ଆସନ୍ତା କାଲି ଜିଲ୍ଲାର କେଉଁ କେଉଁ ସ୍ଥାନରେ ଟିକା କରଣ ହେବ ଦେଖନ୍ତୁ
Read MoreYear: 2021
ନୟାଗଡ଼ ଜିଲ୍ଲା ଭାଜପାର କିଷାନ ମୋର୍ଚ୍ଚା କମିଟି ଗଠିତ
ନୟାଗଡ଼,(୦୫/୦୮):- ଆଜି ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର କିଷାନ ମୋର୍ଚ୍ଚା କମିଟି ଘୋଷଣା କରିଛନ୍ତି ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ। ନୟାଗଡ଼ ଜିଲ୍ଲାରେ ଦଳକୁ ସଶକ୍ତ କରିବା ଏବଂ କୃଷକଙ୍କ ବିଭିନ୍ନ ସମସ୍ୟାକୁ ସରକାର ନଜରକୁ ଆଣି ତାର ସମାଧାନ କରି ପାରିବେ ଏହି ଲକ୍ଷରେ କିଷାନ ମୋର୍ଚ୍ଚା ଗଠନ ହୋଇଥିବା କୁହାଯାଇଛି। ଏହି ଅବସରରେ ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ସଭାପତି ଭାବେ ଶିବ ଶଙ୍କର ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲାର ଅନେକଙ୍କ ନାମ ଘୋଷଣା କରାଯାଇଛି। ଏଥିନିମନ୍ତେ ନୟାଗଡ଼ ଜିଲ୍ଳା ସଭାପତି ଲାଲା ମନୋଜ ରାୟ ଏବଂ ଜିଲ୍ଳାର ସମସ୍ତ ବରିଷ୍ଠ କଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ନୂତନ ସଦସ୍ୟ ବୃନ୍ଦ।
Read Moreୟୁଥ ଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ନୟାଗଡ଼,(୦୫/୦୮):- ୟୁଥ ଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ ତଥା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ଭାବରେ ଗଠନ ହୋଇଥିବା ୟୁଥ ଫର ଆକ୍ସନ ନାମକ ସାମାଜିକ ସଂଗଠନର ଯୁବକମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ଵଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶିବ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହ ପରିବେଶକୁ ସମ୍ପୂର୍ଣ ପରିଷ୍କାର କରିଥିଲେ। ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଏବଂ ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ପରିବେଶକୁ କିପରି ସଫା ସୁତରା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ଅସହାୟ, ଗରିବ ଲୋକଙ୍କ ସେବାରେ…
Read Moreଇଣ୍ଡିଆ ବୁକଅଫ ରେକର୍ଡ ଓ ଏସିଆ ବୁକଅଫ ରେକର୍ଡ ପାଇଲେ କୁନି ବଳରାମ
ରାଜସୁନାଖଳା,(୦୪/୦୮):- ବିଗତ ଦିନରେ ସ୍ୱପ୍ନାଦେଶ ପାଇ ବଡ଼ଠାକୁରଙ୍କ ବିଭିନ୍ନ ବେଶ ନୀତିକାନ୍ତି ସହ, ଘୋଷଯାତ୍ରା ଅବସରରେ ତିନି ଇଞ୍ଚର ତିନିରଥ ନିର୍ମାଣ କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିବା ନୟାଗଡ଼ ଜିଲ୍ଲା ରାଜସୁନାଖଳାର କୁନି ଭକ୍ତ ତଥା କୁନି ବଳରାମ ଭାବେ ବେଶ ପରିଚିତ ଶୁଭ୍ରାଂଶୁ ସାହୁ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡ ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ତେବେ ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ତଥା ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି। ଆଜି ରାଜସୁନାଖଳା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଏବଂ ଯୁବ ସମାଜସେବୀ ଚିତରଞ୍ଜନ ପ୍ରଧାନ ଶୁଭ୍ରାଂଶୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Read Moreରୋଟାରୀ କ୍ଲବ ଦ୍ଵାରା ‘ଓଡିଆ ସାମ୍ବାଦିକତା ଦିବସ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ,(୦୪/୦୮):- ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟ୍ଟେଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ତତ ସହିତ ରୋଟାରିଆନ୍ ତଥା ଆଇନଜୀବୀ ରଣଜିତ୍ ଦାସ ଓ ରୋଟାରୀ କ୍ଲବର ସଂପାଦକ ମିହିର ରଂଜନ ନାୟକ ପ୍ରମୁଖ ମଞ୍ଚାସୀନଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ଯଏନ୍ଦ୍ର ବେହେରା ବର୍ତ୍ତମାନ ସମୟରେ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କ ଉପରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ…
Read Moreନୟାଗଡ ଏସ୍ପି ଅଫିସ ଆଗରେ ଧାରଣା ଦେଲେ ଭାପୁର ଅଧ୍ୟକ୍ଷ ଶାନ୍ତିଲତା ବେହେରା
ନୟାଗଡ଼,(୦୩/୦୮): ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ହେବାକୁ ଲାଗିଛି । ଉପାଧ୍ୟକ୍ଷ ୩୨ ଜଣ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହଯୋଗରେ ଅନସ୍ଥା ଭୋଟରେ ଅଧ୍ୟକ୍ଷାଙ୍କୁ ବିଦା କରିବା ନେଇ ସଜବାଜ ହେଉଥିବା ବେଳେ ଆଜି ଅଧ୍ୟକ୍ଷା ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ଗିରଫ ଏବଂ ପୁଲିସ ନିଷ୍କ୍ରିୟତା ବିରୁଦ୍ଧରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫତେଗଡ଼ ପୁଲିସ ପ୍ରିୟାପ୍ରୀତି ମନୋଭାବ ଦେଖାଇ କୋହଳ ଦଫା ଲଗାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ଶାନ୍ତିଲତା ବେହେରା। ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ସଭାପତି ଦେବରାଜ ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭରତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଏହି ଧାରଣା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି…
