ସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ୯ମ ବାର୍ଷିକୋତ୍ସବ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ "ସୋହମ୍"ର ୯ମ ବାର୍ଷିକୋତ୍ସବ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ନୟାଗଡର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି "ସୋହମ୍" ସଙ୍ଗଠନ ର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ଏହାର ଗୌରବ ସୁଦୂର ପ୍ରସାରି ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଙ୍ଗଠନର ସ୍ମରଣିକା "ସଂଯୋଗ" ଓ ଗରିବ ପିଲାମାନଙ୍କ ଶିକ୍ଷା ର ବିକାଶ ପାଇଁ IDEAS ନାମକ ପ୍ରକଳ୍ପ ସଭାନେତ୍ରୀ, ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ମନ୍ମୟ କୁମାର ଦାଶଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଏହି ବାର୍ଷିକୋତ୍ସବ ପାଳନ ଅବସରରେ କୋଭିଡ ମହାମାରୀ ସମୟରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଖଣ୍ଡପଡ଼ା କୋଭିଡ ସେଣ୍ଟର ର କର୍ମଚାରୀ ଶ୍ରୀ ଟୁନା ଘଡେ଼ଇ ଙ୍କୁ "ସୋହମ୍- ସମ୍ମାନ-୨୦୨୦" ଓ ଭୋକିଲା ପେଟ ପାଇଁ ଖାଦ୍ୟ ବଣ୍ଟନ କରୁଥିବା ସମାଜସେବୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ "ସୋହମ୍- ସମ୍ମାନ-୨୦୨୨" ପ୍ରଦାନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ସାହୁ, ରବୀନ୍ଦ୍ର ନାୟକ, 'ସୋହମ'ର ବରିଷ୍ଟ ସଦସ୍ୟ ଅନାଦି ଚରଣ ମହାନ୍ତି,ପ୍ରସନ୍ନ କୁମାର ଦାଶ, ସୁବ୍ରତ କୁମାର ଜୟସିଂହ, ଗତିକୃଷ ପ୍ରଧାନ, ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ଶୁଭକାନ୍ତ ରଣସିଂହ, ବିକ୍ରମ ଦାସ, ଚରଣ ଗୁରୁ ପ୍ରମୁଖ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାନେତ୍ରୀ ଙ୍କ ଦ୍ଵାରା ସଭାସାଙ୍ଗ କରାଯାଇଥିଲା ।

Related posts