ଜିଲ୍ଲା ପ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟରଙ୍କ ପ୍ରଥମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନୟାଗଡ,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଅଧିନସ୍ତ ୯ଗୋଟି ଶାଖାରେ ୧୪୨ ପ୍ୟାକ୍ସରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ମାନଙ୍କର ପ୍ରଥମ ବୈଠକ ଭୈରବୀ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି । କୃପାସିନ୍ଦୁ ଭଟ୍ଟଙ୍କ ସଭାପତିତ୍ୱରେ ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନର ଆବଶ୍ୟକତା ଏବଂ କାର୍ଯ୍ୟକ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟକରିବା ଓ ଉଚିତ ପାରିଶ୍ରମିକ ପାଇବାରେ ସଂଗଠନରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନେ ବୈଠକରେ ଯୋଗ ଦେଇ ନୟାଗଡ଼ ଜିଲ୍ଲା ଫ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟର ୟୁନିୟନ ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୟୁନିୟନର ସଭାପତି ଭାବେ ବାମନଚନ୍ଦ୍ର ରାଜ, ଉପସଭାପତି ଶିଶିର କୁମାର ପ୍ରଧାନ, ସମ୍ପାଦକ ସୁବ୍ରତ କୁମାର ପ୍ରଧାନ, ସହ ସମ୍ପାଦକ କେଦାର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଥିଲା ବେଳେ ଉପଦେଷ୍ଟା ଭାବେ କୃପାସିନ୍ଧୁ ଭଟ୍ଟ, ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ଓ ଲକ୍ଷ୍ମଣ ମଲ୍ଲ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Related posts