ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(୧୯/୦୯): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରାଜଜ୍ ତଥା- ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାଜଜ୍ କୋର୍ଟଙ୍କ ପକ୍ଷରୁ ୬୫ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରାଯାଇ ୧୨ଗୋଟି ମାମଲାର ଫଇସଲା ହୋଇ ୨୯ ଲକ୍ଷ ୭୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର ୪୭ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରି ୧ ଗୋଟି ମାମଲାର ଫଇସଲା କରି ୨୦ ଲକ୍ଷ କ୍ଷତି ପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ସେହିପରି ପରିବାର ଅଦାଲତ ପକ୍ଷରୁ ୧୩୭ ଗୋଟି ବୈବାହିକ ମାମଲା ଆଗତ କରି…

Read More

ବେରୋଜଗାରୀ ଦିବସ ପାଳନ କଲା ନୟାଗଡ଼ ଯୁବ କଂଗ୍ରେସ

ନୟାଗଡ଼,(୨୭/୦୯): ବର୍ଷକୁ ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି ଦିଆଯିବାର ସମ୍ପ୍ରତି ଯୁବତୀମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବେରୋଜଗାରୀ ବୃଦ୍ଧି କରିବା ପ୍ରତିବାଦରେ ଆଜି ରାଷ୍ଟ୍ରୀୟ ଯୁବ କଂଗ୍ରେସ ଦେଶବ୍ୟାପି ବେରୋଜଗାରୀ ଦିବସ ଭାବେ ପାଳନ କରିଛନ୍ତି । ବେକାର ଯୁବକଯୁବତୀ ମାନେ ସର୍ବସାଧାରଣରେ ଜୋତା ପଲିସ ସହ ଚା ବିକି ଅଭିନବ ପ୍ରତିବାଦ କଲେ , ଏହି ପରିପ୍ରେକ୍ଷୀରେ ନୟାଗଡ ଟ୍ରାଫିକ ଛକ ବସଷ୍ଟପ ଠାରେ ବେକାର ଯୁବକ ମାନେ ପୂର୍ବାହ୍ନ ୧୧ଟା ବେଳେ ଜୋତା ପଲିସ କଲେ । ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମୀରାବୁବେକାର ସିଦ୍ଦିକି, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ପ୍ରସାଦ ପରିଡା, ଜ଼ିଲ୍ଲା ଖଣ୍ଡପଡା ବ୍ଲକ ସଭାପତି ଦେବବ୍ରତ ବେହେରା, ଜ଼ିଲ୍ଲା ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ ଯୋଗ ଦେଇକି ପ୍ରତିବାଦ କରିଥିଲେ। ନୟାଗଡ…

Read More

ୟୁନିସେଫ୍ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼,(୧୭/୦୯): ଉଚ୍ଚ ବିଦ୍ୟାଳୟର ଉଚ୍ଚାକାଂକ୍ଷୀ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର ପ୍ରଭୂତି ସ୍ଥାପନା ଏବଂ ବିଦ୍ୟାଳୟ ପ୍ରକୋଷ୍ଠ, ସାଇକେଲ ଷ୍ଟାଣ୍ଡ, ଟଏଲେଟ୍ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅବସରରେ ୟୁନିସେଫର ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ ସହ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ୟୁନିସେଫ୍ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଫିଲଡ୍ ଅଫିସର ମୋନିକା ଓଲେଡ଼ଜ଼କା ନିଲସେନ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ଡି.ଆଇ.ଇ.ଟି ନୟାଗଡ଼ର ବରିଷ୍ଠ ଶିକ୍ଷା ପ୍ରଶିକ୍ଷକ ଡ.ସନ୍ତୋଷ କୁମାର ପରିଡ଼ା, ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ବିଦ୍ୟାଳୟର ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ପରିଦର୍ଶନ…