Read Moreଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା ଉପରେ ଆଲୋଚନା ଚକ୍ର
ଗଣିଆ,(୦୩/୦୮):- ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା ଉପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ପୈାରହିତ୍ୟରେ ବିପିଏମ ତୁଷାର ରଞ୍ଜନ ସାହୁ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଗଣିଆ ମଣ୍ଡଳଉନ୍ନୟନ ଅଧିକାରୀ ସିରିୟଲ ଶୁଭ୍ର ପଟେଲ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହି ରୋଗର ବାହକ ଭୂତାଣୁ ବିଷୟରେ ସୂଚନା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ସ୍ତରରେ କିପରି ସଚେତନ ରହି ରୋଗରୁ ସୁରକ୍ଷା ମିଳିପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଶିଶୁ ସୁରକ୍ଷା…
Read Moreଧନୁର୍ଜୟପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,(୦୩/୦୮):- ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମ ପଞ୍ଚାୟତର ଧନୁର୍ଜୟପୁର ଗାଁ କଲ୍ୟାଣ ସମିତି ତରଫରୁ ଧନୁର୍ଜୟପୁର ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ତଥା ସମାଜସେବୀ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଧନୁର୍ଜୟପୁରର ଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ର ସମ୍ମାନିତ ଅତିଥି ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଧରିତ୍ରୀ ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ କୁମାର ନାହାକ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଗ୍ରାମ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରି ଜନସଚେତନତା ରାଲି ଆରମ୍ଭ କରାଯାଇଥିଲା। ଏଥିରେ ଉକ୍ତ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼, ସ୍ଲୋଗାନ ଏବଂ ଲିଫ୍ ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ। ସମସ୍ତଙ୍କ ଘରକୁ…
Read Moreକେବେ କାର୍ଯ୍ୟକ୍ଷମ ହେବ ଟୋଲ ଗେଟ?
ଦଶପଲ୍ଲା,(୦୩/୦୮): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ନିକଟବର୍ତ୍ତୀ ଶାଳିଆଗୋଛା ଠାରେ ଟୋଲ୍ ଟ୍ୟାକ୍ସ ଆଦାୟପାଇଁ ତିନିବର୍ଷ ପୂର୍ବରୁ ଟୋଲ୍ ଗେଟ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିଲାନାହିଁ । ଟୋଲ୍ଗେଟ୍ କାର୍ଯ୍ୟକ୍ଷମ ନ ହେବାଯୋଗୁଁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ଜଣାପଡ଼ିଛି। ଏହି ଟୋଲ୍ଗେଟ୍ଟି ଏକ ନିକାଞ୍ଚନ ଜଙ୍ଗଲିଆ ସ୍ଥାନରେ ନିର୍ମିତ ହୋଇଥିବାରୁ ସନ୍ଧ୍ୟାହେଲେ ଏଠାରେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମୁଛି । ଏଣୁ ଏହି ଟୋଲ୍ଗେଟ୍କୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।
Read Moreନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁନର୍ଗଠିତ
ନୟାଗଡ଼,(୦୩/୦୮):- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ଜୁଲାଇ ୩୦ତାରିଖରେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ ହୋଇଛି । ଏହାର କାର୍ଯ୍ୟକାଳ ୩ବର୍ଷ ପାଇଁ ରହିବ ବୋଲି ପ୍ରତସଂଖ୍ୟା ୨୯୯୫୦ରେ ଜଣାଯାଇଛି। ନୂତନ ପରିଚାଳନା କମିଟି ସଭାପତିଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁରେଶ ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ରହିଥିବାବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବୀ ଦାଶରଥି ସାହୁ, ରାଜେନ୍ଦ୍ର କୁମାର ସାମନ୍ତରାୟ, ସୈାଦାମିନି ସ୍ୱାଇଁ, ଏମ୍. ଆଉରଙ୍ଗଜେବଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଶେଖର ପଟ୍ଟନାୟକ, ଶିବ ପ୍ରସାଦ ଦାଶ, ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ, ପ୍ରଫେସର ପି.କେ ହୋତା ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ୟୁଜିସି ଏବଂ ଡିପିଆଇଙ୍କ ପକ୍ଷରୁ ଆଉ ୨ଜଣ ସଭ୍ୟ ମନୋନୀତ ହେଲେ…
Read More