଭିଲ କେସ କରି ଉକ୍ତ ଜମି ରେଜିଷ୍ଟ୍ରି କ୍ୟାନସଲ କରାଇ ଥିଲେ ଜାଗା ମାଲିକ । ଫଳରେ କାଶୀନାଥଙ୍କ ଉଭୟ ଟଙ୍କା ଏବଂ ଜାଗା ହାତରୁ ଚାଲିଯାଇଥିଲା l ତେବେ ସେ ଲକ୍ଷ୍ମୀଧରଙ୍କୁ ବାରମ୍ବାର ଟଙ୍କା ମାଗିଆସୁଥିଲେ ସୁଦ୍ଧା ସେ ଟଙ୍କା ଫେରସ୍ତ କରିନଥିଲେ l ଏପରିକି ବାରମ୍ବାର ଥାନାକୁ ଧାଇଁ ମଧ୍ୟ କୌଣସି ସୁଫଳ ମିଳିନଥିଲା ତାଙ୍କୁ l କାଶୀନାଥ ଜଣେ ଖବର କାଗଜ ବିକ୍ରେତା ହୋଇଥିବାରୁ ତାଙ୍କ ଜୀବନର ସମସ୍ତ ସଞ୍ଚିତ ଅର୍ଥ ଚାଲିଯାଇଥିବାରୁ ସେ ଏଭଳି ଅଭିବନ ପ୍ରତିବାଦ କରିଛନ୍ତି ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ...