ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଅଧ୍ୟୟନ ବିଭାଗ ଓଡ଼ିଶା ଭୁବନେଶ୍ୱର ଓ ନୟାଗଡ଼ ଜିଲ୍ଲା ଜଙ୍ଗଲ ପରିବେଶ ବିଭାଗ ତରଫରୁ ୨୦୨୪-୨୫ ବର୍ଷ ପାଇଁ ଓଡ଼ଗାଁ ବ୍ଲକରୁ ପନ୍ତିଖାରୀ ପଞ୍ଚାୟତ ଅନ୍ତର୍ଗତ ପନ୍ତିଖାରୀ ଶାସନ ନିବାସୀ ସନ୍ତୋଷ କୁମାର ସାହୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ସେ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଜଣେ ସରକାରୀ ଶିକ୍ଷକ ଅଟନ୍ତି। ସେ ୨୦୦୬ ମସିହାରୁ ଶିକ୍ଷକତା କରି ୨୦୦୭ ମସିହାରେ ପରିବେଶ ସଚେତନତା ସମ୍ବନ୍ଧିତ କେଳା କେଳୁଣୀ ଗୀତ ନାଚ ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଶାବାରୀର ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେଇ ବିଜ୍ଞାନ ମେଳାରେ ସମଗ୍ର ଓଡଗାଁ ବ୍ଲକରେ ପରିଚିତ ହୋଇଥିଲେ। ତାପରେ ଇକୋକ୍ଳବ ଶିକ୍ଷକ ହିସାବରେ ବର୍ତ୍ତମାନ ଶିକ୍ଷକତା କରୁଥିବା ରୋହିବାଙ୍କ ଉଚ୍ଚ ବିଦ୍ୟାଳୟକୁ…
Read MoreCategory: ନୟାଗଡ଼
ଭିଜନ ଓଡ଼ିଶା ଏବଂ ବିକଶିତ ଭାରତ ପ୍ରତିଯୋଗିତାରେ ପିଲାମାନଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଶିକ୍ଷା, ନୟାଗଡ଼ ପକ୍ଷରୁ ଆୟୋଜିତ ଭିଜନ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସମ୍ପର୍କିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବନ୍ଧ ଏବଂ ଚିତ୍ରକଳା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ,ବନଲତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇ ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ…
Read Moreସମର୍ପଣ ବୃଦ୍ଧାଶ୍ରମରେ ଓ୍ବାର୍ଲ୍ଡ ଏଲ୍ଡର୍ସ ଆବିୟ୍ଯୁସ୍ ଆଓ୍ବାରନେସ୍ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବ ବରିଷ୍ଠ ନାଗରିକଙ୍କୁ ଅବମାନନା ନ କରିବା ସଚେତନତା ଦିବସ ପାଳନ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ଯଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ କଳା ପରିଷଦର ସଂପାଦିକା ପ୍ରଭାସିନୀ ନନ୍ଦ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ଯ ଅଛି ସେ ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁଶ୍ରା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥିମାନେ…
Read Moreସିପିଆଇ(ଏମ)ର ସାଧାରଣ ବୈଠକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମୈତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସ ବାଦୀ)ର ଦଶପଲ୍ଲା ଲୋକାଲ କମିଟି ପକ୍ଷରୁ କର୍ମୀମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଦୁଷ୍ମନ୍ତ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଦୁରାଇ ଠାରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ବା ପାର୍ଟି କଂଗ୍ରେସରେ ଗ୍ରହଣ କରାଯାଇଥିବା ନିର୍ଧାରଣ ଗୁଡ଼ିକୁ ବିଶଦ ଭାବରେ ବ୍ୟାଖ୍ୟା କରିଥିଲେ । ପାର୍ଟିର ନେତା ଶରତ ଚନ୍ଦ୍ର ବେହେରା ପାର୍ଟିକୁ ଗୁଣାତ୍ମକ ଭାବେ ସଂଗଠିତ କରିବା ପାଇଁ ଆହ୍ବାନ ଦେବା ସହିତ କର୍ମୀ ମାନେ ନିଃସ୍ଵାର୍ଥପର ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ। ଶେଷରେ ଲୋକାଲ କମିଟି ସମ୍ପାଦକ ବିପିନ୍…
Read Moreସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟତ ରିହାତି ଘୋଷଣା ଦାବିରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ଆହ୍ୱାନକ୍ରମେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ଆଜି ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆରଟିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧାଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିସିସି ସଂଯୋଜକ ସତ୍ୟବ୍ରତ ନାୟକ, ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସେବାଦଳ ନେତା ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି…
