ନୟାଗଡ଼ରେ ସାଇବର ସୁରକ୍ଷା ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା ଲକ୍ଷ୍ୟନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହା ସାରା ରାଜ୍ୟରେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି।

ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଷ୍ଟେଟ୍ କୋର୍ଡିନେଟର ସୁଶାନ୍ତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ଏଥିରେ ଯୋଗଦେଇଥିଲେ।

ସଭାକାର୍ଯ୍ୟର ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ରଖିଥିଲେ ଉପ ଆରକ୍ଷୀ ଅଧିକ୍ଷକ ସୁକାନ୍ତ ପାତ୍ର । ପ୍ରାରମ୍ଭରେ ଜିଲ୍ଲାପାଳ ତାଙ୍କର ଉଦବୋଧନ ପ୍ରଦାନ ପୂର୍ବକ କହିଲେ ଯେ, Internet ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରେ । ସେହିପରି Internet ଜରିଆରେ ଆମ ବ୍ୟାଙ୍କ ଖାତାରୁ ଟଙ୍କା ନେଇ କିଏ ପଳାଇପାରେ, ଆମ ସମସ୍ତଙ୍କୁ unknown link କ୍ଲିକ ନ କରିବାକୁ ବା pass word ନ ଦେବାକୁ ପରାମର୍ଶ ଦେଇଥିଲେ। ଟେକନୋଲୋଜିର AI Fake କାର୍ଯ୍ୟ କରି ଲୋକମାନଙ୍କୁ ଠକେଇ କରାଯାଉଛି ।

ଆମ ଜିଲ୍ଲାକୁ ସାଇବର ଅପରାଧ ପ୍ରବଣତାରୁ ମୁକ୍ତ କରିବାକୁ ସଂକଳ୍ପ ବଦ୍ଧ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷୀକ ଏସ ସୁଶ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଜନଜୀବନକୁ ସୁରକ୍ଷିତ ରଖିବା । ଟେକନୋଲୋଜି ଆମର ଜୀବନକୁ ସହଜ କରିଦେଇଛି । କିନ୍ତୁ ଅପରାଧୀମାନଙ୍କ ପାଇଁ ନୂତନ ଦ୍ୱାର ମଧ୍ୟ ଖୋଲିଦେଇଛି । ଏବେ ଅପରାଧୀମାନଙ୍କ ଅସ୍ତ୍ର ହେଲା କମ୍ପୁଟର, ମୋବାଇଲ, Internet । ଆମର ସନ୍ଦେଶ ହେଲା କୌଣସି ଲିଙ୍କକୁ କ୍ଲିକ୍ କରିବା ପୂର୍ବରୁ ଏହାକୁ ଭଲଭାବରେ ଯାଂଚ୍ କରନ୍ତୁ । ବ୍ୟାଙ୍କମାନେ କାହାକୁOTP ମାଗନ୍ତିନାହିଁ।

ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ତାଙ୍କ ଜୀବନରେ ଘଟିଥିବା ଅନୁଭୁତିକୁ ପ୍ରକାଶ କରିଥିଲେ ଏବଂ ସଚେତନ ରହିବାକୁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଉପଦେଶ ଦେବା ସଙ୍ଗେ ପୋଲିସ ବାହିନୀଙ୍କ ସହଯୋଗ ନେବାକୁ କହିଥିଲେ । ଆଇ.ସି.ଆଇ.ସି ବ୍ୟାଙ୍କର ଷ୍ଟେଟ୍ କୋର୍ଡିନେଟର କହିଲେ ଯେ, କୌଣସି apk file/ unknown linkକୁ କ୍ଲିକ୍ ନ କରିବାକୁ, ଫ୍ରଡ୍ ହୋଇଥିଲେ ୧୯୩୦ଆକ୍ଟରେକେସ ରେଜିଷ୍ଟର କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଅଧ୍ୟକ୍ଷା ପୌର ପରିଷଦ ତାଙ୍କ ଭାଷଣରେ କହିଲେ ଯେ, ଡିଜିଟାଲ ଯେତକିି ଭଲ ସେତିକି ଖରାପ । ସତର୍କ ନ ରହିଲେ କ୍ଷତିକାରକ । ଏଥିପ୍ରତି ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ  ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବ୍ୟଙ୍ଗ କବିତା ପାଠ କରାଯାଇଥିଲା । ଏଥିସହ ନିଜ ଦସ୍ତଖତ ମାଧ୍ୟମରେ wall boardରେ ମତାମତ ପ୍ରଦାନ କରିଥିଲେ । ସକାଳ ୯ଘଟିକା ସମୟରେ ଏକ ପଦଯାତ୍ରା ନୟାଗଡ଼ ଟ୍ରାଫିକ୍ ଛକରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦି ନିକଟରେ ଶେଷ ହୋଇଥିଲା । ଏଥିରେ ପୋଲିସ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ।

Related posts