ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ରେ ଓଡ଼ିଶା କୃଷକ ସଭା ର ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଭା ର ସାଧାରଣ ସମ୍ପାଦକ ବିଜୁ କ୍ରିଷ୍ଣନ ଉଦଯାପନୀ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ତିନି ବର୍ଷର ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ରିପୋର୍ଟ ଉପରେ ୨୯ଜଣ ପ୍ରତିନିଧି ଆଲୋଚନା କରିଥିଲେ। ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏକ ୫୧ ଜଣିଆ ରାଜ୍ୟ କୃଷକ କମିଟି ଏବଂ ୧୭ଜଣିଆ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ।
ଶୀତାଶୁ ସେନାପତି, ରାଜ୍ୟ ସଭାପତି ଭାବେ ଜମେଶ୍ଵର ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ଭାବେ, ରାଜ୍ୟ ଅର୍ଥ ସମ୍ପାଦକ ଭାବେ ଅଭିରାମ ବେହେରା, ରାଜ୍ୟ ଉପସଭାପତି ଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ମିଶ୍ର, ପି ହରିକୃଷ୍ଣ ରେଡ୍ଡୀ, ମୀନା ପ୍ରଧାନ, ଚନ୍ଦ୍ର ଶେଖର ନାୟକ, ସୁରେନ୍ଦ୍ର ଦାଶ, ରାଜ୍ୟ ଯୁଗ୍ମ ସମ୍ପାଦକ ଭାବରେ
ଭୀମସେନ ସ୍ଵାଇଁ, ଗୟାଧର ଧଳ, ସାଲ ମାର୍ଣ୍ଡି, ବିକାଶ ନାଥ,ସମୀର ନାୟକ, ରାଜେଶ ଜାନି, ପି ଶିବ ଶଙ୍କର ପ୍ରମୁଖ ନିର୍ବାଚିତ ହୋଇଥିଲେ।
ଏହି ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ସି ଆଇ ଟି ୟୁ ରାଜ୍ୟ ସମ୍ପାଦିକା ପୁଷ୍ପା ଦାଶ, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ର ରାଜ୍ୟ ଉପସଭାପତି ନିତ୍ୟାନନ୍ଦ ପରିଡା, ଡି ୱାଇ ଏଫ୍ ଆଇ ରାଜ୍ୟ ଆବାହକ ସରୋଜ ନାୟକ, ଗଣତାନ୍ତ୍ରିକ ମହିଳା ସମିତି ର ରାଜ୍ୟ କମିଟି ସଭ୍ୟ ଜ୍ୟୋତି ଜେନା, ଏସ ଏଫ୍ ଆଇ ରାଜ୍ୟ କମିଟି ସଭ୍ୟ ଜ୍ୟୋତିପ୍ରଭା ଜେନା, ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସମ୍ପାଦକ ସାଲ ମାର୍ଣ୍ଡି ପ୍ରମୁଖ ସମ୍ମିଳନୀର ସଫଳତା କାମନା କରି ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭ୍ୟର୍ଥନା ସମିତି ର ସମ୍ପାଦକ ହରିଶ୍ଚ ଚନ୍ଦ୍ର ମିଶ୍ର ସ୍ୱାଗତ ବକ୍ତବ୍ୟ ରଖିଥିଲେ। ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ଗଡଧର ପ୍ରଧାନ, ସରୋଜ ନାୟକ ଏବଂ ସୁରେଶ ସ୍ବାଇଁ ପ୍ରମୁଖ ନେତୃବୃନ୍ଦ ଅଭ୍ୟର୍ଥନା ସମିତି ପକ୍ଷରୁ ବିଭିନ୍ନ ବିଭାଗର ଦାୟୀତ୍ଵରେ ରହି ସମ୍ମିଳନୀର ସଫଳତା ପାଇଁ କାମ କରିଥିଲେ।
