ଜିଲ୍ଲାର ବିଭିନ୍ନ ବ୍ଲକର ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ପର୍ଯ୍ୟବେକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କାର୍ଯ୍ୟ ସାରା ରାଜ୍ୟରେ ଚାଲୁ ରହିଛି । ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥି ନିମନ୍ତେ ନୟାଗଡ଼
ଜିଲ୍ଲାରେ ସମସ୍ତ ବ୍ଲକରେ ବିଭିନ୍ନ ସର୍ଭେ କେନ୍ଦ୍ର ମାନ ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରାଞ୍ଚଳ, ନୟାଗଡ଼ ବ୍ଲକ, ଓଡ଼ଗାଁ ଏନଏସି, ଓଡ଼ଗାଁ ବ୍ଲକ ଓ ନୂଆଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୧୧ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ।

ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟରକୁ ଯାଇ ସବିଶେଷ ବାର୍ତା ପ୍ରଦାନ କରିପାରିବେ । ପରିବାରର ରାସନ କାର୍ଡ ସହ
ସମସ୍ତ ସଦସ୍ୟଙ୍କ ଯେକୌଣସି ଗୋଟିଏ ପରିଚୟ ପତ୍ର ନେଇ ସର୍ଭେ ସେକ୍ଟରକୁ ଯିବାକୁ ପଡିବ ।

ଆଜି ନୟାଗଡ଼ ପୌରାଞ୍ଚଳର ଦକ୍ଷିଣକାଳୀ ପଡିଆ ୮ ନଂ ୱାର୍ଡ ଓ ପଟିଏସ କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ନୟାଗଡ଼ ବ୍ଲକର ମାଛିପଡା କେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ଓଡ଼ଗାଁ ବ୍ଲକର ମଗରବନ୍ଧ, ଆମ୍ବରାପୁର ଓ ଶରଧାପୁର କେନ୍ଦ୍ରକୁ ପରିଦର୍ଶନ କରିବା ସହ ଓଡ଼ଗାଁ ଏନଏସିର ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ।

ସେହିପରି ଭାବେ ନୂଆଗାଁ ବ୍ଲକର ମହିପୁର, ଚାହାଳି, ବାହାଡ଼ାଝୋଲା ତୋଟାସାହି, ଆଦି କେନ୍ଦ୍ରମାନ ବୁଲି ଦେଖିଥିଲେ । ଆଜି ସୁଦ୍ଧା ଜିଲ୍ଲାରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେଲେଣି ।ଏହି ଗସ୍ତ କାର୍ଯ୍ୟକ୍ରମରେ ଡିଡବ୍ଲୁଓ ଦୟାନିଧି ନାୟକ, ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାତି ମିଶ୍ର, ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ଓ ବରିଷ୍ଠ ରାଜସ୍ବ ସହକାରୀ ବନମାଳୀ ସ୍ବାଇଁ ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଥିଲେ । ସମସ୍ତ ବ୍ଲକର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।

Related posts