ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର, ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଥାନା ପକ୍ଷରୁ ଜାରି ହେଲା ଫଟୋ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଏକ ଅଚିହ୍ନା ଅସ୍ପଷ୍ଟ ବ୍ୟକ୍ତିଙ୍କର ମୃତ ଶରୀର ଉଦ୍ଧାର କରିଛି। ସୂଚନା ଯୋଗ୍ୟ- ଗତ ତା.୨୭.୧୦.୨୦୨୫ରିଖ ଅପରାହ୍ନ ଘ.୦୩.୪୦ମି. ସମୟରେ ଗଙ୍ଗାଧର ନାୟକ(୫୩), ଦଶପଲ୍ଲାଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଉକ୍ତ ଶବକୁ ନେଳିଗୁଡା ଜଙ୍ଗଲରୁ ଉଦ୍ଧାର କରି ନୟାଗଡ଼ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଯାଇଛି। ଶରୀର ଟି ଏମିତି ନଷ୍ଟ ହୋଇଛି ଯେ ଯାହାକି ଚିହ୍ନଟ କରାଯାଇପାରୁନାହିଁ। ସେଥିନିମନ୍ତେ ଦଶପଲ୍ଲା ଥାନା ଅଧିକାରୀ ଏକ ଫଟୋ ଜାରି କରିଛନ୍ତି। ଏ ଫଟୋ ଦେଖି ଯଦି କୌଣସି ବ୍ୟକ୍ତି ବିଶେଷ ଜାଣିପାରନ୍ତି ତେବେ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।

Related posts