ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଅଘଟଣ। ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତ ଷଠିଆପଲ୍ଲୀ ଗ୍ରାମରେ ଘଟିଛି ଅଘଟଣ। ଆଜି ଗଣେଶ ପୂଜାରେ ସ୍କୁଲରୁ ଭୋଜି ଖାଇ ଘରକୁ ଫେରି ପୋଖରୀକୁ ଝାଡା ଯାଇଥିବା ଅବସ୍ଥାରେ ଦୁଇଭାଇଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଷଠିଆପଲ୍ଲୀ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ପୁତ୍ର ଚନ୍ଦ୍ରଶେଖର ସ୍ବାଇଁ (୮ବର୍ଷ) ଓ ରୁଦ୍ରମାଧବ ସ୍ଵାଇଁ (୫ବର୍ଷ) ନିକଟସ୍ଥ ଷଣ୍ଡଖାଲିଆ ପୋଖରୀକୁ ଯାଇଥିଲେ । ପାଣି ଭିତରେ ଗୋଡ଼ ଖସିଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଜଣେ ଗ୍ରାମବାସୀ ପୋଖରୀକୁ ଯାଇଥିବା ବେଳେ ଏହି ଘଟଣାକୁ ଦେଖିଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ଦୁଇ ଭାଇଙ୍କୁ ପୋଖରୀରୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ବିଡମ୍ବନାର ବିଷୟ ଡାକ୍ତର ସେମାନଙ୍କୁ ମୃତ୍ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଗଣେଶ ପୂଜାରେ ଦୁଇ ଭାଇଙ୍କ ଶଲୀଳ ସମାଧି
