ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ମୁଖିଆଙ୍କୁ ୨୨ଟି ପ୍ରଶ୍ନ ପଚାରିଛି ଯୁବ ମୋର୍ଚ୍ଚା। ଏ ପ୍ରଶ୍ନ ଜଣଙ୍କର ନୁହେଁ ଏହି ପ୍ରଶ୍ନ ହେଉଛି ପ୍ରତ୍ୟେକ ଯୁବବର୍ଗଙ୍କ ପ୍ରଶ୍ନ । ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନ ଗୁଡିକର ଉତ୍ତର ଚାହାନ୍ତି। ଓଡିଶାରେ ୨୨ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ବରେ ଅଛନ୍ତି । ବିଜେଡ଼ି ନିଜକୁ ୧ନମ୍ବର ସରକାର କହି ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ସତ୍ତ୍ବେ ଓଡିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଚାଲିଥିବା ବେଳେ ଅପରାଧର ପେଣ୍ଠସ୍ଥଳି ଭାବେ ପରିଣତ ହେବାରେ ଲାଗିଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ, ପରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ତ୍ବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଞ୍ଜିନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହଁନ୍ତି । ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡ଼ିଶାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏମିତି ୨୨ଟି ପ୍ରଶ୍ନକୁ ନେଇ ଆଜି ନୟାଗଡ଼ ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୃଥ୍ୱୀରାଜ ଦଳବେହେରା, ଉପ ସଭାପତି ସମୀର ଭଟ୍ଟ, ଚନ୍ଦନ ରାଉତ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି….
1) ପ୍ରଧାନମନ୍ତ୍ରୀ ଆବାସରେ ହଜାର କୋଟି ଟଙ୍କାର ମହାଦୁର୍ନୀତି ପଛରେ କିଏ ?
2) ସହରାଞ୍ଚଳରେ ଭୂମିହୀନଙ୍କ ପାଇଁ ଜମିପଟ୍ଟା ଆବଣ୍ଟନ ଏକ ପ୍ରହସନ ନୁହେଁ କି ? ରାଜ୍ୟବାସୀଙ୍କୁ ବିଶ୍ବସ୍ତରୀୟ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣର ରୂପାୟନ କିପରି ହୋଇଛି, ଜନସାଧାରଣଙ୍କ ସାମ୍ନାରେ ଜଳଜଳ ହୋଇ ଦିଶୁଛି ?
3) ସୀମାବର୍ତ୍ତୀ ଅଞ୍ଚଳ ସୁରକ୍ଷା :
4) ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା :
5) ଅପପୃଷ୍ଟି ଓ ଶିଶୁ ମୃତ୍ୟୁ :
6) ଦାରିଦ୍ର୍ୟ ସୀମାରେଖା ତଳେ ଓଡ଼ିଶା :
7) ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାର ଦୂରାବସ୍ଥା :
8) ମହିଳା ଓ ଶିଶୁ ସୁରକ୍ଷା :
9) ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧର ବୃଦ୍ଧି :
10) ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା :
11) ଭ୍ରଷ୍ଟାଚାର ପିସି କାରବାରରେ ବଡ଼ବଡ଼ିଆଙ୍କୁ ଆଶୀର୍ବାଦ :
12) ଶକ୍ତି ବିଭାଗର ଚଞ୍ଚକତା :
13) ଶିକ୍ଷା ବିକାଶରେ ଅବ୍ୟବସ୍ଥା :
14) ଡ଼ିଏମଏଫ ଫଣ୍ଡର ବିନା ଟେଣ୍ଡରରେ ବ୍ୟାପକ ଦୁରୂପଯୋଗ : ମେକ୍ ଇନ ଓଡ଼ିଶା ବିଫଳ ଓ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା :
15) ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ ?
16) ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ କେବେ ?
17) ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି :
18) ବିଜୁ ଯୁବ ବାହିନୀ, ପିଠା ଯୋଜନା :
19) ଆମ ଗାଁ, ଆମ ବିକାଶ ଯୋଜନାର ସ୍ଥିତି କଣ : ବିଜୁ ଗାଁ ଗାଡିର ଅବସ୍ଥା କଣ ? ଗ୍ରାମାଞ୍ଚଳର ରୋଗୀ ଖଟିଆରେ ବୁହା ହେବା ତାହାର ଉଦାହରଣ?
20) ଓଡ଼ିଶାରେ ବିକଟ ବେରୋଜଗାରୀ ସମସ୍ୟା :
21) ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନମିଳିବାର କାରଣ କଣ?
22) ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ ବନ୍ଦ କେବେ ?
