ଚାନ୍ଦପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଏକ ବେଆଇନ ପଥର ଖଣିରୁ ଶହ ଶହ ମାଙ୍କଡା ପଥର ଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗୁରୁତର ସହ ନେଇ ଆଜି ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ଏବଂ ଏସଆଇ ଅଞ୍ଜଳି ଶା’ ଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜେସିବି ମେସିନ ଓ ଗୋଟିଏ ପଥର କଟା ମେସିନ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ। ସେହିପରି ଭାବେ ପୋଲିସ ଉକ୍ତ ବେଆଇନ ଖଣି ମାଲିକ, ଜେସିବି ମାଲିକ ଏବଂ ସହଯୋଗୀ ଆଦି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବଡ଼ପାରି ଅଞ୍ଚଳର ବୋଲି ଜଣାପଡିଛି।
Read MoreCategory: ନୟାଗଡ଼
ଶୁଭମ୍ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣାସହର ସ୍ଥିତି ମା ଦକ୍ଷିଣକାଳୀ ପଡ଼ିଆରେ ଦ୍ୱିତୀୟ ଶୁଭମ୍ ମେମୋରିଆଲ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉକ୍ତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଛନ୍ତି । ଶିମିଳିସାହି ଭଲିବଲ ଆସୋସିଏସନ୍ ଏବଂ କୋମଣ୍ଡ ଭଲିବଲ ଆସୋସିଏସନ୍ ମଧ୍ୟରେ ଖେଳକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଶୁଭମ ମେମୋରିଆଲର ସଦସ୍ୟ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେବା ସହ କ୍ରୀଡ଼ାକୁ ପ୍ରଧ୍ୟାନ୍ୟ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି । କାର୍ଯ୍ୟକ୍ରମରେ ଶୁଭମ୍ ମେମୋରିଆଲ୍ ଭଟି ଟୁର୍ଣ୍ଣାମେଣ୍ଟ ସଭାପତି ରାଜା ପଟ୍ଟନାୟକ, ସମ୍ପାଦକ ମାନଓ ପ୍ରୀତମ, ସଂଯୋଜକ ଅକ୍ଷୟ କୁମାର ଜେନା, କ୍ରୀଡ଼ାବିତ୍ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ…
Read Moreଜିଲ୍ଲା ପରିଷଦ ନିମନ୍ତେ ଜିଲ୍ଲାର କେଉଁ ଜୋନ କାହା ପାଇଁ ସରଂକ୍ଷିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷିତ ତାଲିକା ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବା ସହ ସମସ୍ତ ଜୋନ ଗୁଡିକରେ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ଓଡ଼ଗାଁ ୨ନଂ ଜୋନ୍ ମହିଳା, ଓଡ଼ଗାଁ ୩ ନଂ ଜୋନ୍ ମହିଳା, ଓଡ଼ଗାଁ ୪ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୫ନଂ ଜୋନ୍ ଅଣସଂରକ୍ଷିତ, ଖଣ୍ଡପଡ଼ା ୬ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୭ ନଂ ଜୋନ୍ ମହିଳା, ଗଣିଆ ୮ ନଂ ଜୋନ୍ ଅନୁସୂଚିତ ଜାତି, ଦଶପଲ୍ଲା ୯ ନଂ ଜୋନ୍ ଅନୁସୂଚିତ ଜନଜାତି, ଦଶପଲ୍ଲା ୧୦ ନଂ ଜୋନ୍ ମହିଳା, ୧୧ ନଂ ଜୋନ୍…
Read Moreକ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପଞ୍ଜିକରଣ
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାର କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ୱାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ…
Read Moreଶରଣକୁଳରେ ପାଲା ଗାୟକ ମଣ୍ଡଳର ୪୭ତମ ବାର୍ଷିକ ସମ୍ମିଳନୀ
ଶରଣକୁଳ,(ନୟାଗଡ ଦର୍ପଣ): ମା ଦକ୍ଷିଣକାଳୀ ଚନ୍ଦ୍ର ଶେଖର ପାଲା ଗାୟକ ମଣ୍ଡଳ ନୟାଗଡ଼ର ୪୭ ତମ ବାର୍ଷିକ ସମ୍ମିଳନୀ ଶରଣକୁଳ ନିକଟସ୍ଥ ଭିକାରିପଡ଼ା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଉଦଘାଟନ କରିଥିବା ବେଳେ ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ଗାୟକ ଶିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ପାଲା ଗାୟକ ଟ୍ରଷ୍ଟବୋର୍ଡ କୋଷାଧ୍ୟାକ୍ଷ ଗାୟକ ସୁଧାକର, ଯୁଧିଷ୍ଠିର ପରିଡ଼ା, ଅଖଣ୍ଡ ପୁରୀ ପାଲା ଗାୟକ ସଂଘ ଉପଦେଷ୍ଟା ଗାୟକ ଅରୁଣ ଚକ୍ରଧର ବାରିକ ସମ୍ମାନିତ ଅତିଥି ରୂପେ ଯୋଗ…
Read Moreଓଏମଜି ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ
ନୟାଗଡ଼,(ନୟାଗଡ ଦର୍ପଣ): ଜାତୀୟ ସ୍ତରରେ ପ୍ରତିଷ୍ଠା ହୋଇଥିବା ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଯୁବକ । ନୂଆଗାଁ ବ୍ଲକ ଦୁରଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ ନିଜ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରାହଳୟ । ଏଥିରେ ବିଭିନ୍ନ ପ୍ରକାରର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ତାଳପତ୍ର ପୋଥି ମଧ୍ୟରେ ରହିଛି ୪୧୦ ଖଣ୍ଡ, ରାମାୟଣ, ୨୮୦ଖଣ୍ଡ ଭାଗବତ, ୫ଖଣ୍ଡ ତେଲଗୁ ପୋଥି, ଭାଗବତ ଗୀତା ୩୫୦ଖଣ୍ଡ ବୈଦ୍ୟଶାସ୍ତ୍ର ୫ଖଣ୍ଡ, ଚିତ୍ର କାବ୍ଯ ୫ଖଣ୍ଡ ଏବ ଅନ୍ୟାନ୍ୟ ପୋଥି ସଂଗ୍ରହ କରି ଯତ୍ନର ସହିତ ସାଇତି ରଖୁଛନ୍ତି ସେ । ପୁରାତନ ପୋଥି ସଂଗ୍ରହରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ନାମ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥାଏ । ଓଏମଜି ବୁକ୍ ଅଫ୍ ରେକର୍ଡ଼ର ସମ୍ପାଦନା ମଣ୍ଡଳୀ…
