ହଳ କରିବା ବେଳେ କୃଷକଙ୍କ ମୃତ୍ୟୁ

ଓଡ଼ଗାଁ,(୦୨/୦୮):- ଜମିରେ ହଳ କରିବା ବେଳେ ଅସାବଧାନତା ବଶତଃ ଜମି ଭିତରେ ଥିବା ଏକ ପାଣିଟାପୁରେ ପଡ଼ିଯିବାରୁ ଜଣେ କୃଷକ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଆଜି ସକାଳ ୯ଟାରେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୁଆନ୍ଦ ହରିଜନ ସାହିର ଦେବରାଜ ନାୟକଙ୍କ ପୁଅ ପ୍ରମୋଦ ନାୟକ(୪୫)ବାଣୁଆସାହି କ୍ଷେତରେ ହଳ କରୁଥିବା ବେଳେ ବଳଦମାନେ କୌଣସି କାରଣ ବଶତଃ ପ୍ରମୋଦଙ୍କୁ ଭିଡ଼ିନେଇଥିଲେ। ଫଳରେ ବିଲ ମଝିରେ ଥିବା ଏକ ପାଣି ଟାପୁରେ ବୁଡିଯାଇ ତାଙ୍କର ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଓଡ଼ଗାଁ ମେଡିକାଲରେ ଶବ ବ୍ୟବଛେଦପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଓଡ଼ଗାଁ ପୋଲିସ ୧୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଥିବା ଜଣାପଡ଼ିଛି। ତେବେ ପ୍ରମୋଦଙ୍କ ଅସ୍ୱାଭାବିକ ମୃତ୍ୟୁରେ ସ୍ତ୍ରୀ ଲକ୍ଷ୍ମୀ, ୮ବର୍ଷ ଓ ୬ବର୍ଷର ଦୁଇଟି ପୁଅ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ପରିବାରକୁ ସରକାରୀ…

Read More

ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ନୟାଗଡ଼,(୦୨/୦୮):- ନୟାଗଡ଼ ପୁରୁଣା ସହରସ୍ଥିତ ବଡମଠର ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ଗତକାଲି ରାତିରେ ତାଙ୍କ ଦେହ ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ଘଟିକା ସମୟରେ ତାଙ୍କର ପରଲୋକ ଘଟିଛି। ସେ ୧୯୫୨ ମସିହାରେ ସନ୍ୟାସ ଗ୍ରହଣ କରିଥିଲେ, ୧୯୬୮ ମସିହାରୁ ବଡମଠର ମହନ୍ତ ଭାବେ କାର୍ଯ୍ୟ କରି ଆସୁଥିଲେ। ମହାରାଜଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ନୟାଗଡର ବହୁ ସଙ୍ଗଠନ ସହିତ ସେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ । ନୟାଗଡ଼ ଶାନ୍ତି କମିଟିର ସଭ୍ୟ ଥିବା ସହ ଦକ୍ଷିଣ କାଳୀ ମନ୍ଦିର କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ। ମହାରାଜ ନୟାଗଡ଼ ଜିଲ୍ଲାରେ ଘରେଘରେ ଜଣେ ପରିଚିତ ବ୍ୟକ୍ତି ଥିଲେ। ତାଙ୍କର…

Read More

ନେହେରୁ ଯୁବ କେନ୍ଦ୍ର ନୟାଗଡ଼ ତରଫରୁ ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାପୁର,(୦୧/୦୮):- ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଯାଉଥିବା ଏହି ବିଭାଗ ତରଫରୁ ସାରା ଦେଶର ବିଭିନ୍ନ ଯୁବା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ଯୁବ କେନ୍ଦ୍ର ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମରେ ଭାପୁର ବ୍ଲକର ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ମାଧ୍ୟମରେ ଉପସ୍ଥିତ ଅତିଥି ଓ ଗ୍ରାମର ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ ସଫେଇର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ପରେ ପରେ ଗ୍ରାମର ବିଭିନ୍ନ…

Read More

ସମ୍ବାଦ ପ୍ରତିନିଧି ତଥା ଶିଶୁ ସାହିତ୍ୟିକ ହୄଦୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ଚାରଣ

