
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ପଵିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟନାୟକ ଅତିଥି ପରିଚୟ କରାଇଥିଲେ। ଏହି ପବିତ୍ର ଉଛବ ରେ ମୂଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି,ଶିକ୍ଷକ ବl ଗୁରୁ ଯିଏକି ଶିଶୁ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଓ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଦାନ ସହିତ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବେ ଗଢିତୋଳିବା ପାଇଁ ବିଭିନ୍ନ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଜରିଆରେ ଶିକ୍ଷlଦାନ ଦେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ଆଚାର୍ଯ୍ୟ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଡ଼.ସର୍ବପଲ୍ଲି ରାଧାକ୍ରିଷ୍ଣନ ଙ୍କ ଜୀବନୀ,ଆଦର୍ଶ ଶିଶୁମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଏହା ପରେ ପ୍ରଥମ ଶ୍ରେଣୀର ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶନୀ,ଆକାଂକ୍ଷା ପ୍ରିୟଦର୍ଶନୀ, ତୃତୀୟ ଶ୍ରେଣୀ ର ଛାତ୍ରୀ ଅନିନ୍ଦିତା ସଢଙ୍ଗୀ,ପଞ୍ଚମ ଶ୍ରେଣୀ ର ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶନୀ, ନବମ ଶ୍ରେଣୀର ଛାତ୍ରୀ ଜ୍ୟୋତିରେଖା ସ୍ୱାଇଁ, ଦଶମ ଶ୍ରେଣୀର ଛାତ୍ର ଅlଗ୍ନିକ କୁମାର ସାହୁ ଗୁରୁଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଉଛବ ରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହିଥିଲେ।