Read More

ବନ୍ୟା ପୀଡ଼ିତଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ

ନୟାଗଡ଼,(୧୬/୦୯): ଲଗାଣ ବର୍ଷା ଜନିତ ନୟାଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗରିବ ଲୋକଙ୍କ ଚାଳଛପର ଘର ଭାଙ୍ଗିଯାଇଛି ଲୋକେ ଅକାଥନୀୟ ଦୁର୍ଦ୍ଦଶାରେ ଅଛନ୍ତି କିନ୍ତୁ ଦୁଃଖର ବିଷୟ ତହସିଲଦାର, ବିଡ଼ିଓ ତଥା କୌଣସି ସରକାରୀ କର୍ମଚାରୀ ଘରଭଙ୍ଗା ଲୋକଙ୍କ ପାଖେ ଏଯାଏଁ ପହଞ୍ଚି ପାରି ନଥିବା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ଘର ଭାଙ୍ଗିଥିବା ପ୍ରତ୍ୟେକ ଦୁଃଖୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଣ୍ଟନ କରିବା ସହ ଧାନ, ଆଖୁ, ପରିବା ଚାଷୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଆର୍ଥିକ କ୍ଷତିପୁରଣୀ ପ୍ରଦାନ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି। ଆଜି ନୟାଗଡ କଂଗ୍ରେସର ପ୍ରତିନିଧି ଦଳ ନୟାଗଡ ବ୍ଲକର ଖୁଣ୍ଟୁବନ୍ଧ, କାଳିକାପ୍ରସସାଦ, ନୋତର, ଗମ୍ଭାରୀଡ଼ିହି, ସଂଖେଇ ଇତ୍ୟାଦି ବହୁ ଗ୍ରାମବୁଲି ଘରଭାଙ୍ଗି ଯାଇଥିବା ଲୋକଙ୍କ ଦୁଃଖ…

Read More

ଚୋରୀ ହେବାର ୧୨ଘଣ୍ଟା ମଧ୍ୟରେ ଲକ୍ଷାଧିକ ଟଙ୍କାର ଚୋରୀ ଗହଣା ଉଦ୍ଧାର, ୨ମହିଳା ଲୁଟେରା ଗିରଫ

ରଣପୁର/ଚାନ୍ଦପୁର,(୧୫/୦୯): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ମିଳିଛି ସଫଳତା। ଲୁଟ ହେବାର ୧୨ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଗହଣାକୁ ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ତତ୍ପରତା ଦେଖାଇ ଖୋଲତାଡ଼ ଆରମ୍ଭ କରିଥିଲା। ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ…

Read More

ଦଶପଲ୍ଲାରେ ପ୍ରବଳ ବର୍ଷାରେ ଭିଜି ଭିଜି ବିକ୍ଷୋଭ କଲେ ସିପିଆଇଏମ କର୍ମୀ

ଦଶପଲ୍ଲା,(୧୫/୦୯): ଦଶପଲ୍ଲାର ମେଳିଆ ତୋଟା ଠାରୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ ବାଦୀ) ନେତୃତ୍ୱରେ, ଡି.ୱା.ଇ.ଏଫ.ଆଇ, ଓଡ଼ିଶା କୃଷକ ସଭା, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଓ ସିଆଇଟିୟୁର କର୍ମୀମାନେ ହାତରେ ପତାକା ଓ ଫେଷ୍ଟୁନ ଧରି ବିଭିନ୍ନ ଦାବୀ ଉପରେ ସ୍ଲୋଗାନ ଦେଇ ପ୍ରବଳ ବର୍ଷାରେ ଭିଜି ଭିଜି ପ୍ରଥମେ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ବିଡ଼ିଓଙ୍କୁ ଲୋକମାନଙ୍କର ବିଭିନ୍ନ ଦାବି, ମୁଖ୍ୟତଃ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରେସନ୍ କାର୍ଡ ଓ ଏମ୍.ଏନ୍.ଆର୍.ଇ.ଜି.ଏ ସମ୍ପର୍କିତ ଅଭିଯୋଗ ଏବଂ ଦାବୀ ଜଣାଇଲା ପରେ ଶୋଭାଯାତ୍ରା ତହସିଲ ଅଭିମୁଖେ ଯାଇଥିଲା। ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବକ୍ତା ମାନେ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ଦାବି…

