‘ନୟାଗଡ଼,(୨୨/୦୯): ଆଜି ‘ୟୁଥ ଫର ଆକ୍ସନ’ ସଙ୍ଗଠନ ପକ୍ଷରୁ ହୋଟେଲ ନୀଳମାଧବ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି । ‘ୟୁଥ ଫର ଆକ୍ସନ’ର ନୟାଗଡ଼ ଜିଲ୍ଲା ସଭାପତି ପରମେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ରାଜ୍ୟ ସଭାପତି ଦେବାଶିଷ ନାୟକ, ଓଡ଼ିଶା କାର୍ଯ୍ୟକାରୀ ସଭାପତି ସୁଜିତ ସିଂ, ପୂର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ, ପୂର୍ବାଞ୍ଚଳ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ । ଉକ୍ତ ସଭାରେ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ମାନଙ୍କର ଏକ ବୈଠକ ହେବା ସହିତ ଦାୟିତ୍ୱ ଘୋଷଣା ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ୨୪ ଜଣିଆ କାର୍ଯ୍ୟକାରିଣୀ ଦଳ ସହ ୮ଗୋଟି ବ୍ଲକ ସମେତ ୩ଗୋଟି ବିଜ୍ଞାପିତ ଅଞ୍ଚଳ ଓ ନୟାଗଡ଼ ମ୍ୟୁନିସପାଲଟିର ସଭାପତି…
Read MoreYear: 2021
ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ
ନୟାଗଡ଼,(୨୨/୦୯): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ‘ସୃଜନ’ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ମାନ୍ୟବର ସାଂସଦ ପୁରୀଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ନୟାଗଡ଼ ବନଖଣ୍ଡ ବିଭାଗର ବନୀକରଣ ସଂପର୍କରେ ଆଲୋଚନା କରାଯାଇଥିଲା…
Read Moreକାର୍ଯ୍ୟରେ ଯୋଗଦେଇ ବୃକ୍ଷ ରୋପଣ କଲେ ନୂତନ ବନଖଣ୍ଡ ଅଧିକାରୀ
ନୟାଗଡ଼, (୨୨/୦୯): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କର କେନ୍ଦୁଝର ବଦଳି ହୋଇଯିବାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା । ଆଜି ପୂର୍ବାହ୍ନରେ ନୟାଗଡରେ ନୂତନ ବନଖଣ୍ଡ ଅଧିକାରିଣୀ ଭାବେ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଛନ୍ତି । ପୂର୍ବତନ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ନୂତନ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ଣ୍ଣିମା ପାଣ୍ଡିଆନ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସହ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ଆଜି ନୟାଗଡରେ ନୂତନ ଭାବେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନ ମଜୁରିଆପଲ୍ଲୀ ବ୍ରିଜ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସେଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡି.ଏଫ.ଓ ଧନରାଜ ଏଚ.ଡି, ଏ.ସି.ଏଫ ସ୍ବେତାଲିନ ସାହୁଙ୍କ ସହ ବହୁ ବନ ବିଭାଗ…
Read Moreମଞ୍ଚକଳାର ନିପୁଣ ବିନ୍ଧାଣୀ ପ୍ରଭାତ ମହାରଣାଙ୍କୁ ସମ୍ବର୍ଦ୍ଧିତ
ନୟାଗଡ଼,(୨୨/୦୯): ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମଞ୍ଚକଳାର ନିପୁଣ ବିନ୍ଧାଣୀ ତଥା ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟକାର ପ୍ରଭାତ କୁମାର ମହାରଣାଙ୍କୁ ନୟାଗଡ଼ର ‘ରାଗେଶ୍ରୀ ନିଳୟମ୍’ ଏବଂ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ମଞ୍ଚକଳା ନିମନ୍ତେ ଶ୍ରୀ ମହାରଣାଙ୍କୁ ଓଡ଼ିଆ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ନାଟ୍ୟ ପ୍ରତିଭାଙ୍କୁ ନୟାଗଡ଼ ଜିଲ୍ଲାର ଗୈାରବ ବୃଦ୍ଧି କରିଥିବାରୁ ଜିଲ୍ଲାର କଳାକାରମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଗଲା। ସ୍ଥାନୀୟ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରୁ ପ୍ରଭାତ କୁମାର ଦାଶଙ୍କ ସଭାପତିତ୍ବ ତଥା ଅଭିନେତା ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ଵାଇଁ…
Read Moreଭାରତ ବିକାଶ ପରିଷଦ ପକ୍ଷରୁ ଏନଏସି ହାଇସ୍କୁଲରେ ବୃକ୍ଷରୋପଣ
ନୟାଗଡ଼,(୨୧/୦୯): ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ଏନଏସି ହାଇସ୍କୁଲ ସମ୍ମୁଖରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଦାୟୀ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଯୋଗଦାନ କରି ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଅଧ୍ୟକ୍ଷ ହରେକୃଷ୍ଣ ସାହୁ, ସଚୀବ ଅନାଦି ଚରଣ ମହାନ୍ତି, ସାମଜସେବୀ ଦାମୋଦର ସାହୁ, ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ସାହୁ, କାମାକ୍ଷା ଦାସ, ପ୍ରଫୁଲ ନାୟକ, ଯୁଗଳ ପଟ୍ଟନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଚାରା ରୋପଣ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ପ୍ରଦୀପ ଡାକୁଆ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ମିଶ୍ର, କୈଳାସ ରଥ,…
