ନୟାଗଡ଼ ଜିଲ୍ଲାର ପୁରାତନ ଫଟୋଗ୍ରାଫରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପୁରାତନ  ଫଟୋଗ୍ରାଫରମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଶୁଭମ୍ ଫାର୍ମ ହାଉସ  ମୁକ୍ତାପୁର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନବ କିଶୋର ରାୟ(ମାନ) ସୋନି ଷ୍ଟୁଡିଓ ଓ ବିରେନ୍ଦ୍ର ନାଥ ଦାସ (ଟୁନୁ) ଅସ୍ତରାଗ ଷ୍ଟୁଡିଓ, ଉଭୟଙ୍କ ଉଦ୍ୟମରେ ଜିଲ୍ଲାର ସମସ୍ତ ପୁରୁଣା ଫଟୋଗ୍ରାଫର ବନ୍ଧୁ ମାନଙ୍କୁ ଏକାଠି କରି ବର୍ଷରେ ଗୋଟିଏ ଦିନ ଯେଉଁ ବରିଷ୍ଠ ଫଟୋ ଗ୍ରାଫରମାନେ ଇହଧାମ ତ୍ୟାଗ କଲେଣି ତାଙ୍କର ଆତ୍ମାର ଶାନ୍ତି ଓ ଆନନ୍ଦ ପାଇବା ପାଇଁ ପରସ୍ପର ବନ୍ଧୁମାନଙ୍କର ଭାବ ସ୍ନେହର ଆନନ୍ଦ ଉଠାଇବା ପାଇଁ ବନ୍ଧୁ ମାନେ ଏକାଠି ହୁଅନ୍ତି। ଏହି ବନ୍ଧୁ ମିଳନ ଅନ୍ତିମ ଗେଟଟୁଗେଦର ନାମକରଣ କରି ୨୦୨୪ ମସିହାରୁ ପାଳନ କରୁଛନ୍ତି । ତାଙ୍କର ଭାବାର୍ଥ ହେଲା ଆମର ଯେତେ ପର୍ଯ୍ୟନ୍ତ ଅନ୍ତ ହୋଇନାହିଁ ସେତେ ପର୍ଯ୍ୟନ୍ତ ଏହା ଚାଲୁ ରହିବ।

ଜିଲ୍ଲାର ୩ ଜଣ ପିତୃତୁଲ୍ୟ ଗୁରୁଦେବ ଯଥା ✓ଯୋଗେନ୍ଦ୍ର ପଟ୍ଟନାୟକ (ବୁଲାବାବୁ) ଓ /ଭଗବାନ ସାହୁ ନୟାଗଡ଼, ✓ ସୁଦର୍ଶନ ନାୟକ ଖଣ୍ଡପଡ଼ା ଙ୍କର ଏବଂ ଏହି ମାନଙ୍କ ଗୁରୁ ଯିଏ କି ମହାଗୁରୁ ଏ ଶ୍ରୀଯୁକ୍ତ ଦୟାନିଧୁ ମିଶ୍ର, ଓଡ଼ଗାଁ ଏହି ସମସ୍ତ ମହାନ ଆତ୍ମାଙ୍କ ଫଟୋଚିତ୍ରକୁ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ସେହି ଅମର ଆତ୍ମା ମାନଙ୍କର ଶୁଭ କାମନା କରି ଜିଲ୍ଲାର ସମସ୍ତ ଫଟୋଗ୍ରାଫର ବନ୍ଧୁମାନେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏତଦ ପରେ ଜିଲ୍ଲାର ବରିଷ୍ଠ ଏବଂ ଅବସରପ୍ରାପ୍ତ ଫଟୋଗ୍ରାଫର ଶ୍ୟାମସୁନ୍ଦର ପଟ୍ଟନାୟକ (ଜୟଦୁର୍ଗା। ଷ୍ଟୁଡିଓ) ନୟାଗଡ, ମୂରଲୀଧର ମହାରଣା(ଫ୍ରେଣ୍ଡ୍ସ୍‌ ଷ୍ଟୁଡିଓ) ଦଶପଲ୍ଲା, ଅପୂର୍ବ କିଶୋର ରାୟ(ସୋନାଲି ଷ୍ଟୁଡିଓ) ନୟାଗଡ଼ଙ୍କୁ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ, ବରିଷ୍ଠ ଓ ଅବସରପ୍ରାପ୍ତ ଫଟୋଗ୍ରାଫର ରମେଶ ଚନ୍ଦ୍ର ପଟ୍ଟନାୟକ (ରମାନା) ଷ୍ଟୁଡିଓ ଭେନସଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ତତ୍ ସଙ୍ଗେସଙ୍ଗେ ସେହି ସର୍ବଶେଷ୍ଠ ଫଟୋଗ୍ରାଫରଙ୍କୁ ଜିଲ୍ଲାର ଅନ୍ୟ ବରିଷ୍ଠ ଫଟୋଗ୍ରାଫରମାନେ ମିଳିତ ହୋଇ ସମ୍ମାନିତ କରିଥିଲେ। ସର୍ବଶେଷରେ ସମସ୍ତ ବନ୍ଧୁ ମାନେ ପ୍ରସାଦ ସେବନ କରି ଏହି କାଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Related posts