ବ୍ଲକ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖେଳର ମଜାନେଲେ କ୍ରୀଡ଼ାପ୍ରେମୀରାଜସୁନାଖଳା,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହୁରୁ ଯୁବ କେନ୍ଦ୍ର, ନୟାଗଡ଼ ଏବଂ ମହୋତ୍ସବ କମିଟି, ରାଜସୁନାଖଳାର ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏନ.ୱାଇ.କେ.ଏସ.ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଯୋଗଦାନ କରି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ସମାଜସେବୀ ସବ୍ୟସାଚୀ ସେନାପତି, ଆଶିଷ ପ୍ରହରାଜ, ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ମ୍ୟାଚରେ ସର୍ବମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ ଗୋଡ଼ିଆଳି କୁ…

Read More

ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ର ଛାତ୍ରୀ ଧାରଣରେ ବସିଥିଲେ। ସୂଚନା ଅନୁଯାୟୀ ଶିମିଳି ସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡେଇଙ୍କର ବଧୁଲୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଛି। ସିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ମୋଟ ୬ଜଣ ଥିବାବେଳେ ଜଣେ ସି ଆର୍ ସି ସି ଭାବେ ଛୁଟିରେ ଅଛନ୍ତି। ଏଭଳି ସ୍ଥିତିରେ ୪ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକଙ୍କ ବଦଳି କରାଯାଇଛି। ଶ୍ରୀ ଘଡେଇ ଜଣେ ସଫଳ ଶିକ୍ଷକ ହୋଇଥିବାରୁ ତାଙ୍କ ବଦଳି ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଏବଂ ଶିକ୍ଷା କମିଟି ଜଣାଇଥିଲେ…

Read More

ଓଡ଼ଗାଁ ରଘୁନାଥ ମନ୍ଦିର ପରିସରରେ ଏଟିଏମ୍ ଖୋଲିବାକୁ ପୂଜକ ସଂଘର ଦାବି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁରେ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ଖୋଲିବାକୁ ଦାବି ହେଉଛି। ଏନେଇ ଆଜି ପୂଜକ ପରିଷଦ, ସୁଆର ପରିଷଦଙ୍କ ପକ୍ଷରୁ ସହକାରୀ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଶାଖା ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଶ୍ରୀଜିଉଙ୍କ ମନ୍ଦିରକୁ ଓଡ଼ିଶାର କୋଣ ଅନୁକୋଣରୁ ଯାତ୍ରୀମାନଙ୍କ ସୁଅ ଛୁଟିଥାଏ । ଅନେକ ସମୟରେ ଯାତ୍ରୀ ଟଙ୍କା ଦେଣ ନେଣ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମନ୍ଦିରଠାରୁ ୧ କିଲୋମିଟର ଯିବା ପରେ ଆଉ ଏକ ଏଟିଏମ୍ ଥିଲେ ମଧ୍ୟ ସେଠାରେ ସବୁବେଳେ ଭିଡ଼ ଲାଗିଥାଏ। ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଖୋଲିବାକୁ ମନ୍ଦିର ପରିଷଦ, ସୁଆର ପରିଷଦ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀଙ୍କୁ…

Read More

ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ୧୩୩ତମ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ମହାତ୍ମା ଗାନ୍ଧୀଙ୍କ ଅନ୍ୟତମ ସହଯୋଗୀ,ନୟାଗଡ଼ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ଅଶୋକ କୁମାର ନାୟକ ଯୋଗଦାନ କରି ଗୋବିନ୍ଦ ମିଶ୍ରଙ୍କ ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟ ଏବଂ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋବିନ୍ଦ ମିଶ୍ରଙ୍କ ସଂଗ୍ରାମୀ ଜୀବନ ସମ୍ପର୍କରେ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଭାବେ…

Read More

ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ କୃଷି ମନ୍ତ୍ରୀ

ଅଧିକରୁ ଅଧିକ ରୋଜଗାର ଦେବ ଛତୁ ଚାଷ: କୃଷି ମନ୍ତ୍ରୀ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବେରା ପଂଚାୟତ କାର୍ଯ୍ୟାଳୟ ଠାରେ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଛତୁ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ନିତ ହେବାକୁ ଯାଉଥିବାବେଳେ ସାରା ଭାରତ ବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆତ୍ମ ନିର୍ଭରଶୀଳ ହେବା ସହ ସ୍ୱାବଲମ୍ବି ହେବା ପାଇଁ ପାଳଛତୁ ଚାଷ ଏକ ଭଲ ଲାଭଜନକ ପନ୍ଥା ବୋଲି ଡ. ସାହୁ କହିଥିଲେ। ମହିଳାମାନେ କିପରି ସଶକ୍ତ ହେବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ…