Read Moreନୂଆଗାଁ ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ
ନୂଆଗାଁ,(ନୟାଗଡ ଦର୍ପଣ): ମହିପୁର ବନାଞ୍ଚଳ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲରେ ବାଘ ବୁଲୁଥିବା ନେଇ ଲୋକମାନେ ବନ ବିଭାଗକୁ ଜଣାଇଥିବା ବେଳେ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା, ମହିତମା ଫରେଷ୍ଟର ରାକେଶ ସାହୁ, ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଅନୁସନ୍ଧାନ କରିବା ସମୟରେ କଲରା ପତରିଆ ବାଘର ପାଦ ଚିହ୍ନ ଦେଖୁବାକୁ ପାଇଥିଲେ । ଲୋକଙ୍କ ସୁରକ୍ଷିତ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରବେଶ ନ କରିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା ପରାମର୍ଶ ଦେଇଥିବାବେଳେ ମହିତମା ଫରେଷ୍ଟର ରାକେଶ ସାହୁ ଲୋକଙ୍କୁ ସଚେତନ କରିଛନ୍ତି ।
Read Moreନୟାଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟିତ
ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଖରିଫ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଖଣ୍ଡପଡ଼ା ରୋଡ଼ରେ ଥିବା ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣ ଠାରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଧାନ ମଣ୍ଡିର ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ଖାଦ୍ୟ ନିଗମର ଯୁବ ନିର୍ଦ୍ଦେଶକ ନରେନ୍ଦ୍ର ରାଉତ, ଏଆରସିଏସ ଗିରିଜା ନନ୍ଦନ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଓ ବାହାଡ଼ଝୋଲା ବଜାର ନିୟନ୍ତ୍ରିତ କମିଟିର ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମିଲର ସଂଘ ପକ୍ଷରୁ ବହୁ ମିଲର ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ । ସୁଖିଲା ଓ ସଫାସୁତରା ଧାନ ଦେବାକୁ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ନୟାଗଡ଼ ଜିଲ୍ଲାରେ ଚାଷୀମାନେ ବିକ୍ରି ଯୋଗ୍ୟ ବଳକା ଧାନକୁ କ୍ରୟ…
Read Moreପୈାରପରିଷଦ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ଜନ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ ଦର୍ପଣ): ଜନସାଧାରଣ ପ୍ଲାଷ୍ଟିକ ବର୍ଜ୍ଜନ ପାଇଁ ବଜ୍ର ଶପଥ ନିଅନ୍ତୁ ଓ ବିଭିନ୍ନ ରକ୍ଷା ପାଆନ୍ତୁ ବୋଲି ଆଜି ନୟାଗଡ଼ ପୈାର ପରିଷଦ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ପରିପ୍ରେକ୍ଷୀରେ ପୈାର କାର୍ଯ୍ୟାଳୟଠାରୁ ପଠାଣିସାମନ୍ତେ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଚସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବଜାର ପରିକ୍ରମା କରିଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟରେ ପହଞ୍ଚି ସେଠାରେ ଥିବା ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମଲ୍ୟ ଅର୍ପଣ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ ବର୍ଜ୍ଜନ ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାହୀ…
Read Moreଉତ୍କଳଘଣ୍ଟ କବି ଯଦୁମଣିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସାହିତ୍ୟରେ ରୀତିଯୁଗର ଶେଷ ସାରସ୍ୱତ ସାଧକ,ଯୋଗଜନ୍ମା କବି ଉତ୍କଳ ଘଣ୍ଟ ଯଦୁମଣିଙ୍କ ୨୪୧ତମ ଜନ୍ମ ଜୟନ୍ତୀରେ ବିଭିନ୍ନ ସାହିତ୍ୟ ତଥା ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ପ୍ରତିଷ୍ଠିତ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତି ରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମେତ ଉତ୍କଳ ସମାଜ,ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଓ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନ ତରଫରୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାଂସ୍କୃତିକ ମଣ୍ଡପ ଠାରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ମଧ୍ୟ ବରପୁତ୍ରଙ୍କୁ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, କବି ନିର୍ମଳ…
Read More