ଆସନ୍ତା ୧୦ ଓ ୧୧ତାରିଖରେ କେସି କ୍ଳବରେ ଦୁଇଦିନିଆ ବ୍ରିଜ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ସର୍ବ ପୁରାତନ କେ.ସି କ୍ଲବରେ ଚଳିତ ମାସ ୧୦ ଓ ୧୧ତାରିଖରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଖେଳାଳୀ ମାନେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଟିମ ପାଇଁ ପ୍ରବେଶିକା ଫି ବାବଦକୁ ୮୦୦/-ଟଙ୍କା ଧାର୍ଯ୍ୟ କରାଯାଇଅଛି ଏବଂ (ଡୁପ୍ଲିକଟେ) ପାଇଁ ୨୦୦/- ଟଙ୍କା (ଯୋଡି) ପାଇଁ ଧାର୍ଯ୍ୟ କରାଯାଇଛି । ଏଥିରେ ବିଜେତା ଦଳକୁ ପୁରସ୍କାର ରାଶି ଦିଆଯିବାକୁ ମଧ୍ୟ ସ୍ଥିର କରାଯାଇଅଛି । ଏହି ଅବସରରେ ଆଜି କେ.ସି କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କେ.ସି. କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କେ.ସି. କ୍ଲବର ଗଣମାଧ୍ୟମ ମୁଖ୍ୟ ରାମକୃଷ୍ଣ ରଥ, ସଭ୍ୟ ଆଶୁତୋଷ ରଥ, ଭବରଞ୍ଜନ ଦାସ, ରାମପ୍ରସାଦ ବାରିକ, କୃଷ୍ଣଚନ୍ଦ୍ର ସାହୁ ଓ ଧର୍ମେନ୍ଦ୍ର କୁମାର ଗୁମାନସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ବ୍ରିଜ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଏହି ମୋବାଇଲ ନମ୍ବର- ୯୪୩୯୦୦୮୩୭୭ ଜାରି କରାଯାଇଛି। ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଆସନ୍ତା ୯ ତାରିଖ ପୂର୍ବରୁ ଯୋଗାଯୋଗ କରିବେ । ରିପୋର୍ଟିଙ୍ଗ ଟାଇମ ୧୦ତାରିଖ ଦିବା ୯ଘଟିକା ରହିଛି । ଏଥିରେ ଯୋଗଦେଇଥିବା ଖେଳାଳୀମାନଙ୍କ ପାଇଁ ଦୁଇଥର ଜଳଯୋଗ ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଛି।

Related posts