Read More

ନାଟକ farewellର ଦର୍ଶକୀୟ ଅଭିମତ

ଦୁର୍ନୀତି ବିରୁଦ୍ଧରେ ଏକ ବଳିଷ୍ଠ ସ୍ୱର ହେଉଛି ନାଟକ farewell. ନାଟକଟି ଚିଫ ଇଞ୍ଜିନିୟର ଏବମ ତାଙ୍କ ଅଫିସର ବଡବାବୁ ଙ୍କର ଦୁର୍ନୀତିର ଫର୍ଦ ସବୁ ସହ ଗତିଶୀଳ। ଶେଷରେ ବାହାରକୁ ଖୁବ ସୁନ୍ଦର ଦିଶୁଥିବା farewellର ଅନ୍ତରାଳେ ଦୁର୍ନୀତିଗ୍ରସ୍ତ ଚରିତ୍ରଗୁଡିକୁ ଯଥୋଚିତ ଦଣ୍ଡବିଧାନ କରିଛନ୍ତି ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ୧ ଘଣ୍ଟା ୪୫ ମିନିଟର ନାଟକଟି ଦର୍ଶକଙ୍କୁ ଶେଷ ପର୍ଯ୍ଯନ୍ତ ବାନ୍ଧି ରଖିଥିଲା। ନାଟକ farewellରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ– ବୁଟିଆ… ଗୋକୁଳ ଷଡ଼ଙ୍ଗୀ, ସେବତୀ… ଝୁମା, ନୀଳିମା… ଅଙ୍କିତା, ନୀଳମାଧଵ… ରିଙ୍କୁ, ଭାଗିରଥୀ… ବୀରୁ, ରଘୁଆ… ସରୋଜ, ବିଶିଆ… ବୁଲବୁଲ, ନଟବର… ଛାଟିକି, ନବଘନ… ସତ୍ୟ, ଶତ୍ରୁଜିତ… ରଞ୍ଜନ, ସତୁରା… ସୂର୍ଯ୍ୟମଣି, ଜିଲ୍ଲାପାଳ… ବାପି, ଏସ.ପି… ଖାଲିକ, ଝାଡୁଦାର… ଗଣେଶ, ଇନ୍ସପେକ୍ଟର… ବିଶ୍ୱଜିତ, କନେଷ୍ଟେବଳ… ଶୁଭବିଷ୍ଣୁ। ସହଯୋଗ କରିଥିଲେ- ସ୍ବଦେଶ ରଥ,…

Read More

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଉଭୟ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତି ଏବଂ ସାହିତ୍ୟ ସଂପର୍କ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଠର ଜଣ ଛାତ୍ର ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ବିଚାରକ ମାନଙ୍କୁ ଯଥାକ୍ରମେ ପୁରସ୍କାର ଏବଂ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଟଙ୍କଧର ଭୋଇଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଛାତ୍ର ଛାତ୍ରୀ ମାନେ ଏ ଜାତିର ସଂପଦ’ ସେମାନଙ୍କର ଯତ୍ନ ନେଲେ…

Read More

୪୪ ତମ ରାଜ୍ୟସ୍ତରୀୟ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ାପାଟଣା ଶ୍ରୀ ଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୁଲ୍ୟରେ ୪୪ ତମ ରାଜ୍ୟ ସ୍ତରୀୟ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ମ୍ୟାଚରେ ଅଟ୍ରି କ୍ଲବ (ବାଘମାରି) ବନାମ ଢେଙ୍କାନାଳ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଅଟ୍ରି (ବାଘମାରି) ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ, ଅଧିନାୟକଙ୍କ ନିଷ୍ପତିକୁ ସଫଳ କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୨୬୯ ରନ ଏକ ବିଶାଳ ରନ ସ୍କୋର କରିଥିଲେ । ୨୭୦ ରନର ବିଜୟ ଲକ୍ଷ ନେଇ ଢେଙ୍କାନାଳ ଦଳ ପ୍ୟାଭିଲିୟନକୁ ଓହ୍ଲାଇଥିଲା । ବିଜୟ ଲକ୍ଷର ପିଛା କରି ଢେଙ୍କାନାଳ କ୍ରିକେଟ୍ କ୍ଲବ୍ ୨୦ ଓଭରରେ…

Read More

ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ପ୍ରତିଯୋଗିତାରେ ନୟାଗଡ଼କୁ ପଦକ

ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଟାଇକୋଣ୍ଡ ଭର୍ଚୁଆଲ ପୁମସେଇ ପ୍ରତିଯୋଗିତା ୨୦୨୧ ଉଦଯାପିତ। ଏହାକୁ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ଓ ଓଡ଼ିଶା ଟାଇକୋଣ୍ଡ ସଂଘ, ପୂରୀ ମିଳିତ ଭାବରେ ପଚିଚାଳନା କରିଥିଲେ, ଏହାକୁ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏସି ସିଷ୍ଟମ ର ସହାୟତା ନିଆଯାଇଥିଲା । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ (ପ୍ରୟୋଗ) ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ ।…

Read More

ପକ୍ଷପାତ ରୋଗୀଙ୍କୁ ସହାୟତା କଲା ଅନନ୍ୟା ଫାଉଣ୍ଡେସନ୍

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତ ସେହି ଗ୍ରାମର ଅନୁପମା ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ସମୟକ୍ରମେ ଉଭୟେ ଯଥାକ୍ରମେ ଏକ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ଲାଭ କରିଥିଲେ। ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା, ହେଲେ ହଠାତ୍ ଦିନେ ଶିଶିର ମୁଣ୍ଡ ବୁଲାଇବା କାରଣରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ସ୍ନାୟବିକ ରୋଗ ହୋଇଥିବାର ସୂଚନା ଦେଲେ। ତାଙ୍କର ଚିକିତ୍ସା ପାଇଁ ଗୁଡ଼ିଏ ଅର୍ଥର ଆବଶ୍ୟକ ହେଲା। ଅନୁପମା ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇଲେ ମଧ୍ୟ ସୁଫଳ ହେଲା ନାହିଁ। ପରେ ଅର୍ଥଭାବରୁ ସ୍ୱାମୀଙ୍କୁ ଘରକୁ ଫେରେଇ ଆଣିଲେ। ଶିଶିର ଚିକିତ୍ସା ଅଭାବରୁ ଦିନକୁ ଦିନ ରୁଗ୍ଣ ହେବାକୁ ଲାଗିଲେ। ଶଯ୍ୟାଶାୟୀ ହୋଇ ଘରେ ରହିବା ଭିତରେ ପାଞ୍ଚ…

Read More