ଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ (ତା.୨୭.୧୦.୨୦୨୫ ରିଖ ଠାରୁ ତା.୦୨.୧୧.୨୦୨୫ରିଖ) ପାଳନ ଅବସରରେ ଆଜି ଦିବା ୧୧ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ତପତୀ ରାଜ, ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲା ତଥା ସମସ୍ତ ବ୍ଲକ ଅନ୍ତର୍ଗତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ଯ ଅନୁଷ୍ଠିତ ହୋଇଛି ।

Related posts