ମାତୃ ଦିବସରେ ମା’ଆଖିରେ ଲୁହ, ୪ବର୍ଷ ହେଲା ପୁଅ ନିଖୋଜ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାତୃ ଦିବସରେ ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା’ ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା’ ପ୍ରାୟ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି। ଏକମାତ୍ର ପୁଅର ବିଚ୍ଛେଦରେ ବାହୁନି ବାହୁନି ଭୂଇଁରେ କାନ୍ଦି ଲୋଟି ଗଡୁଥିବା ଏମିତି ମା’ହେଉଛି ହୁଲାସ ପେଣ୍ଠୋଇ । ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ତଥା ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ପାଟୁଳି ସାହିରେ । ଅଭିଯୋଗ ଅନୁଯାୟୀ ପୁଅ ରମେଶ (୨୮) ଫେରିବା ବାଟକୁ ଅପେକ୍ଷା କରି କରି ନିରାଶ ହେବା ପରେ ୨୦୨୧ ମସିହା ଜାନୁଆରୀ ୧୩ ରେ ପୁଅର ବାପା କୈଳାସ ପେଣ୍ଠୋଇ ପୋଲିସରେ ଅଭିଯୋଗ କରିଥିଲେ। ହେଲେ ପୁଅର ଫେରିବା ବାଟକୁ ଚାହିଁ ରହିବା ଛଡ଼ା କିଛି ଫଳ ପାଇ ନଥିଲେ। ଏବେ ପୁଅକୁ ନପାଇ ବାପ ମାଙ୍କ ଆଖିରୁ ଲୁହ ଶୁଖୁନି ନଥିବା ବେଳେ କାହିଁ କେତେ ଦିଅଁ ଦେବତା କରି ଲକ୍ଷେଶିବ ପୂଜି ପୁଅ ପାଇଥିଲା ବେଳେ ୪ବର୍ଷ ହେଲା ପୁଅର ବିଚ୍ଛେଦରେ ମୋତେ ଚାରିଦିଗ ଅନ୍ଧାର ଦିଶୁଛି। ମୋ ପୁଅକୁ ମୋ ପାଖକୁ ଫେରାଇ ଆଣ ବୋଲି ମା ହୁଲାସ ପାଗଳି ପ୍ରାୟ ହେଉଥିବା ଦେଖିବାକୁ ମିଳିଛି ।ପୁଅ ରମେଶ ମାଟ୍ରିକ,+୨ ଓ +୩ ରେ ବିଭିନ୍ନ ଖେଳ କସରତରେ ଅନେକ କୃତିତ୍ୱ ହାସଲ କରିଥିବା ଜଣାପଡିଛି।

Related posts