ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧଵ ହୋଟେଲ ସମ୍ମିଳନୀ କକ୍ଷରେ ଲୌହ ମାନବ ତଥା ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନୁଭବ କାର୍ଯ୍ୟକ୍ରମ ସିଭିଲ ସୋସାଇଟିର ଅଧକ୍ଷ ଗୋଦାବରୀ ସାହୁଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାବିତ୍ତ ପ୍ରସନ୍ନ କୁମାର ବସନ୍ତିଆ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅବସର ପ୍ରାପ୍ତ ସେନା ଅଧିକାରୀ ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ପଟେଲଜୀଙ୍କ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ନେଇଥିବା ନିସ୍ଵାର୍ଥପର ମନୋଭାବର ଭୁୟସୀ ପ୍ରଂଶସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର, ନବକୃଷ୍ଣ ସାହୁ, ରଜନୀକାନ୍ତ ଭୂୟାଁ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂଜ୍ୟପୂଜା କମିଟି ପକ୍ଷରୁ ରୋଟାରୀଆନ ଧୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଲୌହ ମାନବଙ୍କ ଜୟନ୍ତୀ ପାଳିତ