ଓଡ଼ଗାଁ,(୦୨/୦୮):- ସମ୍ବାଦ ସାହିତ୍ୟଘର ତରଫରୁ ଓଡ଼ଗାଁ ବ୍ଲକର ତତ୍କାଳୀନ ଜନପ୍ରିୟ ସମ୍ବାଦ ପ୍ରତିନିଧି ତଥା ଶିଶୁ ସାହିତ୍ୟିକ ହୄଦୟ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କର ଓଡ଼ଗାଁ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ବରିଷ୍ଠ କବି ଲୋକନାଥ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ତ୍ରିଲୋଚନ ସାମନ୍ତରା, ପ୍ରଭାତି ପଟ୍ଟନାୟକ, ରାଜୀବ ଲୋଚନ ବରାଡ଼, ସୁଦୀପ୍ତ କୁମାର ଦଳେଇଙ୍କ ସମେତ ସ୍ୱର୍ଗତ ହୄଦୟଙ୍କ ପରିବାର ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏ ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ କବିତା ମାଧ୍ୟମରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ଯୁବକବି ଯଶୋବନ୍ତ ପଟ୍ଟନାୟକ ଓ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର…

Read More

କ୍ରାନ୍ତି ଦିବସରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ସଜବାଜ

ନୟାଗଡ଼/ଓଡ଼ଗାଁ,(୦୨/୦୮):- କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ, ସମସ୍ତଙ୍କୁ ମାଗଣା କରୋନା ଟିକାକରଣ, ପର୍ୟ୍ୟାପ୍ତ ନିଯୁକ୍ତି ଯୋଜନା, ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଣ, ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ସହିତ ନୟାଗଡ଼ ଚିନିକଳ ଚାଲୁ କରିବା ଓ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ୟ୍ୟକାରୀ କରିବା ଇତ୍ୟାଦି ଦାବିରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ନୟାଗଡ଼ରେ ହେବାକୁ ଥିବା ଗଣ ଆଇନ ଅମାନ୍ୟକୁ ସଫଳ କରିବା ପାଇଁ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ନୟାଗଡ଼ ଓ ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମ ସଭାମାନ ସଂଗଠିତ କରୁଛନ୍ତି । ଦରଦାମ ବୃଦ୍ଧିରେ ଜର୍ଜରିତ ସାଧାରଣ ଲୋକ କରୋନା ଜନୀତ ଅସ୍ୱାଭାବିକ ବିକଳ ପରିସ୍ଥିତିକୁ ମୁକାବିଲା କରୁଥିବା ବେଳେ…

Read More

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(୦୨/୦୮):- ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିମ୍ନ ପ୍ରଦତ୍ତ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ବଦଳି ଦାବିରେ ଅଗଷ୍ଟ ୯କ୍ରାନ୍ତି ଦିବସରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ସମେତ ସମସ୍ତ ବ୍ଲକ କଂଗ୍ରେସ ସଭାପତିଗଣ, ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଧରି ପାଟିରେ କଳାକନା ବାନ୍ଧି ଲଣ୍ଠନ ଧରି ଅଭିନଵ ଶୈଳୀରେ ଦାବି ଉପସ୍ଥାପନା କରାଯିବା ପାଇଁ ଜିଲ୍ଲା କଂଗ୍ରେସର ଗୁରୁତ୍ୱପୂର୍ଣ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ୧:- ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ମିଲର ଏବଂ ଖଣି ମାଫିଆମାନଙ୍କ ବେଆଇନ ମାଲିକାନାରେ ପୁଆଁଣିଆ, ମହିଷାଗୋଠ ପଲ୍ଲୀ, ସୁନାଖଳା ପୋକଶୁଙ୍ଗା, ପଙ୍କାଳସାହି, ବଳଭଦ୍ରପୁର ଠାରେ ବେଆଇନ ଷ୍ଟୋନ କ୍ରସର ଚଲାଯାଇ ସଂରକ୍ଷିତ ଜଙ୍ଗଲ ମୁଣ୍ଡିଆ ପାହାଡ଼ ଲୁଟ କରାଯାଇ…

