କଣ୍ଟିଆମ୍ବା ଗାଁରେ ନିଆଁ ଲାଗି ଦୁଇ ପରିବାରର ୩ବଖରା ଘର ଭସ୍ମୀଭୂତ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବହୁଳ ପାରାଢୀପି ପଂଚାୟତ କଣ୍ଟିଆମ୍ବା ଗାଁ’ରେ ଆଜି ଦିବା ୩ଟା ସମୟରେ ଆକସ୍ମିକ ଭାବେ ନିଆଁ ଲାଗି ବିଚିକା ମଳିକ, ମିନକେତନ ମଳିକଙ୍କ ତିନି ବଖରା ଘରର ସମସ୍ତ ଆସବାବପତ୍ର ସହ ସୁନା, ରୂପା, ଦରକାରୀ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି।

ନିଆଁ ଲାଗିବା ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁଶାନ୍ତ କୁମାର ନାୟକ, ବିଭୁତି ଭୁଷଣ ପ୍ରଧାନ ଓ ଭଗବାନ ସାହୁ ପହଂଚି ଦୁଇ ପରିବାରଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। ସେହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି ।

Related posts