ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରେ ମହାଆଡ଼ମ୍ବରରେ ପ୍ରବେଶ ଉତ୍ସବ ପାଳିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ନାନୀତ ଅତିଥି ଭାବେ ଅଧ୍ୟାପକ ନିହାର ରଞ୍ଜନ ପଣ୍ଡାଙ୍କ ସମତେ ଇତିହାସ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ ଓ ଦିବ୍ୟଜ୍ୟୋତି ପ୍ରଧାନ ଏବଂ ଅଧ୍ୟାପିକା ଆଇସା ପର୍ବିନ୍ ଉପସ୍ଥିତ ଥିଲା। ଇତ୍ୟବସରରେ +୩ ଦ୍ଵିତୀୟ ଓ ତୃତୀୟ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିଥିଲେ। ପାରସ୍ପରିକ ସହଯୋଗ ମନୋବୃତି ରଖି କାର୍ଯ କରିବା ନିମନ୍ତେ ମତପ୍ରକାଶ ପାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read MoreCategory: ନୟାଗଡ଼
ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ
ଦଶପଲ୍ଲା,ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ, ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍ଏସି ଅନ୍ତର୍ଗତ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ(୩୬)। ସୂଚନାରୁ ପ୍ରକାଶ ଲକ୍ଷ୍ମୀଧର ବେଆଇନ୍ ଭାବେ କଫ ସିରପ ବ୍ୟବସାୟ କରିଆସୁଥିଲେ । ଯାହାକୁ ନେଇ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ। ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ମହୁଲିଆ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଅଟକ ରଖ୍ ପଚରା ଉଚୁରା…
Read Moreଭାପୁର ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୧୦ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୮୫ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୦ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ…
Read Moreସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ
ମହାସମାରୋହରେ ଉଦଯାପିତ ହେଲା ସୁବର୍ଣ୍ଣ ଜୟନ୍ତୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନ ଧରି ଚାଲିଥିଲା ସୁବର୍ଣ୍ଣ ଜୟନ୍ତୀ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟସହ ଯୋଡିବା ଗୁଣାତ୍ମକ ଶିକ୍ଷାର ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନିଜ ସ୍କୁଲ ଜୀବନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ୫ଟି ଆନୁକୁଲ୍ୟରେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।କୁନି କୁନି ବୈଜ୍ଞାନିକମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ଟାରେ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା ନୟାଗଡ଼ ଜିଲ୍ଲା ସଂସ୍କୃତ ବିକାଶ ପରିଷଦର ଅଧ୍ଯକ୍ଷ ବିଜୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଓଡିଶାର ପ୍ରଥମ ମହିଳା ଆର୍କିଟେକଚର ଇଂ. ଗୀତା ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନ ରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ପ୍ରତ୍ଯେକ…
Read Moreଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ
ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…
Read Moreଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଧେଶ୍ୟାମ ପ୍ରଧାନଙ୍କର ଅଧ୍ୟକ୍ଷତାରେ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ନିରଞ୍ଜନ ଦାଶ, ପ୍ରଭାକର ପଲେଇ, କାଞ୍ଚନବାଳା ମହାରଣା, ଚକ୍ରଧର ଛୋଟରାୟ, ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରଶନ୍ନ କୁମାର ସାହୁ ଏବଂ ଦୟାନିଧି ଦାଶ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ଭାସ୍କର ନାରାୟଣ ମହାରଣା ସଭା ପରିଚାଳନା କରିଥିଲେ । ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନଃର୍ଗଠନ ପ୍ରମୁଖ ଥିଲା । ବର୍ତ୍ତମାନ ସଂଘ ପକ୍ଷରୁ…
Read Moreଜାନୁଆରୀ ୫ରୁ ରଣପୁର ମହୋତ୍ସବ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇପାରିବେ ରଣପୁରବାସୀ । ଏ ନେଇ ରଣପୁର ମହୋତ୍ସବ ଆଗାମୀ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବ। କାଲି ଅପରାହ୍ନରେ ସ୍ଥାନୀୟ ବି.ସି. ହାଇସ୍କୁଲ ପରିସରରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା କାରଣରୁ ୨ବର୍ଷ ଧରି ଏହି ମହୋତ୍ସବ ବନ୍ଦ ଥିଲା। ଏହି ବୈଠକ ରଘୁଦିବାକର ଆସୋସେସନ ସଭାପତି ସୁରେଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗିନ୍ ମହାନ୍ତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ ଦଳବହେରା, ସାଂସଦଙ୍କ ପ୍ରତିନିଧି ସ୍ବରାଜ ମହାନ୍ତି, ସ୍ୱର୍ଣ୍ଣ ପ୍ରକାଶ, ନଗର ସଭାପତି ଲିଙ୍ଗରାଜ ନାୟକ…
Read Moreଓଡ଼ଗାଁ ପୁଲିସକୁ ସଫଳତା, ଡକାୟତିର ମାଷ୍ଟରମାଇଣ୍ଡ ମହିଳା ଗିରଫ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବନ୍ଧସାହି ହରିଜନ ସାହିର ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ଟଙ୍କା ଆଣିବା ପାଇଁ ବୈଠକ ବସାଇଥିଲେ। ସେହି ବୈଠକରେ ଜଗନ୍ନାଥ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ସଦସ୍ୟ ଥିଲେ। ସେ ଭୁବନେଶ୍ବରରେ ରହୁଥିବାରୁ ତାଙ୍କୁ ଖବର ଦିଆଯାଇଥିଲା ଏବଂ ତାରିଖ ଅନୁଯାୟୀ ନିର୍ମଳା ଆସି ବୈଠକରେ ଯୋଗ ଦେଉଥିଲେ । ବୈଠକ ସରିବା ପରେ ନିର୍ମଳା ପୁଣି ଭୁବନେଶ୍ବର ଚାଲି ଯାଉଥିଲେ । କିନ୍ତୁ ସ୍ବୟଂ ସହାୟକ ଗ୍ରୁପ୍ କେବେ ଟଙ୍କା ଉଠାଇବେ ତା’ଉପରେ ନିର୍ମଳା ନଜର ରଖିଥିଲେ। ଗ୍ରୁପର କିଛି ମହିଳାଙ୍କ ସହ ସଂପର୍କ ରଖି କେଉଁଦିନ ଟଙ୍କା ବ୍ୟାଙ୍କରୁ ଉଠିବ ପଚରାଉଚୁରା କରି ଜାଣିବା ପରେ ଗତ ଅକ୍ଟୋବର ୨୮ତାରିଖ ଦିନ ଓଡ଼ଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଆସି ଜଗି ବସିଥିଲେ। ସେହି ସମୟରେ…
Read Moreଜନ ପ୍ରତିନିଧି ହେବତ ଏମିତି, ସରକାରୀ ସୁବିଧାରୁ ବଞ୍ଚିତ ହେବେନି ବ୍ଲକର କୌଣସି ଭିନ୍ନକ୍ଷମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ଅଧିକାଂଶ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି ପାଇଁକି ଭିନ୍ନକ୍ଷମ ମାନେ ସରକାରୀ ସୁବିଧା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ସେମାନେ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହେଉଛନ୍ତି । ସିଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ସଠିକ ସମୟରେ ଯାଞ୍ଚ କରାଯାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଇଟାମାଟି ଜିଲ୍ଲା ପରିଷଦ ଯୋନର ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫନର୍ସ ଅଭାବ ରହିଥିବାରୁ ଏହା…
Read More