Read More

କୁରାଳରେ ବର୍ଷା ପାଇଁ ଗିରିପୂଜାର ଆୟୋଜନ କଲେ ଗ୍ରାମବାସୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ଜଳ ସେଚନର ସୁବିଧା କମ ହେତୁ ଚାଷୀ କୂଳ ଚାତକ ପରି ବର୍ଷା ଜଳକୁ ଅନାଇ ରହିଥାଏ।ପରିବେଶ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟ ହେତୁ ବର୍ଷା ଜଳର ଅନିୟମିତତା ଚାଷୀକୁ ନୈରାଶ୍ୟ ଆଡ଼କୁ ଠେଲି ଦେଇଥାଏ। ବର୍ଷା ଜଳକୁ ଆବାହନ କରି କିଏ ହୋମ ଯଜ୍ଞ କରନ୍ତି ତ କିଏ ବେଙ୍ଗ ବେଙ୍ଗୁଲି ନାଚ କରିବା ସହିତ କେହି କେହି ଗିରି ପୂଜା କରିଥାନ୍ତି। ଏହି ବିଚାର ନେଇ ଆଜି କୁରାଳ ବେଂଗେଇ ସାହି ଓ ତୋଟା ସାହିର ବାସିନ୍ଦା ମାନେ ସଙ୍କୀର୍ତ୍ତନ କରି ମା ବାଗ୍ଦେବୀ ପୀଠରେ ଗିରି ପୂଜା କରିଥିଲେ। ଆମ ହିନ୍ଦୁ ଧର୍ମରେ ଏହା ଏକ ଅନନ୍ୟ ପରମ୍ପରା। ଯଦି ଚ ଆଜି ଏକ ପୂଜା ପରମ୍ପରା ଏହା ପରିଣତ ହୋଇ ଯାଇଛି ତଥାପି ଏହାର ମୂଳ ବିଚାର…

Read More

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଓଡ଼ଗାଁରେ ବୈଠକ

ଓଡ଼ଗାଁ,(୦୧/୦୮):- ଭାରତ ସ୍ଵାଧିନତା ଆନ୍ଦୋଳନର ବାର୍ତ୍ତା ବହ ତଥା ଅତିମାନବର ଦ୍ରଷ୍ଟା ଯୋଗୀ ଗୁରୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଏକ ଶହ ପଚାଶ ତମ ଜନ୍ମ ବାର୍ଷିକୀ ସାରା ରାଜ୍ୟରେ ଚଳିତ ଅଗଷ୍ଟ ୧୫ ଠାରୁ ଆଗାମୀ ବର୍ଷ ଅଗଷ୍ଟ ପନ୍ଦର ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି। ଏଥି ନିମନ୍ତେ ଓଡ଼ଗାଁ ବ୍ଲକ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆବାହକ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ଆବାହକତ୍ଵରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କୁରାଳ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡ଼ଗାଁ ବ୍ଲକର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଗୁଡ଼ିକର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳକ ତଥା ପାଠଚକ୍ରର ସଭ୍ୟ ସଭ୍ୟା, ଶିକ୍ଷା କେନ୍ଦ୍ରର ଅଭିଭାବକ, ପୁରାତନ ଛାତ୍ରୀ ଛାତ୍ର ଇତ୍ୟାଦି ଯୋଗ ଦେଇଥିଲେ। ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପାଠ ଚକ୍ର ସଂଯୋଜକ ସୁନୀଲ କୁମାର…

Read More

ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନୂଆଗାଁ(୦୧/୦୮): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ବିଦ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ଗୁଡିକ ସ୍ଥାପିତ ହେବା ଦ୍ବାରା ଛାତ୍ରଛାତ୍ରୀ ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ପ୍ରତିନିଧି ବିଜୟ କୁମାର ଶାସମଲ୍, ସରପଞ୍ଚ ମାଳତି ସାହୁ, ଯୁବ ସଂଗଠକ ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।…

Read More

ଚାକିରୀ କରେଇ ଦେବା ନାଁରେ ଠକେଇ, ମହିଳା ଗିରଫ

ନୟାଗଡ଼,(୦୧/୦୮): ଚାକିରୀ କରାଇ ଦେବା ନାଁରେ ଠକେଇ କରିଥିବା କଟକ ଚୈାଦ୍ୱାର ଓଟିଏମ୍ କଲୋନୀ ସୁଜିତ କୁମାର କରଙ୍କ ପତ୍ନୀ ଗାୟତ୍ରୀ ବେହେରା ଓରଫ ମାମା (୩୩)ଙ୍କୁ ନୟାଗଡ଼ ଟାଉନଥାନା ପୋଲିସ ଗିରଫ କରିଛି। ନୟାଗଡ଼ ଟାଉନଥାନା ଅନ୍ତର୍ଗତ ନବଘନପୁର ଗ୍ରାମର ନାରାୟଣ ସାଥୁଆଙ୍କ ପୁଅ କେଶବ ସାଥୁଆଙ୍କୁ ଚାକିରି କରାଇ ଦେବା ନାଁରେ ମାମା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ପାଖରୁ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ମାମାଙ୍କୁ ଆପିସି ୪୧୯ ଏବଂ ୪୨୦ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନୟାଗଡ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।

Read More