Read More

ନୟାଗଡ଼ ‘କଙ୍ଗାରୁ କୋର୍ଟ’ର ତିନି ବିଚାରପତି ଗିରଫ

ନୟାଗଡ଼,(୧୫/୦୯): ଏବେବି ନୟାଗଡ଼ ଜିଲ୍ଲାର ଅନେକ ଗାଁରେ ଗ୍ରାମ୍ୟ କମିଟି ଦ୍ୱାରା କଙ୍ଗାରୁକୋର୍ଟ ପରିଚାଳିତ ହେଉଥିବା ବେଳେ ଏହି କଙ୍ଗାରୁକୋର୍ଟର ନିଷ୍ପତ୍ତି ବହୁ ବ୍ୟକ୍ତିଙ୍କୁ ଛାରଖାର କରି ଦେଇଛି। ଏହି କ୍ରମରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ କଙ୍ଗାରୁକୋର୍ଟ ଘଟଣାରେ ପୁଲିସ ଗାଁ ସଭାପତି ଅଭିମନ୍ୟୁ ପ୍ରଧାନ, ଉପସଭାପତି ମନୁ ମୁଦୁଲି ଏବଂ ସମ୍ପାଦକ ରମେଶ ମୁଦୁଲିକୁ ଗିରଫ କରିଛି । ଗୋଳଗୋଳା ଗ୍ରାମରେ ଦୀର୍ଘଦିନ ଧରି କଙ୍ଗାରୁକୋର୍ଟ ଚାଲି ଆସିଥିବା ଅଭିଯୋଗ ହେଉଥିଲା । ଗୋଳଗୋଳା ଗ୍ରାମର ଚିରଞ୍ଜିବୀ ପ୍ରଧାନ କଙ୍ଗାରୁକୋର୍ଟର ଶୀକାର ହୋଇ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୧୩୫/୨୧ରେ ଏକ ମାମଲା ରୁଜୁ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ସଦରଥାନା ପୁଲିସ ଚଢ଼ାଉ…

Read More

ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଲକ ଅଫିସ ଆଗରେ ଗଣ ବିକ୍ଷୋଭ

ଓଡ଼ଗାଁ,(୧୫/୦୯): କୃଷକ ଓ ଶ୍ରମିକଙ୍କର ୧୪ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଲକ ଅଫିସ ଆଗରେ ଆଜି ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍ ପକ୍ଷରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ବ୍ଲକ ଅଫିସ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଏମ୍ ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର, ଆଞ୍ଚଳିକ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ଯୁବନେତା ଆଲୋକ ପ୍ରଧାନ, ଧିରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ବିଜେପି ସରକାରର କୃଷକ ଓ ଶ୍ରମିକ ବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଭାରତ…

Read More

ନୂଆଗାଁ ବ୍ଲକରେ ୨୭୮ ଜଣ ଯୋଗ୍ୟ ହିତାଧିକାରୀ ପାଇଲେ ଭତ୍ତା

ନୂଆଗାଁ,(୧୫/୦୯): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହରେ ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୨୭୮ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ର ଉପାଦେୟତା ବର୍ଣ୍ଣନା କରିଥିଲେ। ତତ୍ ସହିତ ହରିପୁର ପଞ୍ଚାୟତ ଭାଟସାହି ଗ୍ରାମର ଫକିର ନାଏକଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ୧୭୦, ବିଧବା…

Read More

ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ

ଇଟାମାଟି,(୧୫/୦୯): ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ଇଟାମାଟି ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ଅନୁଷ୍ଠାନର ଉପ ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ସୋନାଲିକା ମନ୍ଥନ, ସମତି ସଭ୍ୟା ବବିତାରଣୀ ଜେନା, ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ । ଇଟାମାଟି ପଞ୍ଚାୟତ ସ୍ତରରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୧ରେ ସର୍ବୋଚ୍ଚ ନମ୍ବର ରଖିଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଣି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ଅଭିଭାଷଣ ପରେ ସହ ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Read More