Read Moreସୃଜନିକାର ରଜ ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ସୃଜନିକା ର ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ସ୍ତମ୍ଭକାର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର, ସୁପ୍ରବଚିକା ପ୍ରିୟମ୍ବଦା ଦାଶ ଓ ବ୍ୟଙ୍ଗ କଳାକାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ।ଅତିଥି ମାନେ ଆମର ସଂସ୍କୃତି ଓ ଆମର ପର୍ବପର୍ବାଣି ଉପରେ ସେମାନଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ପ୍ରଥମେ ଆମ ସଂସ୍କୃତି କୁ ଆମ ପରିବାର ସହ ପରିଚୟ କରାଇବା ଏବଂ ଆମର ସନ୍ତାନ ମାନଙ୍କୁ ଆମେ ଆମର ଐତିହ,ପରମ୍ପରା ସଂପର୍କରେ ଅଧିକ ସୂଚନା ଦେବା ଆବଶ୍ୟକ।…
Read Moreଇଟାମାଟିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦିଆଗଲା ଶୁଭ
ଇଟାମାଟି, (ନୟାଗଡ଼ ଦର୍ପଣ): ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଇଟାମାଟି ଗ୍ରାମ ପଞ୍ଚାୟତ ସମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପାଇଁ ଶୁଭ ଦିଆଯାଇଛି। ଇତି ଅବସରରେ ଇଟାମାଟି କଂଗ୍ରେସ ଦଳର ସଭାପତି ମହେଶ୍ୱର ପ୍ରଧାନ ନଡ଼ିଆ ବାଡ଼େଇ ଏହି ଶୁଭ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହିତ ଗୋପବନ୍ଧୁ ସେବା ପରିଷଦର ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ସେଠାରେ ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ସେଠୀ, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ନାୟକ ଏବଂ ଅଧ୍ୟାପକ ପ୍ରଫେସର ଲକ୍ଷ୍ମୀଧର ପ୍ରଧାନ, ଇଟାମାଟି ବଜାର ବଣିକ ସଂଘର ପ୍ରାକ୍ତନ…
Read Moreଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,କାଳିଦାସ ମହାପାତ୍ର,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା,ଓମ ପ୍ରସାଦ ପାତ୍ର, ସୋମାଲିନ ପୃଷ୍ଟି,ଜନ୍ମେଜୟ ପ୍ରଧାନ, ଲିପ୍ସାରାଣୀ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା…
Read Moreଖଣ୍ଡପଡ଼ାରେ ଜାତୀୟ ପତାକାକୁ ଅସମ୍ମାନ, ଏସପିଙ୍କୁ ଲିଖିତ ଅଭିଯୋଗ ଦେଲା କଂଗ୍ରେସ
ନୟାଗଡ଼/ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଜାତୀୟ ପତାକାକୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା କଂଗ୍ରେସ। ଖଣ୍ଡପଡାରେ ଅପରେସନ ସିନ୍ଦୁର ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ଦେଖାଇଥିଲେ। କିନ୍ତୁ ଶୋଭାଯାତ୍ରା ପରେ ଜାତୀୟ ପତାକାକୁ କଲ୍ୟାଣମଣ୍ଡପ ପଛ ପାଖ ଅଳିଆ ଗଦାରେ ଫୋପାଡ଼ିଦେବା କେତେଦୂର ଠିକ। ଏଭଳି ସଂଗୀନ ଅପରାଧରେ ଜଡିତ ଥିବା ରାଜନେତା, ସରକାରୀ ବାବୁମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡର କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପୀତବାସ ଖୁଣ୍ଟିଆ, ଦଳିତ ନେତା ମନୋଜ ନାଏକ ଏବଂ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କୁ…
Read Moreନୟାଗଡ଼ର ‘ମା ଫାଉଣ୍ଡେସନ’କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ଫାଉଣ୍ଡେସନକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ, ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ ଏହି ପୁରସ୍କାର ଗତ ୫ ତାରିଖରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଭୁବନେଶ୍ୱରସ୍ଥ କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୫ ଅବସରରେ ଆୟୋଜିନ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…
Read More