Read Moreନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼,(୨୧ା୦୯): ଦୀର୍ଘ ୬୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇ ଆସୁଥିବା ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଗାମୀ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପୌରହିତ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ଚଳିତ ବର୍ଷ ଦୁର୍ଗାପୂଜା ନିରାଡ଼ମ୍ବର ତଥା ରାଜ୍ୟ ସରକାରଙ୍କ କୋଭିଡ ନିୟମାନୁସାରେ ପାଳନ କରାଯିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା । ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ସ୍ଥାୟୀ ପୂଜା ମଣ୍ଡପ ନଥିବାରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଆଗାମୀ ଦିନରେ ଏକ ସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା ପାଳନ ପାଇଁ ନୟାଗଡ଼ ଅଧିବାସୀଙ୍କଠାରୁ ପାରମ୍ପରିକ ଚୂଲୀ ଚାନ୍ଦା ଆଦାୟ…
Read Moreବଡସହରା ଗ୍ରାମରେ ଧୁମଧାମରେ ପାଳିତ ହେଲା ଖୁଦୁରୁକୁଣୀ ଓଷା
ଖଣ୍ଡପଡା,(୨୦/୦୯): ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଗାଁ ଗହଳିର ଅନେକ ଅନନ୍ୟ ପରମ୍ପରା ଓ ସଂସ୍କୃତି । ଯେଉଁ ପରମ୍ପରା ଓ ସଂସ୍କୃତି ଯୋଗୁଁ ଆମ ଓଡ଼ିଆ ମାଟି ସାରା ବିଶ୍ବ ଦରବରରେ ପରିଚିତ ସେସବୁ ଏବେ ଧୀରେଧୀରେ ବୁଡି ଯିବା ଦେଖି ବୁଦ୍ଧିଜିବିଙ୍କ ମହଲରେ, ଉଦବେଗ ପ୍ରକାଶ ପାଉଛି। ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ସରକାର ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକ୍ରମ ସ୍ଵାଗତ ଯୋଗ୍ୟ। ସୂଚନା ଥାଉକି ପୁରୁଣା କାଳରେ ଗାଁ ଗାଁ ମାନଙ୍କରେ ଶୁଣିବାକୁ ମିଳୁଥିବା ବୁଧେଇ ସୁଧେଇ ଓଷାର ଗୀତ, ଗାଁ କୁମାରୀଙ୍କର ଜହ୍ନି ଓଷା ଗୀତ ଅବା ବୁଢ଼ୀ ମା’ର ଝୋଟି ଚିତାରେ ପରମ୍ପରା ହେଉ କି ଗ୍ରାମ ଯୁବକଙ୍କର ରଜ ପର୍ବରେ କବାଡି, ବାଗୁଡ଼ି, ବାଟି ଖେଳ ହେଉ କି ପାନ ଖିଆ ହେଉ ଧୀରେ…
Read Moreନୟାଗଡ଼ ଟାଉନ ପୋଲିସକୁ ସଫଳତା, ୮୨ଗ୍ରାମ ବ୍ରାଉନ ସୁଗାର ଜବତ, ୫ଗିରଫ
ନୟାଗଡ଼ ହାଉସିଂ ବୋର୍ଡ କଲୋନୀରେ ଟାଉନ ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରି ୮୨ଗ୍ରାମ ୪୬୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫ଜଣ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେହେଲେ ଖୋର୍ଦ୍ଧା ଜିଲ୍ଲାର ମୁନା ଦାସ, ନୟାଗଡ଼ ବ୍ଳକ ଭାଟସାହି ଗାଁର ବିଶ୍ଵ ଜେନା, ବୈକୁଣ୍ଠ ଦାସ, ସୁବର୍ଣ୍ଣଦେଇପୁର କାଳୁ ଓରଫ ସୁରେଶ ପ୍ରଧାନ, ମୁକ୍ତାପୁର ଗାଁର ପବିତ୍ର ରାଉତ। ମୁଖ୍ୟ ଅଭିଯୁକ୍ତ ମୁନାର ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ସେ ବାଇକରେ ବ୍ରାଉନ ସୁଗାର ଆଣି ନୟାଗଡ଼ ସହରର ହାଉସିଂ ବୋର୍ଡ କଲୋନୀରେ ଦୀର୍ଘଦିନ ଧରି ବେପାର ଚଳାଇଥିଲା। ରେଡ଼ ବେଳେ ଅଭିଯୁକ୍ତମାନଙ୍କ ଠାରୁ ୩ଟି ବାଇକ, ୫ଶହ ୭୦ଟଙ୍କା ସହ ୮୨ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସମସ୍ତ ୫ଅଭିଯୁକ୍ତଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ…
Read Moreଓଡ଼ଗାଁରେ ନୂତନ କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସକୁ ସୁପ୍ରିମକୋର୍ଟର ମହାମାନ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଉଦଘାଟନ କରୁଛନ୍ତି।
Read Moreଲଣ୍ଡା ହେଉଛି ପାହାଡ଼, ଧ୍ୱଂସ ବିଧ୍ଵଂସ ସବୁଜବନାନୀ
ଦିନ ରାତି ବ୍ଲାଷ୍ଟିଙ୍ଗ କରି ଖୁଲମଖୁଲା ଲୁଟୁଛନ୍ତି ଖଣି ମାଫିଆ… କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର… ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ବାସିନ୍ଦା… #nayagarhdarpan #bhapur #Nayagarh
Read More