ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ପକ୍ଷରୁ ଆଜି ଜୀବନ ବୀମା କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୪ ଦାବି ସମ୍ବଳିତ ଦାବି ପତ୍ରର ସମାଧାନ ପାଇଁ ଦାବି ରଖୁଛନ୍ତି । ସଂଘର ସଭାପତି ଶ୍ରୀକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ରୁଦ୍ରନାରାୟଣ ବରାଡ଼, କୋଷାଧ୍ୟକ୍ଷ ଚୈତନ୍ୟ ସାହୁ ଓ ବୀମା ଏଜେଣ୍ଟ ପ୍ରଭାତ କୁମାର ମହାପାତ୍ର, ଚନ୍ଦନ କୁମାର ସାହୁ, ବଳଭଦ୍ର ସାହୁ, ଶତ୍ରୁଘ୍ନ ସାହୁ, ପ୍ରମୋଦ ଆଚାର୍ଯ୍ୟ ଓ ବହୁ ଏଜେଣ୍ଟ ଆନ୍ଦୋଳନ ଜାରି ରଖିଛନ୍ତି ।
ସଂଘର ଦାବୀ ହେଉଛି –
୧. ବୀମାଧାରୀଙ୍କୁ ଅଧିକ ବୋନସ୍ ପ୍ରଦାନ କରାଯାଉ, ୨. ପଲିସି ରୂଣର ସୁଧହାର କମ୍ କରାଯାଉ, ୩. ଗ୍ରାହକ ମାନଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦିଆଯାଉ, ୪. ୫ବର୍ଷରୁ ଉଦ୍ଧୃର୍ ଅଚଳ ପଲିସିକୁ ସଚଳ କରିବା ସୁବିଧା ପ୍ରଦାନ କରାଯାଉ, ୫.ବୀମାଧାରୀଙ୍କ ଦାବୀହୀନ ଗଛିତ ଧନରାଶିର ଅନ୍ୟତ୍ର ହସ୍ତାନ୍ତର କରାନଯାଉ, ୬. ନାଗରିକ ଅଧିକାର ପତ୍ର ସୃଷ୍ଟଭାବେ ପ୍ରତ୍ୟେକ ଶାଖାରେ ଦର୍ଶାଯାଉ, ୭.ବୀମାଧାରୀଙ୍କ ମତାମତର ମାନ ନିର୍ଦ୍ଧାରଣ ପତ୍ର ପ୍ରତ୍ୟେକ ଶାଖାରେ ଦର୍ଶାଯାଉ, ୮.ଏକା ବ୍ୟକ୍ତିଙ୍କର ସମାନ ପଲିସି ପାଇଁ ବାରମ୍ବାର ଗ୍ରାହକ ପରିଚୟ ନଥିପତ୍ର ଦାବୀ କରିବା ବନ୍ଦ ହେଉ, ୯.ପଲିସୀ ବଣ୍ଡ ଡାକ ପ୍ରେରଣ ବନ୍ଦ କରି ପୂର୍ବଧାରା ଆପଣାଯାଉ, ୧୦. ତୁରନ୍ଧ ଓ ବିଶେଷ ସେବା ତତକ୍ଷଣାତ୍ ପ୍ରଦାନ କରାଯାଉ, ୧୧. ଭାରତ ସରକାର ବୀମା ପଲିସିରୁ ଜି.ଏସ୍.ଟି. ଉଚ୍ଛେଦ କରନ୍ତୁ, ୧୨. ଅଭିକର୍ତାଙ୍କ ଗ୍ରାଚୁଇଟି ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ, ୧୩. ଆ.ଇ.ଆର.ଡି.ଏ.ର ୨୦୧୩ ଓ ୨୦୧୬ର ରାଜପତ୍ର, ୧୪. ବିଜ୍ଞପ୍ତିର ଅନୁକୂଳ ଅବସ୍ଥାର ପୁନର୍ଗଠନ ହେଉ, ୧୫. ପ୍ରତ୍ୟେକ ଅଭିକର୍ତାଙ୍କୁ ସମୂହ ସ୍ଵାସ୍ଥ୍ୟ ସେବା ପ୍ରଦାନ କରାଯାଉ, ୧୬. ଅଭିକର୍ତାଙ୍କ ପ୍ରୋଭିଡେଟ ଫଣ୍ଡ ପ୍ରଚଳନ କରାଯାଉ, ୧୭. ପେନ୍ସନ୍ ଯୋଜନା ପ୍ରଚଳନ କରାଯାଉ, ୧୮. ଟର୍ମ ଇନ୍ସରାନ୍ସ ବୃଦ୍ଧି କରାଯାଉ, ୧୯.ଗୃପ୍ କ୍ଲବ ଇନ୍ସୁରାନ୍ସର ବୃଦ୍ଧି କରାଯାଉ, ୨୦. ଡାଇରେକ୍ଟ ଅଭିକର୍ତାଙ୍କୁ ସୁବିଧା ପ୍ରଦାନ କରାଯାଉ, ୨୧. ଅଭିକର୍ତାଙ୍କ ପିଲାଙ୍କ ଶିକ୍ଷାପାଇଁ ଅଗ୍ରୀମ ଶିକ୍ଷା ଋଣ ପ୍ରଦାନ କରାଯାଉ, ୨୨. କ୍ଲବ ମେମ୍ବର ଅଭିକର୍ତାଙ୍କୁ ଗୃହଋଣ ସୁଧ ହାର ୫ପ୍ରତିଶତ କରାଯାଉ, ୨୩. ଅଭିକର୍ତାଙ୍କୁ ପରିବାର କଲ୍ୟାଣ ପାଣ୍ଠି ପ୍ରଦାନ କରାଯାଉ, ୨୪. ଭାରତ ସରକାରଙ୍କ ଦ୍ବାରା ଅଭିକର୍ତାଙ୍କୁ ପେଶାଗତ ବୀମାଧାରୀ ଲିଜ ଆଦେଶପତ୍ର ପ୍ରଦାନ କରାଯାଉ ।
ଏହି ଭଳି ୨୪ ଗୋଟି ଦାବି ପତ୍ର ପୁରଣ ନହେଲେ ଆନ୍ଦୋଳନ ଯୋର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି।